।। ବର୍ଷା ରେ ପାଣି ପୁରିଲା ବଡକର୍ଲାକୋଟ ବଜାର ନିକଟରେ , ଲୋକେ ହେଲେ ହନ୍ତସନ୍ତ ।।

Aug 19, 2024 - 20:19
 0  83
।। ବର୍ଷା ରେ ପାଣି ପୁରିଲା ବଡକର୍ଲାକୋଟ ବଜାର ନିକଟରେ , ଲୋକେ ହେଲେ ହନ୍ତସନ୍ତ ।।

ଅଳ୍ପ ବର୍ଷା ରେ ପାଣି ପୁରିଲା ବଜାର ନିକଟ ରାସ୍ତା ରେ, ପାର୍ଶ୍ୱରେ ଷ୍ଟେଟ ବ୍ୟାଙ୍କ ଶାଖା ରହିଥିବାବେଳେ ବ୍ୟାଙ୍କ୍ ଶାଖା ସାମ୍ନାରେ ରହିଛି ସାପ୍ତାହିକ ମାର୍କେଟ। ବଜାରକୁ ଅନେକ ଆଖ ପାଖ ଗ୍ରାମରୁ ତେଜରାତି ଜିନିଷ କିଣାବିକା ସହିତ ଶାଖା ବ୍ୟାଙ୍କ୍ ରୁ ପଇସା ଦେଣ ନେଣ ମଧ୍ୟ କରନ୍ତି । ହେଲେ ବର୍ଷା ପାଣି ଜଗୁଁ ଏହି ସବୁରେ ବାଧାପ୍ରାପ୍ତ ହଉଛି ଫଳରେ ଲୋକେ ହେଲେ ହନ୍ତସନ୍ତ । ଏହା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅନ୍ତର୍ଗତ ବଡକର୍ଲାକୋଟ ଗ୍ରାମପଞ୍ଚାୟତ ହାଟ ପଡ଼ିଆ ନିକଟରେ । ରାସ୍ତା କୋଡର ଡ୍ରେନ ପାଣି ନାଳ ନିୟମିତ ଭାବରେ ପଙ୍କ ଉଦ୍ଧାର ହେଉନଥିବାରୁ ଡ୍ରେନ ପାଣି ନାଳ ରେ ବର୍ଷା ଜଳ ବାହାରି ଯାଇ ପାରୁନି ବଳି ସାଧାରଣରେ ଦାବି ହେଉଛି । ଆଗକୁ ଦେଖିବା ପଞ୍ଚାୟତ ଅଧିକାରୀ ମାନେ କଣ ପଦକ୍ଷେପ ହେଉଛନ୍ତି ।

କଳାହାଣ୍ଡି ଜିଲ୍ଲା ରୁ ବାବୁଲି ହରିଜନଙ୍କ ରିପୋର୍ଟ୍ FIRST NEWS ODISHA.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ