ବେନ୍ଦାଝୋଲା ଠାରେ ଆଦିବାସୀଙ୍କ ସଂସ୍କୃତି ଓ ପରମ୍ପରାର ପର୍ବ "ଟୋକିମରା" ମହାସମାରୋହରେ ପାଳିତ
ଭାରତର ମୂଳନିବାସୀ ତଥା ଆଦିବାସୀଙ୍କ ହଜାର ହଜାର ବର୍ଷର ପରମ୍ପରା ଓ ସଂସ୍କୃତି ସହ ଜଡିତ "ଟୋକିମରା" ପର୍ବ ମହାସମାରୋହରେ ପାଳିତ ହୋଇ ଯାଇଛି। କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଳକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଅଟେ ।ବ୍ଳକର ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତ ବେନ୍ଦାଝୋଲା ଗ୍ରାମରେ ଚଳିତ ବର୍ଷ ଟୋକିମରା ପର୍ବକୁ ବେନ୍ଦାଝୋଲା ସମେତ ଗୋପାଳପୁର, ବିରିକୋଟ,ବାଗଡିଆଣି,ଅଡାଯୋର, ଥୁଆମୂଳ, ସିନ୍ଧିପଦର ଆଦି ଗ୍ରାମର ହଜାର ହଜାର ଲୋକ ଉପସ୍ଥିତ ରହି ଏହି ପର୍ବକୁ ଉପଭୋଗ କରିଥିଲେ ।ଏହି ଆଦିବାସୀ ପରମ୍ପରାରେ ବିଶ୍ବାସ ରହିଛି ଯେ, ମାଟି ମା କୁ ବଳି ଦେଇ ସନ୍ଷୁଷ୍ଟି କଲେ ଲୋକେ ବିଭିନ୍ନ ରୋଗ ବେମାରରୁ ମୁକ୍ତି ପାଇ ସୁଖଶାନ୍ତି ଓ ସମୃଦ୍ଧି ପ୍ରାପ୍ତ ହୁଏ। ଏହା ସହିତ ଫସଲ ଉତ୍ପାଦନରେ ମଧ୍ଯ ଧରଣୀ ମାଁ ସହାୟକ ହୋଇ ଥାଆନ୍ତି। ନିଜର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ମନସ୍କାମନା କରି ଥାଆନ୍ତି । ଏସବୁକୁ ଦୃଷ୍ଟିରେ ରଖି ଟୋକିମରା ପର୍ବ ପାଳିତ ହେଉଥିବା ବିଶ୍ବାସ ରହିଛି। ଆଜିର ଏହି ପର୍ବରେ ୫୩ ଖଣ୍ଡ ଟାଙ୍ଗୀ ଗଡରା ତୁପୁକା ପାଇଁ ଆସିଥିବା ଜଣାପଡିଛି। ଏହି ପର୍ବକୁ ସୁଚାରୁରୂପେ ପାଳନ କରିବା ପାଇଁ ଦିଶାରୀ ପାଟଶାଇ ମାଝୀ, ଯାନୀ ବାମନ ମାଝୀ,ରାପିଆ ଲେମୁ ମାଝୀ,ଲହରା ଚୁନ୍ଦୁର ସିଂ ପରାଭୋଇ, କମିଟି ସଭାପତି ଦୟା ସିଂ ମାଝୀ,ସୁନାଧର ମାଝୀ,ଅଭିରାମ ମାଝୀ,ଅଗ୍ନୀ କୁମାର ନାଏକ, ବଳରାମ ମାଝୀ,ଅଜୟ ନାଏକ, ବଣ୍ଟୁ ମାଝୀ,ସୁରେନ୍ଦ୍ର ନାଏକ, ସୁବାସ ଚନ୍ଦ୍ର ୟଙ୍ଗ କ୍ଲବର ସମସ୍ତ କର୍ମକର୍ତ୍ତା ତଥା ଶ୍ରୀଯୁକ୍ତ ଦେବେନ୍ଦ୍ର ନାୟକ. ସୁନା ଧର ମାଝୀ. ସନାତନ ମାଝୀ. ଜଗଦୀଶ ମାଝୀ. ରୂପାଧର ମାଝୀ. ବାଲି ମାଝୀ. ତଥା ଗ୍ରାମବାସି ସହଯୋଗ କରିଥିଲେ ।
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0