ବିଭିନ୍ନ ସାମାଜିକ ସଂଗଠନ, ବିଶେଷକରି ରାମଦୋଳି ୟୁଥ ପାୱାର ଆସୋସିଏସନ, ଏହି ଦାବିକୁ ବାରମ୍ବାର ଉଠାଇ ଆସୁଛି

Jun 2, 2026 - 19:52
 0  3
ବିଭିନ୍ନ ସାମାଜିକ ସଂଗଠନ, ବିଶେଷକରି ରାମଦୋଳି ୟୁଥ ପାୱାର ଆସୋସିଏସନ, ଏହି ଦାବିକୁ ବାରମ୍ବାର ଉଠାଇ ଆସୁଛି

ବିଭିନ୍ନ ସାମାଜିକ ସଂଗଠନ, ବିଶେଷକରି ରାମଦୋଳି ୟୁଥ ପାୱାର ଆସୋସିଏସନ, ଏହି ଦାବିକୁ ବାରମ୍ବାର ଉଠାଇ ଆସୁଛି। ବର୍ତ୍ତମାନ ସୁଦ୍ଧା ରାଇରଙ୍ଗପୁର ପୋଲିସ ଜିଲ୍ଲା ପାଇଁ ସ୍ଥାୟୀ ଏସପି ନିଯୁକ୍ତି ହୋଇନାହିଁ। ଆସନ୍ତା ୧୯ ଓ ୨୦ ଜୁନରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଭଳି ଭିଭିଆଇପିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା, ଆଇନ-ଶୃଙ୍ଖଳା ଏବଂ ପ୍ରଶାସନିକ ସମନ୍ୱୟ ପାଇଁ ଏସପି ପଦବୀ ପୂରଣର ଆବଶ୍ୟକତା ଅନୁଭୂତ ହେଉଛି। ତେବେ ଗସ୍ତ ପୂର୍ବରୁ ରାଇରଙ୍ଗପୁର ପୋଲିସ ଜିଲ୍ଲାରେ ଏସପି ନିଯୁକ୍ତି ହେବେ କି ନାହିଁ, ସେନେଇ ସରକାର କିମ୍ବା ପୋଲିସ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଔପଚାରିକ ଘୋଷଣା ହୋଇନାହିଁ। ତଥାପି ସ୍ଥାନୀୟ ଲୋକେ ଆଶା କରୁଛନ୍ତି ଯେ ଭିଭିଆଇପି ଗସ୍ତ ପୂର୍ବରୁ ଏହି ପଦବୀ ପୂରଣ ହୋଇ ନୂତନ ପୋଲିସ ଜିଲ୍ଲାର କାର୍ଯ୍ୟକ୍ଷମତା ଆହୁରି ସୁଦୃଢ଼ ହେବ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ