ପୁଣୀ ଥରେ ସେହି ଗ୍ୟାରେଜରେ ଭୟାବହ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡିଯାଇ ନଷ୍ଟ ହୋଇଯାଇଛି

Mar 3, 2025 - 20:48
 0  9
1 / 1

1.

ପୁଣୀ ଥରେ ସେହି ଗ୍ୟାରେଜରେ ଭୟାବହ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡିଯାଇ ନଷ୍ଟ ହୋଇଯାଇଛି।

ଶ୍ରିନୁ କାର ମେକାନିକ ଗ୍ୟାରେଜରେ ଗୋଟିଏ ମାସ ଦୁଇ ଥର ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ପୋଡିଯାଇ ପାଉଁଶ ହୋଇଗଲା । ମାଲିକ୍ ଦୁଃଖ ରେ ଭାଙ୍ଗି ପଡିଛନ୍ତି।

ଏ ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ସହରର ତୁମ୍ବିଗୁଡ଼ା ଛକ ନିକଟସ୍ତ ଶ୍ରିନୁ କାର ଓ ମେକାନିକ ଗ୍ୟାରେଜରେ। ଗତ କିଛି ଦିନ ତଳେ ଫେବୃଆରୀ ମାସ ୧୦ ତାରିଖ ସକାଳ ୮ଟାରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ପୋଡିଯାଇ ନଷ୍ଟ ହୋଇଥିବା ବେଳେ ପୁଣୀ ଆଜି ସେହି ମେକାନିକ ଗ୍ୟାରେଜରେ ସକାଳ ପ୍ରାୟ ସକାଳ ୮ଘଣ୍ଟା ସମୟରେ ଭୟାବହ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡିଯାଇ ନଷ୍ଟ ହୋଇଯାଇଛି। ଖବର ପାଇ ରାୟଗଡ଼ା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ। କିନ୍ତୁ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ଜଣାପଡିଛି।ଗ୍ୟାରେଜକୁ କାର ମରାମତି କରିବା ପାଇଁ ଆସିଥିବା ବହୁ ମୂଲ୍ୟ କାର ପୋଡ଼ି ହୋଇ ନଷ୍ଟ ହୋଇଯାଇଥିବା ବେଳେ ଗାଡ଼ିର ସ୍ପେର ପାର୍ଟ ଗୁଡିକ ମଧ୍ୟ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ି ନଷ୍ଟ ହୋଇଯାଇଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରୁନାହିଁ ? ଗୋଟିଏ ଛୋଟ ଗ୍ୟାରେଜ ରେ ଗୋଟିଏ ମାସରେ ସେହି ସକାଳ ପ୍ରାୟ ଆଠ ଘଣ୍ଟା ସମୟରେ ଦୁଇ ଦୁଇ ଥର ନିଆଁ ଲାଗିଥିବା ଘଟଣା ଅଞ୍ଚଳ ବାସି ଆଶ୍ଚର୍ୟ୍ଯ ଚକିତ କରି ଦେଇଛି। ଅଞ୍ଚଳ ବାସି ଗୋଟିଏ ପଟ ପିଡିତଙ୍କୁ ଦୁଃଖ ସହାନୁଭୂତି ଜଣାଉଥିବା ବେଳେ ଅନ୍ୟ ପଟେ ଇନ୍ସୁରନ୍ସ ଓ ଋଣ ଅର୍ଥ ହଡପ କରିବା ପାଇଁ ଏହି ଭଳି ଘଟଣା ଘଟାଇଥିବା ନେଇ ଫୁସୁରୁ ଫୁସୁରୁ ହେଉଥିବା ଦେଖିବାକୁ ମିଳିଛି। ଗ୍ୟାରେଜ ମାଲିକ କେମେରା ସମ୍ମୁଖ ରେ କିଛି କହିବା ପାଇଁ ମନା କରିଦେଇ ଥିଲେ। ଗ୍ୟାରେଜର ମାଲିକ ଲୋନ୍ ଖାରଜ କରିବା ପାଇଁ ଚକ୍ରାନ୍ତ ଚଳାଇଛନ୍ତି କି ବୋଲି ସନ୍ଦେହ ସୃଷ୍ଟି ହୋଇଛି। 

ରାୟଗଡା ରୁ ସଞ୍ଜୟ କୁମାର ନାଗଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ