।। ପେରମଞ୍ଜି ଗ୍ରାମ ଠାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା - ୨୦୨୪ ଲୋଗୋ ସହ ପୋଷ୍ଟର ର ଶୁଭ ଉଦଘାଟନ ।।

Dec 23, 2023 - 15:39
 0  32
।।  ପେରମଞ୍ଜି ଗ୍ରାମ ଠାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା - ୨୦୨୪  ଲୋଗୋ ସହ ପୋଷ୍ଟର ର ଶୁଭ ଉଦଘାଟନ ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କର୍ଲାପାଟ ପଞ୍ଚାୟତ ଅଧିନରେ ଥିବା ପେରମଞ୍ଜି ଗ୍ରାମ ଠାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ର ଶୁଭ ଉଦଘାଟନ କରାଯାଇଛି। ଆଜି ଦିନ ଠାରୁ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ର ଶୁଭାରମ୍ଭ ଆସନ୍ତା ଜାନୁଆରୀ ୧୭, ୨୦୨୪ ପର୍ଯ୍ୟନ୍ତ ପଞ୍ଚାୟତ, ବ୍ଲକ, ଉପଖଣ୍ଡ ଓ ଜିଲ୍ଲା ସ୍ତରରେ ସମାପନ ହେବ। ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗ୍ରାମ୍ୟ ଦେବୀ ଧରଣୀ ମନ୍ଦିରରୁ ଶୋଭାଯାତ୍ରାରେ ଆସିଥିବା ମଶାଲକୁ ଗ୍ରହଣ କରି ମଞ୍ଚ ନିକଟରେ ସ୍ଥାପନା କରିଥିଲେ। ପୂର୍ବରୁ କର୍ଲାପାଟ ଡୋକରୀ ମାଁ ଙ୍କ ମନ୍ଦିର ରୁ ଥୁଆମୂଳ ରାମପୁର ବିଡିଓ ଧ୍ରୃବଚରଣ ମୁଦୁଲି ମଶାଲ ଆଣି ଧରଣୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ମଞ୍ଚରେ ଅନ୍ୟତମ ସମ୍ମାନିତ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ , ବି.ଡି.ଓ ଧ୍ରୁବ ଚରଣ ମୁଦୁଲି , ତହସିଲଦାର କବିରାଜ ପ୍ରଧାନ , ଡି.ଆଇ.ପି. ଆର.ଓ ମନୋଜ ବେହେରା , ପ୍ରଚାର ଓ ବିଜ୍ଞାପନ ସବକମିଟି ଅଧ୍ୟକ୍ଷ ତଥା ସାମ୍ବାଦିକ ଶାନ୍ତନୁ ବେହେରା, ଜିଲ୍ଲା ସଂସ୍କୃତି ପରିଷଦ ସଭ୍ୟ ସତ୍ୟ ପ୍ରସାଦ ସିଂ , ଜିଲ୍ଲା ପରିଷଦ ସଭ୍ୟ ଟୁନି ଖୋସାଲା , ମାଁ ମାଣିକେଶ୍ବରୀ ପଞ୍ଚାୟତ କଲେଜ ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନ୍ନା, ଅଶୋକ ସିଂ , ସଂଜୀବ ସିଂ , ସରପଞ୍ଚ ସଂଘ ଅଧ୍ୟକ୍ଷ,ସମିତି ସଭ୍ୟ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଅତିଥିଗଣ ଜିଲ୍ଲାର ସଂସ୍କୃତି. ପରମ୍ପରା , ଐତିହ. ଲୋକ ସଙ୍ଗୀତ , ଲୋକନୃତ୍ୟର ପ୍ରଚାର , କଳା କାରମାନଙ୍କ ପ୍ରତିଭା ନିଦର୍ଶନ , ଜିଲ୍ଲାର ବିକାଶ ଓ ସର୍ବୋପରି କଳାହାଣ୍ଡି ଉତ୍ସବ ପରିବେଶକୁ ଗ୍ରାମ , ପଞ୍ଚାୟତ , ବ୍ଲକ ଓ ଜିଲ୍ଲାସ୍ତରରେ ଅଧିକ ସୁନ୍ଦର ମନୋରମ ଓ ଆକର୍ଷଣ କରିବାକୁ ସମସ୍ତଙ୍କର ସହଯୋଗ ଲୋଡିଥିଲେ। ଏହି ଅବସରରେ କଳାହାଣ୍ଡି ଉତ୍ସବ ପ୍ରଚାର ଓ ବିଜ୍ଞାପନ କମିଟି ଦ୍ଵାରା ପ୍ରସ୍ତୁତ ଓ ଅନୁମୋଦିତ ଲୋଗୋ ଓ ପୋଷ୍ଟର ର ରୂପରେଖର ଶୁଭ ଉନ୍ମୋଚନ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ କରିଥିଲେ । ଉତ୍ସବ ସ୍ଥଳରେ ଉଦ୍ୟାନ ବିଭାଗ, ଅଗ୍ନିଶମ ବିଭାଗ ପ୍ରାଣୀସମ୍ପଦ ବିଭାଗ, ମିଶନଶକ୍ତି , ସମନ୍ଵିତ ଶିଶୁ ବିକାଶ , କୃଷି ବିଭାଗ ନିଜ ନିଜ ବିଭାଗର ବିଭିନ୍ନ ଯୋଜନା ଉପରେ ସଚେତନତା ସୃଷ୍ଟି କରିଥିଲେ । ଏଥିରେ ବିଦ୍ୟାଳୟ ଓ ଅନ୍ୟ ଘରୋଇ ସାଂସ୍କୃତିକ ଅନୁଷ୍ଠାନର ପ୍ରାୟ ୨୦ ଟି ଦଳ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଏବଂ ସେମାନଙ୍କୁ ଅତିଥି ଗଣ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରିଥିଲେ । ଉତ୍ସବ ପଡିଆରେ ଭଲିବଲ ପ୍ରତିଯୋଗିତାକୁ ଉଦଘାଟନ କରାଯାଇଥିଲା ଏବଂ ଏଥିରେ ମୋଟ ୯ ଟି ଦଳ ଅଂଶ ଗ୍ରହଣ କରିଥିଲେ । ମାଁ ମାଣିକେଶ୍ବରୀ ପଞ୍ଚାଯତ ସମିତି କଲେଜ ଚମ୍ପିୟାନ ଏବଂ ଗୁଣପୁର ଏସ ଏସ ଡି ହାଇସ୍କୁଲ ରନର୍ସ ଅଫ୍ ହୋଇଥିଲା, ଉକ୍ତ ଉତ୍ସବ ଟି ଅତି ମନୋରମ ପରିବେଶ ମଧ୍ୟରେ ଆଖପାଖ ଗ୍ରାମବାସୀରୁ ହଜାର ହଜାର ଲୋକ ଉପସ୍ଥିତ ରହିଥିଲେ। ଆୟୋଜିତ ଉକ୍ତ ମଞ୍ଚକୁ ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତି କଲେଜ ଅଧ୍ୟକ୍ଷ ସତ୍ୟନାରାୟନ ମୁଣ୍ଡଛିନା ପରିଚାଳନା କରିଥିବାବେଳେ ଆଇନଜୀବୀ ସଂଜୀବ ସିଂ ଧନ୍ୟବାଦ ଅର୍ପଣ କରିଥିଲେ l

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ