।। ବଡ଼ ଆଡ଼ମ୍ବରେ ପୋଡ଼ମାରା ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।।

କେଉଁ ପୁରାତନ କାଳରୁ କୋରାପୁଟ ଜିଲ୍ଲାର ଅନେକ ଆଦିବାସୀ ଗାଁ ମାନଙ୍କରେ ପଡ଼ମାରା ଯାତ୍ରା ବଡ଼ ଆଡ଼ମ୍ବରେ ପାଳନ କରାଯାଇଥାଏ l ଏମିତି ଏକ ପଡ଼ମାରା ଯାତ୍ରା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ପଡ଼ୁଆ ଥାନା ଅନ୍ତର୍ଗତ ମାଳିଭୀମଡୋଲ ଗ୍ରାମ ଠାରେ l କେଉଁ ପୁରାତନ କାଳରୁ ଏହି ଯାତ୍ରା କୋରାପୁଟ ଜିଲ୍ଲାର କଣ ଅଣୁକୋଣର ଆଦିବାସୀ ଗାଁ ମାନଙ୍କରେ ପଡ଼ମାରା ଯାତ୍ରା ଦେଖିବାକୁ ମିଳିଥାଏ l ବିଭିନ୍ନ ଗ୍ରାମରୁ ଏହି ଯାତ୍ରା ଦେଖିବାରେ ଅନେକ ଦୂରଦୂରାନ୍ତରୁ ଲୋକ ଆସି ପୂଜା ସ୍ଥଳୀରେ ଏକାଠି ହୋଇ ପୂଜାକରିଥାନ୍ତି l ଆଦିବାସୀଙ୍କ ପଡ଼ାମାରା ଯାତ୍ରା ରୀତିନୀତି ଅନୁଯାଇ ଏକ ମଇଁଷିକୁ ଆଣି ପୂଜା ସ୍ଥଳୀରେ ବୋଳି ଦେଇଥାନ୍ତି l ଅନେକ ଲୋକ ନିଜନିଜର ମନସ୍କାମନା କରିଥାନ୍ତି ଓ ମନସ୍କାମନା ପୂରଣ ହେବା ମାତ୍ରେ ଛେଳି କୁକୁଡ଼ା ଆଣି ବୋଳି ଦେଇଥାନ୍ତି l ଶେଷରେ ଆଦିବାସୀ ନାଚ ଗୀତରେ ଲୋକେ ଝୁମି ଯାଇଥିବା ବେଳେ କୋରାପୁଟିଆ ଢେମସା ନାଚ କରି ସମସ୍ତେ ମୋଜା ନେଇ ନିଜନିଜ ଘରକୁ ଫେରିଯାଇଥାନ୍ତି l
ନନ୍ଦପୁର ଠାରୁ ଶଙ୍କର ପାଙ୍ଗିଙ୍କ ସହିତ ଦେବେନ୍ଦ୍ର ଖିଲ
What's Your Reaction?






