।। ପଟ୍ଟାଙ୍ଗି ର ବିଧାୟକ ଶ୍ରୀ ରାମଚନ୍ଦ୍ର କାଡାମ ଦ୍ଵାରା OSRTC ର କୋରାପୁଟ ଜିଲ୍ଲା ପରିବହନ ଅଧିକାରୀ ଶ୍ରୀଯୁକ୍ତ ଶ୍ରୀନିବାସ ପାଣିଗ୍ରାହୀ ନେଇ ଏକ ବୈଠକ ଅନୁଷ୍ଠିତ ।।

Jun 29, 2024 - 21:28
 0  6
।। ପଟ୍ଟାଙ୍ଗି ର ବିଧାୟକ ଶ୍ରୀ ରାମଚନ୍ଦ୍ର କାଡାମ ଦ୍ଵାରା OSRTC ର କୋରାପୁଟ ଜିଲ୍ଲା ପରିବହନ ଅଧିକାରୀ ଶ୍ରୀଯୁକ୍ତ ଶ୍ରୀନିବାସ ପାଣିଗ୍ରାହୀ ନେଇ ଏକ ବୈଠକ ଅନୁଷ୍ଠିତ ।।

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ନିର୍ବାଚନର ବିଧାୟକ ଶ୍ରୀ ରାମଚନ୍ଦ୍ର କାଡାମ ଆଜି OSRTC ର କୋରାପୁଟ ଜିଲ୍ଲା ପରିବହନ ଅଧିକାରୀ ଶ୍ରୀଯୁକ୍ତ ଶ୍ରୀନିବାସ ପାଣିଗ୍ରାହୀ , ଆଞ୍ଚଳିକ ଅଧିକାରୀ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ନନ୍ଦ , ଲକ୍ଷ୍ମୀ ବସ ଜିଲ୍ଲା ପରିଚାଳକ ଶ୍ରୀଯୁକ୍ତ ଈଶ୍ୱର ମହାପାତ୍ର ଏବଂ ଓଡ଼ିଶା ଟ୍ରାନ୍ସପୋର୍ଟ ବିଭାଗ ର ସହ ପରିଚାଳକ ଶ୍ରୀଯୁକ୍ତ ପ୍ରକାଶ କୁମାର ନାୟକ ଙ୍କ ସହ ବସି ପଟ୍ଟାଙ୍ଗି ନିବର୍ଚ୍ଚନ ମଣ୍ଡଳୀ ର ସୁବିଧା ପାଇଁ ବିଭିନ୍ନ କୋଣ ଅନୁକୋଣ ଯଥା ଅନକାଡେଲି ଠୁ ଭାୟା ନନ୍ଦପୁର ହେଇ ଭଞ୍ଜନଗର , ପାଡୁଆ ଠାରୁ ଭାୟା ନନ୍ଦପୁର ହେଇ କଟକ , ଆର୍କୁ ଠାରୁ ଭାୟା ସେମିଳିଗୁଡା ହେଇ ଜୟପୁର , ବିଶାଖାପାଟଣା ଠାରୁ ଭାୟା ଆର୍କୁ ଏବଂ ସେମିଳିଗୁଡା ହେଇ ଜୟପୁର , ଦାମନଯୋଡି ଭାୟା ଜୟପୁର ହେଇ ହାଇଦ୍ରାବାଦ , ରାତ୍ରି ଏକ୍ସପ୍ରେସ ବସ୍ ସୁନାବେଡ଼ା ରେ ରହଣି ପରିବର୍ତ୍ତେ କିଛି ବସ୍ ଦାମନଯୋଡି ଏବଂ ନନ୍ଦପୁର ସମ୍ପ୍ରସାରଣ କରିବା ସହିତ ଲକ୍ଷ୍ମୀ ବସ୍ ର ରୁଟ୍ ସମ୍ପ୍ରସାରଣ ଏବଂ ଲକ୍ଷ୍ମୀ ର ଜଗନ୍ନାଥ ବସ୍ ନନ୍ଦପୁର ଠାରୁ ପୁରୀ ପର୍ଯ୍ୟନ୍ତ ଚାଲିବ ପାଇଁ ଦାବି କରାଯାଇଥିଲା ! ଏହି ଆଲୋଚନା ସମୟରେ ବିଧାୟକଙ୍କ ସେମିଳିଗୁଡା ବ୍ଲକ ପ୍ରତିନିଧି ସନିୟା ମାଝୀ, ରାଜପୁଟ୍ ପଞ୍ଚାୟତ ସରପଞ୍ଚ ପିତାମ୍ବର କିର୍ସାନି, ସରୋଜ ନାୟକ, ରବି ନାରୟଣ ପାତ୍ର, କମୁଲୁ ଧଡକା, ଶିବ ବାରିକ, ଜଗା ବାରିକ , ସୁଧୀର ବାବୁ ଉପସ୍ତିତରହି ଜନ ସାଧାରଣଙ୍କ ମତାମତ ଓ ଦାବୀ ଉପସ୍ଥାପନା କରାଯାଇ ଥିଲା ।

କୋରାପୁଟ ରୁ ବାବୁଲା ଖିଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ