ବାରିପଦାରେ "ସ୍ବଦେଶୀ ସଂକଳ୍ପ ଦୌଡ଼"
ବାରିପଦା : "ସ୍ବଦେଶୀ ଜାଗରଣ ମଞ୍ଚ" ଓ "ସ୍ୱାବଲମ୍ବୀ ଭାରତ ଅଭିଯାନ"ର ମିଳିତ ଆନୁକୂଲ୍ୟରେ ବାରିପଦାରେ ରବିବାର ଦିନ ଏକ ବଡ଼ ଧରଣର "ସ୍ବଦେଶୀ ସଂକଳ୍ପ ଦୌଡ଼" ଆୟୋଜିତ ହୋଇଯାଇଛି। ସ୍ଥାନୀୟ ଛଉ ପଡିଆରୁ ବାହାରି ବାରିପଦା ଅମ୍ବିକା ମନ୍ଦିର, ବଡ଼ ବଜାର, ଟ୍ରାଫିକ ଛକ, କାଳୀ ମାର୍କେଟ, ଷ୍ଟାଡିଅମ ଗୋଲେଇ ପ୍ରଭୃତି ଦେଇ ସହର ପରିକ୍ରମା କରିଥିବା ଏହି "ଗଣ ଦୌଡ଼"ରେ ଅନ୍ୟମାନଙ୍କ ସହ ବହୁସଂଖ୍ୟକ ଯୁବଛାତ୍ର ସାମିଲ ହୋଇ ସ୍ବଦେଶୀ ଜିନିଷ କିଣିବା, ସ୍ବଦେଶୀ ଭାବନାକୁ ଆପଣେଇବା ଓ ସବୁ କ୍ଷେତ୍ରରେ ସ୍ବଦେଶୀକୁ ପ୍ରଥମିକତା ଦେବା ଇତ୍ୟାଦି ସପକ୍ଷରେ ଧ୍ୱନିମାନ ଦେଇଥିଲେ। ଏଥିସହ ଏମାନେ ଏହି ମର୍ମରେ ଲୋକଙ୍କୁ ବୁଝାଇବା ସହ ସାମୂହିକ ସଂକଳ୍ପ ପାଠ ମଧ୍ୟ କରାଇଥିଲେ। ବିଜୟ କୁମାର ଦାସ, ତୁଷାରକାନ୍ତ ମହାନ୍ତ, ବିଶ୍ୱେଶ୍ୱର ଦ୍ବିବେଦୀ, ଗୋରାଚାନ୍ଦ ମହାନ୍ତ, ରଞ୍ଜନ ନାଏକ ଓ ହେମଲତା ଦାସ ପ୍ରମୁଖଙ୍କ ଦ୍ୱାରା ପରିଚାଳିତ ଏହି "ସ୍ବଦେଶୀ ପାଇଁ ଦୌଡ଼"ରେ କବିବିଷ୍ଣୁ ଶତପଥୀ, ଲକ୍ଷ୍ମୀଧର ହାବଡ଼ା, ଶୋଭାବତୀ ଓତା, ନରୋତ୍ତମ ପାଣିଗ୍ରାହୀ, ମମତା ମଣ୍ଡଳ, ସୌମ୍ୟ ରଞ୍ଜନ ମିଶ୍ର, ଫକୀର ସିଂ,ଶ୍ରଦ୍ଧାଞ୍ଜଳି ପଣ୍ଡା, ଜ୍ଞାନ ରଞ୍ଜନ ଜେନା, ପାୟଲ ରାୟ, ଶ୍ରୀକାନ୍ତ ତ୍ରିପାଠୀ, ସୁବ୍ରତ ମୁଖୀ, ରସିକାନନ୍ଦ ମିଶ୍ର, ଦେବବ୍ରତ ସାମଲ, ଅମିତ ନାୟକ, ତରୁଣ ପାଲବାବୁ, ସଞ୍ଜୟ ରାମ, କୃଷ୍ଣା ବେହେରା, ସଞ୍ଜୟ ପଟ୍ଟନାୟକ, ଶମ୍ଭୁନାଥ ସାହୁ, ଦୀପାଳି ନାଏକ, ଇନ୍ଦୁଭୁଷଣ ଜେନା, ସୁମିତ୍ରା କୁଅଁରବାବୁ, ଶୁଭସ୍ମିତା ବେହେରା, ଯଶୋଦା ଦାସ, ସୃଷ୍ଟି ହୋତା, ବିନୋଦ ଦାସ, ସୋମନାଥ ଦାସ, ସ୍ୱୀକୃତି ଶତପଥୀ, ଗୀତା ଦାସ, ମାଧବାନନ୍ଦ ସାହୁ ଓ ବିଜୟ ହୋତା ପ୍ରମୁଖଙ୍କ ନେତୃତ୍ୱରେ ବହୁସଂଖ୍ୟକ ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0