।। ବାଇକ ସହ ସ୍କୁଟି ମୁହାଁ ମୁହିଁ ଧକ୍କା ହେବାରୁ ଜଣେ ମୃତ୍ୟୁ ୩ ଗୁରୁତର ଆହତ ।।

Oct 10, 2024 - 16:13
 0  17
।। ବାଇକ ସହ  ସ୍କୁଟି ମୁହାଁ ମୁହିଁ ଧକ୍କା ହେବାରୁ   ଜଣେ  ମୃତ୍ୟୁ ୩ ଗୁରୁତର ଆହତ ।।

ପାଟଣା କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା କେନ୍ଦେଇପଶି ପଞ୍ଚାୟତ ଖୁଣ୍ଟାପଡା ହନୁମାନ ଛକ ନିକଟରେ ଆଜି ଏକ ବାଇକ ସହ ସ୍କୁଟି ମୁହାଁ ମୁହିଁ ଧକ୍କା ହେବାରୁ ୩ ଜଣ ଗୁରୁତର ହୋଇଥିବା ବେଳେ ଖୁଣ୍ଟା ପଡ଼ା ଗ୍ରାମର ସ୍କୁଟି ଚାଳକ କେଦାର ନାଥ ମାହାନ୍ତ ଙ୍କ ମୃତ୍ୟୁ ହୋଇଥିବାବେଳେ ଗୁରୁତର ଆହାତ ମାନେ ହେଲେ ପାଟଣା ଥାନା ଅନ୍ତର୍ଗତ ସ୍ୱାମ୍ ମୁଣ୍ଡା ସାହିର ଚୈତନ୍ୟ ମୁଣ୍ଡା (୨୦), ପ୍ରାଣୀ ଗ୍ରାହୀ ମୁଣ୍ଡା (୨୦), ଚାକୁଣ୍ଡ ପାଳ ଗ୍ରାମର ଦମୟନ୍ତୀ ମୁଣ୍ଡା (୧୭) ବୋଲି ଜଣାପଡିଛି ସୂଚନା ଅନୁଯାୟୀ ଚୈତନ୍ୟ, ମୁଣ୍ଡା ସ୍ବାମ ନୂଆ ସାହି ଗ୍ରାମରୁ ୩ ଜଣ ବାଇକ ଯୋଗେ ଚାକୁଣ୍ଡା ପାଳ ଗ୍ରାମକୁ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ସ୍କୁଟି ସ‌ହ ମୁହାଁମୁହିଁ ଧକ୍କା ହୋଇଥିଲା ଯାହାଫଳରେ ବାଇକ ରେ ଥିବା ୩ ଜଣ ଛିଟିକି ପଡ଼ିଥିଲେ ପାଖରେ ଥିବା ସ୍ଥାନୀୟ ଲୋକମାନେ ଧାଇଁ ଆସି ୪ ଜଣଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ସେଠାରେ ୩ ଜଣଙ୍କ ଅଧିକ ଗୁରୁତର ହେବାରୁ ଡାକ୍ତର ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କେଦାର ନାଥ ମାହାନ୍ତ ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି ।

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ