ପରିବର୍ତ୍ତନ ଫାଉଣ୍ଡେସନ ର ପ୍ରତିଷ୍ଠା ଦିବସ ପାଳିତ

Mar 18, 2025 - 16:07
 0  79
ପରିବର୍ତ୍ତନ ଫାଉଣ୍ଡେସନ ର  ପ୍ରତିଷ୍ଠା ଦିବସ ପାଳିତ

( ଜଗନ୍ନାଥ ମହାପାତ୍ର ମୁଖ୍ୟ ଉପଦେଷ୍ଟା ମନୋନୀତ )

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା:୧୭/୦୩/୨୦୨୫ ରିଖ: ନବରଙ୍ଗୁର ପୌରପରିଷଦ କଲ୍ୟାଣ ମଣ୍ଡପ ପରିସରରେ ପରିବର୍ତ୍ତନ ଫାଉଣ୍ଡେସନ ର ସଭାପତି ନିନି ବାବୁ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ! ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ପ୍ରତିଷ୍ଠିତ ବରିଷ୍ଠ ସମାଜସେବୀ ତଥା ଫାଉଣ୍ଡେସନ ର ମୁଖ୍ୟ ଉପଦେଷ୍ଟା ଜଗନ୍ନାଥ ମହାପାତ୍ର ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ବରିଷ୍ଠ ଅଧିବକ୍ତା ଝାଡେଶ୍ୱର ଖାଡଙ୍ଗା, ଓଡ଼ିଶା ଓକିଲ ସଂଘର ଉପ ସଭାପତି ନରସିଂହ ତ୍ରିପାଠୀ, ରାଜ୍ୟ ଅମଲା ସଂଘର ସଭାପତି ତ୍ରିପତି ବାଲାଜୀ ସାହୁ, ପାପଡ଼ାହାଣ୍ଡି ପଞ୍ଚାୟତ ସମିତି ଉପ ସଭାପତି ସୁଶାନ୍ତ କୁମାର ବେହେରା,ଜିଲ୍ଲା କ୍ରୀଡା ସଂଘର ସହ ସମ୍ପାଦକ ତଥା ଟେଲି ଫିଲ୍ମ ନିର୍ଦ୍ଦେଶକ ମନୋଜ କୁମାର ପଟ୍ଟନାୟକ, ସମାଜ ସେବୀ ତଥା ଅଧିବକ୍ତା ସିରାଜ୍ଉଦିନ ଅହମଦ ,ଜାଫର କାଦ୍ରିୟ, ଦିନଦୟାଲ ଜୈନ ଏବଂ ସ୍ୱର୍ଣାଲତା ପଟ୍ଟନାୟକ,ପି. ଭେଙ୍କଟ ,ସୁଧାକର ପାଢୀ, ନଗେନ୍ଦ୍ର ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିଲେ ! ସଭାର ପ୍ରାରମ୍ଭରେ ସଭାପତି ଶ୍ରୀ ତ୍ରିପାଠୀ ଫାଉଣ୍ଡେସନର ଗଠନ ହେବାର ଲକ୍ଷ ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥାପନ କରିଥିବା ବେଳେ ସଂଘର ବରିଷ୍ଠ ସଦସ୍ୟ ଫାଲଗୁନୀ ପାତ୍ର ଫାଉଣ୍ଡେସନ ର ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ଆଲୋଚନା କରିଥିଲେ ! ଏଇ ପରିପ୍ରେକ୍ଷୀରେ ଲୋକଙ୍କ ବିଭିନ୍ନ ସମସ୍ୟାର କିପରି ସଂଘ ଦ୍ଵାରା ସମାଧାନ ହୋଇପାରିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଯାଇଛି ! ନବରଙ୍ଗପୁର ସହରର ପ୍ରତ୍ୟେକ ୱାର୍ଡ ରେ କମିଟି ଗଠନ କରାଯାଇ ସଂଘ ମାଧ୍ୟମରେ ସେ ଅଞ୍ଚଳର ସମସ୍ୟା ଗୁଡ଼ିକର ସମାଧାନ ନିମନ୍ତେ ଚେଷ୍ଟା କରାଯିବ ସେହିପରି ସଂଘ ନବରଙ୍ଗପୁର ସହରରେ ସୀମିତ ନ ହୋଇ ଜିଲ୍ଲାର ସମସ୍ତ ବ୍ଲକ ସ୍ତରରେ ସଭ୍ୟ ସଂଗ୍ରହ କରି ସଂପୃକ୍ତ ଅଞ୍ଚଳର ସମସ୍ୟାର ସମାଧାନ କରିବା ନିମନ୍ତେ ଆଲୋଚନା ହୋଇଯାଇଛି ! କାର୍ଯ୍ୟକ୍ରମରେ ବିଭିନ୍ନ ସ୍ତରରେ ନବରଙ୍ଗପୁର ଜିଲ୍ଲାକୁ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ଥିବା ବ୍ୟକ୍ତିବିଶେଷ ଏବଂ ଅନୁଷ୍ଠାନ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ଏବଂ ସିଲ୍ଡ ଦେଇ ସମ୍ମାନିତ କରାଯାଇଥିଲା ! କାର୍ଯ୍ୟକ୍ରମ ଶେଷରେ ପରିବର୍ତ୍ତନ ଫାଉଣ୍ଡେସନ ର ସଭାପତି ନିନୀବାବୁ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବରିଷ୍ଠ ସଦସ୍ୟ ବିକ୍ରମ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସୁଧୀର କୁମାର ସିଂ, ସୋମେଶ ଖରା, ଶୀତଳ ପାଣିଗ୍ରାହୀ, ଟାକୁନା ବେହେରା, ଆଲୋକ ସାହୁ, ରବି ପ୍ରସାଦ, ଅଭିଳାଷ ନାୟକ, ରବୀନ୍ଦ୍ର ତ୍ରିପାଠୀ, ଅଭିନାଶ ମହାପାତ୍ର, ପିୟୁଷ ଜୈନ, ସୁମିତ ପାଳ, ଉପେନ୍ଦ୍ର ଷଡ଼ଙ୍ଗୀ ସମେତ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ !ଏହି କାର୍ଯ୍ୟକ୍ରମ ରେ ସହରର ଗଣମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ! ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ