ବାରିପଦା ର ନିୟମିତ ରକ୍ତଦାତା ଡଃ ନିରୋଜ କୁମାର ପୋଥାଳ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସପିଟାଲ କୁ ଯାଇ କ୍ୟାନ୍ସର ରୋଗୀ ଙ୍କୁ ପ୍ଲେଟଲଟ ପ୍ରଦାନ କରିଲେ

Dec 17, 2024 - 06:18
 0  56
ବାରିପଦା ର ନିୟମିତ ରକ୍ତଦାତା ଡଃ ନିରୋଜ କୁମାର ପୋଥାଳ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସପିଟାଲ କୁ ଯାଇ କ୍ୟାନ୍ସର ରୋଗୀ ଙ୍କୁ ପ୍ଲେଟଲଟ ପ୍ରଦାନ କରିଲେ

ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସପିଟାଲ ରେ କ୍ୟାନ୍ସର ରୋଗ ରେ ପୀଡ଼ିତ ଜଣେ ରୋଗୀ ଙ୍କ ଉନ୍ନତ ଚିକିତ୍ସା ପାଇଁ ତାଙ୍କର ଜରୁରୀ କାଳୀନ AB+ve ପ୍ଲେଟଲେଟ ର ଆବଶ୍ୟକ ହୋଇଥିଲା ଅନେକ ଚେଷ୍ଟା କରି ବିଫଳ ହେବା ରୁ ସେମାନେ ଭୁବନେଶ୍ୱର ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମିଶନ ରକ୍ତଦାନ ର ସଦସ୍ୟ ଗୁନୁ ଆଚାର୍ଯ୍ୟ ଓ ଚନ୍ଦ୍ରକାନ୍ତ ଭୋଇଙ୍କୁ SDP ସଂଗ୍ରହ ପାଇଁ ଅନୁରୋଧ କରିଥିଲେ । ଗୁନୁ ଆଚାର୍ଯ୍ୟ ଓ ଚନ୍ଦ୍ରକାନ୍ତ ଭୋଇ ବାରିପଦା ର ନିୟମିତ ରକ୍ତ ଓ ପ୍ଲେଟଲେଟ୍ ଦାତା ଡଃ ନିରୋଜ କୁମାର ପୋଥାଳ ଙ୍କୁ ଯୋଗାଯୋଗ କରିଥିଲେ । ଜରୁରୀ କାଳୀନ SDP( ପ୍ଲେଟଲେଟ ) ର ଆବଶ୍ୟକତା ଜାଣିବା ପରେ ଡଃ ନିରୋଜ କୁମାର ପୋଥାଳ ଅବିଳମ୍ବେ ବାରିପଦା ରୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସପିଟାଲ ମେଡିକାଲ କୁ ଯାଇ ନିଜର SDP ( ପ୍ଲେଟଲେଟ ) କ୍ୟାନ୍ସର ପୀଡ଼ିତ ବ୍ୟକ୍ତିଙ୍କୁ ପ୍ରଦାନ କରିଥିଲେ । ଏହି SDP ( ପ୍ଲେଟଲେଟ ) ସଂଗ୍ରହ ରେ କ୍ୟାପିଟାଲ ହସ୍ପିଟାଲ ବ୍ଲଡ଼ ସେଣ୍ଟର୍ ର ଗଣେଶ୍ୱର ମହାରଣା ଓ ପାର୍ଥ ଦାସ ସହଯୋଗ କରିଥିଲେ । ଏହି ମହାନ ସେବାକାର୍ଯ୍ୟ ପାଇଁ ଡଃ ନିରୋଜ ଙ୍କୁ ଭୁବନେଶ୍ୱର ଓ ମୟୂରଭଞ୍ଜ ର ବିଭିନ୍ନ ଅନୁଷ୍ଠାନ ତରଫ ରୁ ଧନ୍ୟବାଦ୍ ପ୍ରଦାନ କରାଯାଇଛି । ଏହା ପୂର୍ବ ରୁ ଅନେକ ବାର ନିୟମିତ ଭାବରେ ଡଃ ନିରୋଜ ପୋଥାଳ ବାରିପଦା ରୁ ଭୁବନେଶ୍ୱର ଓ କଟକ କୁ ଯାଇ ଡେଙ୍ଗୁ ଓ କେନ୍ସର ରୋଗୀ ଙ୍କୁ ନିଜର ପ୍ଲେଟଲେଟ ପ୍ରଦାନ କରି ଆସୁଛନ୍ତି l ଆଜି ପର୍ଯ୍ୟନ୍ତ ସର୍ବମୋଟ ୧୨୧ ଥର ନିଜର ରକ୍ତଦାନ କରି ଅନେକ ରାଜ୍ୟ ରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି । ଏହି ମହାନ ବ୍ୟକ୍ତିଙ୍କ ର ମହାନତା ଓ ତାଙ୍କ ସେବା ଆଜି ସାରା ଭାରତବର୍ଷରେ ଚର୍ଚ୍ଚାର ବିଷୟ ହୋଇଛି। ଯାହାଙ୍କ ଦ୍ଵାରା ହଜାର ହଜାର ମଣିଷର ଜୀବନ ବଞ୍ଚିପାରୁଛି। ସତରେ ସିଏ ଜଣେ ଦେବଦୁତ । ତାଙ୍କ ସେବାଯୁଗେ ଯୁଗେ ଆମର ହୋଇ ରହିବ, ତାଙ୍କ ଏହି ମହାନତା ପାଇଁ ମୟୂରଭଞ୍ଜ ତଥା ଓଡ଼ିଶା ତଥା ଭାରତବର୍ଷର ପ୍ରତ୍ୟେକ କଣ ଅନୁକୋଣରୁ ପ୍ରସଂସାର, ସୁଅ ଛୁଟୁଛି ଏବଂ ଭାରତରତ୍ନ ସମ୍ମାନରେ ସମ୍ମାନି କରିବାପାଇଁ ଦାବୀ ହେଉଛି।

ମୟୂରଭଞ୍ଜ, ବାରିପଦାରୁ -ଗୌର ଦାସଗିରି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ