।। ବଡ଼ମାଳ ବାରୁଦ୍ କାରଖାନା ରେ ବଡ଼ ଧରଣ ର ବିସ୍ଫୋରଣ ।।

ଟିଟିଲାଗଡ ରୁ ମାତ୍ର ୧୮ କିଲୋମିଟର୍ ଥିବା , ଭାରତ ସରକାରଙ୍କ ଦ୍ବାରା ନିର୍ମିତ ବାରୁଦ କାରଖାନା ରେ ନିଆଁ ଲାଗି ଯାଇଥିଲା ସୂଚନା ଅନୁସାରେ ଆଜି ରବିବାର ଦିନ ସନ୍ଧ୍ୟା ସମୟରେ ବଡ଼ମାଳ ବାରୁଦ କାରଖାନା ର ୧୨ ନମ୍ୱର ୟୁନିଟ ର ଗୋଦାମ ଗୃହ ରେ ବିସ୍ଫୋରଣ ହୋଇଚି |ସଟ ସରକୀଟ ଯୋଗୁଁ ନିଆଁ ଲାଗି ଯାଇଥିଲା ବୋଲି ଅନୁମାନ କରାଯାଉଛି |ନିଆଁ ଏତେ ବଡ଼ ଭୟଙ୍କର ଥିଲା ଯେ , ୧୫ ରୁ ୨୦ କିଲୋମିଟର୍ ଦୂରରୁ ଆକାଶ ଲାଲ ଦେଖାଯାଉଛି |ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ କାବୁ କରିବାରେ ଅସଫଳ ହେଉଥିଲେ, ଏ ପର୍ଯ୍ୟନ୍ତ କେତେ କ୍ଷୟ କ୍ଷତି ହୋଇଚି ତାର ସୂଚନା ମିଳିନି ।
ଟିଟିଲାଗଡ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ସହିତ ବାଳକୃଷ୍ଣ ମିଶ୍ର ଙ୍କ ରିପୋର୍ଟ
What's Your Reaction?






