ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ପୂର୍ବ ତଟ ରେଳପଥ ତରଫରୁ ସ୍ୱତନ୍ତ୍ର ରେଳ ସେବା

Jun 25, 2025 - 20:53
 0  71
ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ପୂର୍ବ ତଟ ରେଳପଥ ତରଫରୁ ସ୍ୱତନ୍ତ୍ର ରେଳ ସେବା

ଚଳିତ ବର୍ଷ ପୁରୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମୟରେ ବିଶେଷ ଦିନମାନଙ୍କରେ ଭକ୍ତ, ଶ୍ରଦ୍ଧାଳୁ, ତୀର୍ଥଯାତ୍ରୀ ସର୍ବପରି ସାଧାରଣ ଜନତାଙ୍କ ସୁଗମ ଯାତାୟାତ ପାଇଁ ପୂର୍ବ ତଟ ରେଳପଥ ତରଫରୁ ସ୍ୱତନ୍ତ୍ର ରେଳ ସେବାର ବ୍ୟବସ୍ଥା କରାଯାଇଛି। ଏହି କ୍ରମରେ ମୟୁରଭଞ୍ଜ ଜିଲ୍ଲାରୁ ତା ୨୫-୦୬-୨୦୨୫ ରିଖ ଏବଂ ତା ୦୪-୦୭-୨୦୨୫ ରିଖ ସ୍ୱତନ୍ତ୍ର ରେଳ ନମ୍ବର ୦୮୩୭୯ ବାଦାମପାହାଡ ରେଳ ଷ୍ଟେସନରୁ ବାହାରି ମୁଖ୍ୟ ଷ୍ଟପେଜ ହିଜିଲି, ଜଳେଶ୍ୱର, ବାଲେଶ୍ୱର,ଭଦ୍ରକ, କଟକ ଦେଇ ପୁରୀରେ ପହଂଚିବ। ସେହିପରି ତା ୨୬-୦୬-୨୦୨୫ ରିଖ ଓ ତା ୦୪-୦୭-୨୦୨୫ ରିଖ ସ୍ୱତନ୍ତ୍ର ରେଳ ୦୮୩୮୧ ବାଙ୍ଗରିପୋଷୀ ରେଳ ଷ୍ଟେସନରୁ ବାହାରି ମୁଖ୍ୟ ଷ୍ଟୋପେଜ ବାରିପଦା, ବାଲେଶ୍ୱର, ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ ଦେଇ ପୁରୀରେ ପହଂଚିବ। ଯାତ୍ରୀ ମାନଙ୍କୁ ସରକାରୀ ରେଳ ପୋର୍ଟାଲ ମାଧ୍ୟମରେ ସମୟସୂଚୀ ଏବଂ ଉପଲବ୍ଧତା ସମ୍ଭନ୍ଧରେ ଯାଞ୍ଚ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ପରାମର୍ଶ ଦିଆଯାଇଛି।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ