।। ନେସନାଲ କଲେଜରେ ଖେଳ ଓ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ।।

Dec 12, 2023 - 20:31
 0  14
।। ନେସନାଲ କଲେଜରେ ଖେଳ ଓ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ।।

ଆଜି ନେସନାଲ କଲେଜ ଠାରେ ଖେଳ ଓ କ୍ରୀଡା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜ଼ିଲ୍ଲା ଯୁବ ବିଜୁ ଜନତା ଦଳର ଜ଼ିଲ୍ଲା ସଭାପତି ହରିଶ୍ଚନ୍ଦ୍ର ପଣ୍ଡା ଯୋଗଦାନ କରି ପୂଜାର୍ଚ୍ଚନା କରିବା ସହ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ ସମ୍ମାନିତ ଅତିଥି ଭାବରେ ଅଧ୍ୟକ୍ଷ ହିତେଶ ସାହୁ, ଦୁର୍ଲଭ ଚରଣ ବେହେରା, ବୈଦ୍ୟନାଥ ଗର୍ତିଆ, ନୃସିଂହ ଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ, +2/+3 ଛାତ୍ରଛାତ୍ରୀ ଙ୍କ ଦ୍ୱାରା ରସି ଟଣା ଟୋଗ ଅଫ ୱାର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା l ନୋଡାଲ ଅଧିକାରୀ ପ୍ରକାଶ କୁମାର ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ଅଧ୍ୟାପକ ଦୁର୍ଲଭ ଚରଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ i ଉକ୍ତ କାଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଅଧ୍ୟାପୀକା ଏବଂ ନାସନାଲ କଲେଜର ସମସ୍ଥ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ