।। ବି.ଜେ.ପି.ର ନିର୍ବାଚନୀ ସଭା ।।

May 6, 2024 - 15:38
 0  188
।। ବି.ଜେ.ପି.ର ନିର୍ବାଚନୀ ସଭା ।।

ଥୁଆମୂଳ ରାମପୁର ବ୍ଲକ ର ମହାବିଦ୍ୟାଳୟର ପଡିଆ ରେ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଛି l ଏଠାରେ କେନ୍ଦ୍ର ଆଦିବାସୀ ବ୍ୟାପାର ତଥା ଜଳ ଶକ୍ତି ମନ୍ତ୍ରୀ ବିଶେଶ୍ୱର ଟୁଡୁ ସହ ଓଡ଼ିଆ ସିନେମା ଅଭିନେତ୍ରୀ ପିଙ୍କି ପ୍ରଧାନ ଭୁବନେଶ୍ୱର ରୁ ଆକାଶ ମାର୍ଗ ଯାଇ ଥୁଆମୂଳ ରାମପୁର ରେ ପହଞ୍ଚି ବା ପରେ ତାଙ୍କୁ ସ୍ବାଗତଂ କରିଥିଲେ l ଭୋଟର ମାନଙ୍କୁ ନରେନ୍ଦ୍ର ମୋଦି ଙ୍କ ଗ୍ୟlରେଣ୍ଟି ଯୋଜନା ଉପରେ କହିବା ସହ ସାଂସଦ ପ୍ରାର୍ଥୀ ମାଲବିକା କେଶରୀ ସିଂଦେଓ, ବିଧାୟକ ପ୍ରାର୍ଥୀ ରମେଶ ମାଝୀ ଙ୍କ ପାଇଁ ଜୋରଦାର ପ୍ରଚାର କରିଥିଲେ l ଆୟୋଜିତ ଏକ ନିର୍ବାଚନୀ ସଭା ରେ ଉଦ ବୋଧନ ଦେଇ କେନ୍ଦ୍ର ମନ୍ତ୍ରୀ କହିଥିଲେ ଦଶ ବର୍ଷ ର ମୋଦି ସରକାର ବିଭିନ୍ନ ଜନକଲ୍ୟାଣ କାରି ଯୋଜନା ପ୍ରସ୍ତୁତ କରିଛନ୍ତି l କେନ୍ଦ୍ର ରୁ ମାଳମାଲ ଯୋଜନା ପଠା ଯାଉଛି ତାହା ରାଜ୍ୟ ସରକାର ଲୋକଙ୍କ ପାଖରେ ପହଞ୍ଚାଇ ପାରୁନି ଅଧ ବାଟରେ ଶେଷ ହେଉଛିl ପ୍ରକୃତ ହିତାଧିକାରୀ ମାନଂକୁ ମିଳୁନି l ସେଥିପାଇଁ ବି.ଜେ. ପି.କ୍ଷମତାକୁ ଆସିଲେ ଯାହା ମୋଦି ଗ୍ୟାରେଣ୍ଟି ଅଛି ତାହା ଦିଆ ଯିବ ବୋଲି ସଭା ରେ କହିଥିଲେ l ଏଥିରେ ପୂର୍ବ ତନ କଳାହାଣ୍ଡି ସାଂସଦ ଅର୍କ କେଶରୀ ସିଂ ଦେଓ, କୈଶବ ବିହାରୀ, ଏମ ପି ପ୍ରତିନିଧି ବିଷ୍ଣୁ ନାଏକ,ବାଜରା ଭୋଇ, ପବିତ୍ର ନାଏକ, ସୁଶାନ୍ତ ନାଏକ, ଧନୁର୍ଯ୍ୟୟ ନାଏକ ରାଧା ନାଏକ, ଆଲୋକ ନାଏକ, ପୁଷ୍ପ ନାଏକ, ଚନ୍ଦନ ନାଏକ, ନବୀଦତ୍ୟ ମାଝୀ, ଦୀପକ ବାରିକ, ଓ ବି ଯେ ପି କର୍ମକର୍ତାଙ୍କ ସହଯୋଗ କରିଥିବା ବେଳେ ଚବିଶ ଗୋଟି ପଞ୍ଚାୟତ ର ହଜାରହଜାର ସଂଖ୍ୟା ରେ ଭୋଟର ଉପସ୍ଥିତ ହୋଇ ଥିଲେ l

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ