।। ବରିଷ୍ଠ ବିଜେଡି ସଂଘଠକ ଙ୍କ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ।।

Mar 29, 2024 - 11:20
 0  9
।। ବରିଷ୍ଠ ବିଜେଡି ସଂଘଠକ ଙ୍କ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ।।

ରାୟଗଡ଼ା ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ, ବିଜୁ ଜନତା ଦଳ କର୍ମୀ କାର୍ଯ୍ୟାଳୟରେ ରାୟଗଡ଼ା ଜିଲ୍ଲା ବରିଷ୍ଠ ବିଜେଡି ସଙ୍ଗଠକ ଶ୍ରୀ ଯୁକ୍ତ ୟେଲା କୋଣ୍ଡା ଵାଵୁଙ୍କ ନେତୃତ୍ୱରେ ବିଧାନସଭାକୁ ପ୍ରାର୍ଥୀ ଆସନ କୁନେଇ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ରାୟଗଡ଼ ଜିଲ୍ଲାର ତିନୋଟି ନିର୍ବାଚନ ମଣ୍ଡଳୀର ଗୁଣୁପୁର, ବିଷମକଟକ ନିର୍ବାଚନ ମଣ୍ଡଳୀରେ ପୁରୁଣା ପ୍ରାର୍ଥୀ ଙ୍କୁ ଆସ୍ଥା ପ୍ରକଟ କରିଥିବା ଵେଳେ, ରାୟଗଡ଼ା ନିର୍ବାଚନ ମଣ୍ଡଳୀ କୁ ଗୋଟିଏ ନୂଆଁ ପ୍ରାର୍ଥୀନୀ ଶ୍ରୀ ମତୀ ଅନୁସୁୟା ମାଝୀଙ୍କ ନାମରେ ଦଳିୟ ସୁପ୍ରିମ ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୋହର ମାରିଛନ୍ତି। ଦିର୍ଘ ବର୍ଷ ଧରି ଏହି ନିର୍ବାଚନ ମଣ୍ଡଳୀରୁ ପୁରୁଷ ପ୍ରାର୍ଥୀ ଟିକଟ ପାଇ ନିର୍ବାଚନ ଲଢ଼ିଆସୁଥିଲେ। ରାୟଗଡ଼ା ବ୍ଲକର ନିର୍ବାଚନ ମଣ୍ଡଳୀ ର ଚଳିତ ବର୍ଷ ମହିଳା ପ୍ରାର୍ଥୀଙ୍କୁ ମୋହର ମାରି ଗୋଟିଏ ନୁଆ ଅଧ୍ୟାୟ ସୃଷ୍ଟି କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ। ବିଷମକଟକ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଆଇନ୍ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଓ ସମସ୍ତ ଜନସାଧାରଣଙ୍କ କଲ୍ୟାଣ ହିତରେ ସୁଖରେ ଦୁଃଖ ନିଃସ୍ଵାର୍ଥପର ଭାବରେ କାର୍ଯ୍ୟ କରିଆସୁଥିବା ନିର୍ମଳ ଭାବ ମୁର୍ତ୍ତି ସ୍ଵଚ୍ଛ ଓ କୋଟି କୋଟି ଜନତାଙ୍କର ତଥା ସମସ୍ତ ଅଞ୍ଚଳ ବାସୀ ଙ୍କ ହୃଦୟରେ ବାସ କରିଆସୁଥିବା ଶ୍ରୀ ଜଗନ୍ନାଥ ସାରକା ଆଦିବାସୀ ନେତା ଭାବେ ଜଣାଶୁଣା ସେଥିପାଇଁ ବିଜୁଜନତା ଦଳ ର ସୁପ୍ରିମ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଉଥରେ ଆଜି ସର୍ବ ପ୍ରଥମେ ବିଷମକଟକ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବେ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଙ୍କୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ଗତବର୍ଷ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଦଳ ତରଫରୁ ବିଧାୟକ ପ୍ରାର୍ଥୀ ନୀଳମାଧବ ହିକୋକା ୫୨, ୮୧୮ ଭୋଟ ପାଇଥିବା ବେଳେ, ବିଜେପି ଦଳ ତରଫରୁ ବିଧାୟକ ପ୍ରାର୍ଥୀ ଭାବେ ଶିବ ଶଙ୍କର ଉଲ୍ଲାକା ୨୩, ୬୬୫ ଭୋଟ ପାଇଥିଲେ ବିଜୁଜନତା ଦଳ ତରଫରୁ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ୬୬,୧୫୦ ଖଣ୍ଡ ଭୋଟ ପାଇ ତ୍ରିମୁର୍ତୀ ଲଢ଼େଇ କରି ଦୁଇଜଣ ଙ୍କୁ ପଛରେ ପକାଇ ବିଜୟୀ ଲାଭ କରି ବିଧାନ ସଭା ଆସନ କୁ ଯାଇଥିଲେ।ଓ ଏବେ ମଧ୍ୟ ଚଳିତ ବର୍ଷ ନିର୍ବାଚନ ରେ ବହୁ ମାତ୍ରାରେ ବିଜୟୀ ଲାଭ କରିବ ବୋଲି ଅଞ୍ଚଳ ବାସୀ ଙ୍କ ତରଫରୁ ଆଶା ପ୍ରକଟ କରିଛନ୍ତି।ସେହିପରି କୋରାପୁଟ ଲୋକ ସଭା ସାଂସଦ ପ୍ରାର୍ଥୀନୀ ଭାବେ ଶ୍ରୀ ମତୀ କୌସଲ୍ୟା ହିକକାଙ୍କୁ ମୋହର ମାରିଛନ୍ତି। ଏହି ସାମ୍ୱାଦିକ ସମ୍ମିଳନୀରେ ରାୟଗଡ଼ା ଜିଲ୍ଲା ଵରିଷ୍ଠ ବିଜେଡ଼ି ସଙ୍ଗଠକ‌‌‌ ଶ୍ରୀଯୁକ୍ତ ୟେଲା କୋଣ୍ଡା ଵାଵୁ, ଆଇନ ଜିବି ତଥା ବରିଷ୍ଠ ବିଜେଡି ନେତା ବ୍ରଜ ସୁନ୍ଦର୍ ନାୟକ, ପୌର ଉପାଧ୍ୟକ୍ଷା ତଥା ବଶିଷ୍ଠ ଆଇନଜିବୀ ଶ୍ରୀମତି ସୁଭ୍ରା ପଣ୍ଡା, ବିରୋଜା ପାତ୍ର, ଆମ ଓଡ଼ିଶା ନବୀନ ଓଡ଼ିଶା କୋଡ଼ି ନେଟର ଜି.ଗୌରୀ ଶଙ୍କର, ଶ୍ରୀ କାଶୀ ନାଇଡୁ ଙ୍କ ସମେତ ଜିଲ୍ଲାର ସମସ୍ତ ବିଜୁ ଜନତା ଦଳ କର୍ମୀ, ନେତା, ନେତ୍ରୀ, ଓ ଯୁବ ବିଜେଡ଼ିର ସକ୍ରିୟ ସଭ୍ୟ ମାନେ ଉପସ୍ଥିତ ଥିଲେ। ପୌର ପରିଷଦର କାଉନସିଲର ମାନଙ୍କ ଦ୍ଵାରା ଇସ୍ତଫା ପତ୍ର ପ୍ରଦାନ କରି ଏନ୍ ଭାସ୍କର ରାଓ ଯେଉଁଭଳି ରାୟଗଡ଼ ବାସୀଙ୍କ ମାନସିକ ଚାପ ପ୍ରୟୋଗ କରିବା ପାଇଁ ଚାହିଁଛନ୍ତି ଏଥିରେ ସେ କେବେ ମଧ୍ୟ ସଫଳ ହେବେ ନାହିଁ। ଓ ଆମେ ଆମର ବିଧାୟକ ଅନୂସୟା ମାଝୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଆଣି ଜୟଯୁକ୍ତ କରିବୁ ବୋଲି ଦୃଢେ଼ାକ୍ତି ପ୍ରଦାନ କରିଛନ୍ତି। ଚଳିତ ବର୍ଷ ନିର୍ବାଚନ ବିରୋଧି ମାନଙ୍କୁ କୋଡା ଟକ୍କର ଦେବ ବୋଲି ପ୍ରକାଶ କରିଛନ୍ତି।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ