।। ବିଷମ କଟକ ଠାରେ ସି.ପି.ଆଇ.ଏମ ଏଲ୍ ଲିବରେସନ୍ କାର୍ଯ୍ୟଳୟ ଠାରେ ମିଶ୍ରଣ ପର୍ବ ଅନୁଷ୍ଟିତ ।।

Dec 23, 2023 - 11:46
 0  81
।। ବିଷମ କଟକ ଠାରେ ସି.ପି.ଆଇ.ଏମ ଏଲ୍ ଲିବରେସନ୍  କାର୍ଯ୍ୟଳୟ ଠାରେ ମିଶ୍ରଣ ପର୍ବ ଅନୁଷ୍ଟିତ ।।

Date _ 22/023 :ରାୟଗଡା ଜିଲ୍ଲା ବିଷମ କଟକ ସି.ପି.ଆଇ(ଏମ ଏଲ୍) ଲିବରେସନ୍ କାର୍ଯ୍ୟଳୟ ଠାରେ ଆଜି ସି.ପି.ଆଇ.ଏମ ଏଲ୍ ର ଲିବରେସନ୍ ପକ୍ଷରୁ ଆଜି ମିଶ୍ରଣ ପର୍ବ ଅନୁଷ୍ଟିତ ହୋଇଯାଇଛି। ଏହି ମିଶ୍ରଣ ପର୍ବ ରେ ପ୍ରାୟ ୧୨୦ ରୁ ଉର୍ଦ୍ଧ ମହିଳା ଓ ପୁରୁଷ ଲୋକମାନେ ବହୁତ ସଂଖ୍ୟାରେ ଯୋଗଦେଇଛନ୍ତି । ସି.ପି.ଆଇ.ଏମ ଏଲ୍ ଲିବରେସନ୍ ର ଚିନ୍ତା ଧାରା ରେ ଅନୁପ୍ରାଣିତ ହୋଇ ଆଗାମୀ ଦିନରେ ଜମି ଦୁର୍ନୀତି ର ଆନ୍ଦୋଳନ, ମନରେଗା ଯୋଜନା , ପାନୀୟ ଜଳ ର ସମସ୍ୟା ,ସ୍ଥାନୀୟ ଲୋକ ଙ୍କ ବିଭିନ୍ନ ପ୍ରକାର ସମସ୍ୟା କୁ ଦୃଷ୍ଟିରେ ରଖି ରାଜ୍ୟସରକାର ଓ କେନ୍ଦ୍ର ସରକାର ଙ୍କ ପାଖରେ ସମସ୍ତ ସମସ୍ୟାକୁ ପହଞ୍ଚାଇବା ପାଇଁ ଆନ୍ଦୋଳନ କୁ ଜୋରଦାର କରାଯିବ ବୋଲି ରାଜ୍ୟ ସମିତି ସଦସ୍ୟ ଶ୍ରୀ ମହେନ୍ଦ୍ର ପରିଡ଼ା ସୂଚନା ଦେଇଛନ୍ତି ।ଏହି ମିଶ୍ରଣ ପର୍ବ ରେ ରାୟଗଡ଼ା ଜିଲ୍ଲା ସେକ୍ରେଟେରୀ ଶ୍ରୀ ତ୍ରିପତି ଗମାଙ୍ଗ, ଶରତ ତ୍ରିପାଠୀ ଙ୍କ ସମେତେ ବହୁ ସଂଖ୍ଯାରେ ସି.ପି.ଆଇ.ଏମ ଏଲ୍ ଲିବରେସନ୍ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ