।। ବ୍ଲକ ସ୍ତରୀୟ ଲୋକ ମହୋତ୍ସବ। ଚଇତି ପର୍ବ ୨୦୨୩ ଧୁମ୍ ଧାମରେ ବିଷମକଟକ ଠାରେ ପାଳନ ହୋଇଯାଇଛି।।

ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଠାରେ ୨୦୨୩ ଚଇତି ମହୋତ୍ସବ ପର୍ବ ଆୟୋବି ବେଙ୍କ ପଡିଆ ପରିସର ଠାରେ ଧୁମ୍ ଧାମରେ ଚଇତି ମହୋତ୍ସବ ପାଲିତ ହୋଇଯାଇଛି । ଚଇତି ମହୋତ୍ସବ ପର୍ବ ପାଳନ ଅବସରରେ ଆଦିବାସୀ ସାମାଜିକ କଳା ଓ ସଂସ୍କୃତି ସଙ୍ଗୀତ ଉପରେ ଆୟୋଜନ କରାଯାଇ ଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଜାତି ଜନଜାତି ଉନ୍ନୟନ ତଥା ପଛୁଆ ବର୍ଗ ଆଇନ ମନ୍ତ୍ରୀ ଶ୍ରୀ ଯୁକ୍ତ ଜଗନ୍ନାଥ ସରାକା, ଓ ଓଡ଼ିଶା ରାଜ୍ୟର ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ଶ୍ରୀ ଯୁକ୍ତ ସୁଧିର କୁମାର ଦାଶ,ଚଇତି ମହୋତ୍ସବ କାର୍ଯ୍ୟ କ୍ରମରେ ଦିବା ୧୦ ଘଣ୍ଟା ସମୟରେ ଯୋଗ ଦେଇ କଳସୀଯାତ୍ରା ରେ ଯୋଗଦାନ କରି ମାଁ ମାର୍କମାଁ ମନ୍ଧିର ଠାରୁ ପୁଷ୍ପମାଲ୍ୟା ର୍ପଣ କରି ଧୂପ ଦୀପ ଦେବାସହ ପୂଜାର୍ଚ୍ଚନା କରି ଆୟୋବି ବ୍ୟାଙ୍କ ପଡ଼ିଆଠାରେ ଆସି ପହଞ୍ଚିଥିବା ପରେ କାର୍ଯ୍ୟକ୍ରମ ଶୁଭାରମ୍ଭ କରି ଥିଲେ। ଏହି କାର୍ଯ୍ୟ କ୍ରମରେ ଜିଲ୍ଲା ଏସ୍ ଡି ସି ଚ୍ୟାରମେନ୍ ଅନୁସୟା ମାଝୀ,ବିଷମକଟକ ବ୍ଲକ ଚ୍ୟାରମେନ୍ ଯୋଶୋଦା ହୁଇକା, ବିଷମକଟକ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ସଦାଶିବ ନାଏକ, ବିଷମକଟକ ତହସିଲଦାର କେ, ଭେଙ୍କଟରାମାଣା, ମୁନିଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିତମ୍ କୁମାର ତନ୍ତୀ, ଓଡ଼ିଶା ରାଜ୍ୟର ଏସି ଏସ୍ ଟି ବିଭାଗ ର ପୃଥିବିରାଜ ସାହୁ, ମୁନିଗୁଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ଦୁଖିନି ନୁଣ୍ଢୃକା, ରାଜ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ଶ୍ରୀ ସୁଧୀର କୁମାର ଦାସ, ସନ୍ମାନୀତ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ସମସ୍ତଙ୍କୁ ନିଜ ନିଜର ପରମ୍ପରା ଓ କଳା ସାସ୍କୃତି ନୃତ୍ୟ ସଂଗୀତ ଓ ଆଦିବାସୀ ପରମ୍ପରା ପ୍ରତିଭା ବଞ୍ଚାଇ ରଖିବାକୁ ଓ ଲୋକ ଲୋଚନକୁ ଆଣିବା ନିମନ୍ତେ ଅଭିଭାଷଣ ଦେଇ ପରାମର୍ଶ ଦେଇଥିଲେ। ଚଇତି ମହୋତ୍ସବ ରେ ଯୋଗଦାନ କରିଥିବାବେଳେ ସମସ୍ତ ପଞ୍ଚାୟତ ର ସରପଞ୍ଚ ସମିତି ମେମ୍ବର କର୍ମ କର୍ତ୍ତା ଓ ବିଷମକଟକ ବିଜେଡ଼ି ବ୍ଲକ ସଭାପତି ତଥା ବ୍ଲକ ଉପାଧ୍ୟକ୍ଷ ଦେବୀ ପ୍ରସାଦ ପଟ୍ଟନାୟକ ବରିଷ୍ଠ ବିଜେଡ଼ି ସଙ୍ଗଠକ ଗୋପାଳ ପଟ୍ଟନାୟକ,ଜିଲ୍ଲା ଉପସଭାପତି ଶିବା ଦେଷ୍ଟି, ବିଜେଡ଼ି ସଙ୍ଗଠକ ଜୈତୀ ପ୍ରସାଦ ସାହୂ, ଉପସ୍ଥିତ ଥିବା ବେଳେ ବିଭିନ୍ନ ଗ୍ରାମାଞ୍ଚଳର ପ୍ରତ୍ୟେକ ସ୍କୁଲ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଯୋଗ ଦେଇଥିବା ବେଳେ ଏଥିରେ ପରମ୍ପରା କଳା ସାଂସ୍କୃତିକ ଆଦିବାସୀ ପରମ୍ପରା ପ୍ରତିଭା ପ୍ରଦର୍ଶନ କରିଥିବା ମହିଳା ଓ ପୁରୁଷ ମାନଙ୍କୁ ।ଉକ୍ତ ମହୋତ୍ସବ ରେ ଭାଗନେଇ ଖେଳ କୁଦ ପରମ୍ପରା ସାଂସ୍କୃତିକ ସଙ୍ଗୀତ ଆଦିବାସୀ ଢ଼େମସା ନାଚ ବିଭିନ୍ନ ପ୍ରକାର କଳା ପ୍ରଦର୍ଶନ କରି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ପ୍ରତିଭା ମାନଙ୍କୁ ମୁଖ୍ୟ ଅତିଥି ଓ ସନମାନୀୟ ଅତିଥି ମାନଙ୍କ ଦ୍ବାରା ପ୍ରାଇଜ୍ ବଣ୍ଟନ ଓ ପୁରସ୍କୃତ କରାଯାଇଥିଲା। ଏହି ମହୋତ୍ସବ କାର୍ଯ୍ୟ କ୍ରମ ରେ ମୁଖ୍ୟ ଅତିଥି ଓ ସନମାନୀୟ ଅତିଥି ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିବା ବେଳେ ଏହି କାର୍ଯ୍ୟ କ୍ରମକୁ ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସଦାଶିବ ନାଏକ,ଙ୍କ ସଭାପତି ତ୍ବରେ ଲୋକ ମହୋତ୍ସବ କୁ ରିତୀନୀତୀ ଅନୁଯାୟୀ ଧୂମଧାମରେ ପାଳନ କରାଯାଇଥିଲା । ଏହି ମହୋତ୍ସବ ସଭାରେ ହଯାରେରୁ ଉର୍ଦ୍ଧ୍ବ ଲୋକ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀମାନେ ଓ ଷ୍ଟାଫ୍ ପରିଚାଳନା ରେ ସହଯୋଗ କରିଥିବା ବେଳେ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିବା ବେଳେ ଶେଷରେ କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ବେହେରା, ଏଫିଓ ମାନସୀପାତ୍ର,ବିଆର ସି ସି ଜୟନ୍ତ ବିଶ୍ଵାଳ, ସିଆର ସି ସି ରାଜେଶ ବିଶ୍ଵାଳ,ଚଇତୀ ଲୋକ ମହୋତ୍ସବ କାର୍ଯ୍ୟକ୍ରମରେ ସହଯୋଗ କରିଥିବାବେଳେ। ହଟିକଲଶ୍ଚର ବିଭାଗ ତରଫରୁ ରଘୁନାଥ ଚଲାଣ, ଅଶୋକ କୁମାର ସେଠୀ, ଉପସ୍ଥିତ ଥିବା ବେଳେ ଅଧ୍ୟକ୍ଷା ମଧୁସ୍ମିତା ଦାସ୍ ,ଷ୍ଟେଜ୍ ପରିଚାଳନା କରିଥିଲେ। ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






