।। ବିଜେପି ପକ୍ଷରୁ ମିଶ୍ରଣ ପର୍ବ, ବିଧାୟିକା ଙ୍କ ଶାସନ ଖେଳ ର ଅନ୍ତଃ ସମୟ ଆସିଗଲା ବୋଲି ଖୋଲା ଚ୍ୟାଲେଞ୍ଜ ।।

Jan 24, 2024 - 19:55
 0  10
।। ବିଜେପି ପକ୍ଷରୁ ମିଶ୍ରଣ ପର୍ବ, ବିଧାୟିକା ଙ୍କ ଶାସନ ଖେଳ ର ଅନ୍ତଃ ସମୟ ଆସିଗଲା ବୋଲି ଖୋଲା ଚ୍ୟାଲେଞ୍ଜ  ।।

ବଲାଙ୍ଗୀର/ଟିଟିଲାଗଡ, ତା୨୪-୦୧:ରାଜ୍ୟ ର ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ୭ ନମ୍ବର ଯ଼ୋନେ ର ମିଶ୍ରଣ ତଥା କର୍ମୀ ସମିଳନୀ ଉତ୍ସବ ଝାରଦେବନ ଠାରେ ବିଜେପି ପ୍ରାର୍ଥୀ ନବୀନ ଜୈନ ଙ୍କ ଦ୍ୱାରା ଆୟୋଜିତ ହୋଇଥିଲା |ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଫୋକସ ରେ ରହୁଥିବା ସହ ବିଭିନ୍ନ ଦଳ ରୁ ବିଧାୟକ ଦାବିଦାର ନେଇ ବେଶ୍ ଚର୍ଚ୍ଚା ଜୋର ଧରିଛି। ବିଜେଡ଼ି ଦଳ ରୁ ସ୍ଥାନୀୟ ବିଧାୟିକା ଙ୍କୁ ଏମ ଏଲ ଏ ଟିକଟ ମିଳିବ ନାଁ ତାଙ୍କୁ ଏମ ପି ଟିକଟ ଦେଇ ଦିଆଯିବ ସେ ନେଇ ଆଲୋଚନା ଚାଲିଛି । ଏହି ପରିପ୍ରେକ୍ଷୀ ରେ ବିଜେପି ଦଳ ପକ୍ଷରୁ ନବୀନ ଜୈନ ଙ୍କ ନେତୃତ୍ୱରେ ଏକ ମିଶ୍ରଣ ପର୍ବ ପାଳିତ ହୋଇଛି। କଂଗ୍ରେସ,ବିଜେଡି ଦଳ ରୁ ଓ ବହୁ ସଂଖ୍ୟାରେ ନୂତନ କର୍ମୀ ବିଜେପି ଦଳ ରେ ସାମିଲ ହୋଇଛନ୍ତି । ସ୍ଥାନୀୟ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମମତାଦେଵୀ ଜୈନ କାର୍ଯ୍ୟକ୍ରମ ରେ ବିଧାୟିକା ତଥା ପରିବହନ,ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କ୍ରମାଗତ ପଦ ରେ ଥାଇ ସୁଦ୍ଧା ନିର୍ବାଚନ ମଣ୍ଡଳୀ କୁ ସମ୍ପୂର୍ଣ ଅବହେଳା ସହ ମନୋମୁଖୀ ଶାସନ କରି ଅଞ୍ଚଳ କୁ ବିକାଶ ବଦଳ ରେ ବିନାଶ କରି ଚାଲିଥିବା ପ୍ରକାଶ କରିଥିଲେ । ସମସ୍ତ ଦଳୀୟ କର୍ମୀ ତଥା ନୂତନ ଭାବରେ ଯୋଗ ଦେଇଥିବା କର୍ମୀ ଙ୍କୁ ଆଗାମୀ ଦିନରେ ବିଜେପି ଶାସନ ଚାଲିବ ବୋଲି ଉଦବୋଧନ ଦେଇଥିଲେ। ସେହିପରି ପରିବହନ ମନ୍ତ୍ରୀ ସିନା ବସଷ୍ଟାଣ୍ଡ ନାହିଁ,ଜଳ ସମ୍ପଦ ବିଭାଗ ଦାୟିତ୍ଵ ରେ ଥାଇ ଚାଷୀ ଆତ୍ମହତ୍ୟା ସହ ଦାଦନ ଖଟିବାକୁ ଯିବା,ଡାକ୍ତରଖାନା ଥିବା ଡାକ୍ତର ନ ଥିବା ,ସ୍କୁଲ ଥାଇ ଶିକ୍ଷକ ନ ଥିବା,ବିପୁଳ ରାଜସ୍ବ ଆଦାୟ ସତ୍ତ୍ବେ ପୌର ପରିଷଦ ର ସମସ୍ୟା ସମାଧାନ ନ କରିବା,ଆକ୍ରୋଶ ମୂଳକ ଭାବେ ସାପ୍ତାହିକ ହାଟପଦା ରେଳ ଫାଟକ ବନ୍ଦ କରି ଦେବା ,ନାମକୁ ମାତ୍ର ଉଦଘାଟନ ସମାରୋହ କରି ମିଥ୍ୟା ବାହା,ବାହା ନେବା ଅତ୍ୟନ୍ତ ନିନ୍ଦନୟ ବୋଲି ନବୀନ ଜୈନ ଖୋଲା,ଖୋଲି ତାଙ୍କ ଶାସନ ଖେଳ ସରିଲା ବୋଲି ସମ୍ବୋଧିତ କରିଥିଲେ । ନିର୍ବାଚନ ମଣ୍ଡଳୀ ର ୭ ନୁମ୍ବର ଜୋନ ର ବିଭିନ୍ନ ଗ୍ରାମାଞ୍ଚଳ ରୁ ବହୁ ସଂଖ୍ୟା ରେ ସବୁ ଶ୍ରେଣୀ ର ଲୋକେ ଯୋଗ ଦେଇଥିଲେ ।

ଟିଟିଲାଗଡ଼ ରୁ ବାଳକୃଷ୍ଣ ମିଶ୍ର ଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର |

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ