ନୂଆପଡାରେ ୭୬ ତମ ଜ଼ିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

Jan 27, 2025 - 18:50
 0  23
ନୂଆପଡାରେ ୭୬ ତମ ଜ଼ିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ନୁଆପଡ଼ା : ନୂଆପଡା ଜିଲ୍ଲା ସଦର ମହକୁମାସ୍ଥିତ ମିନି ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି | ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସ୍ବତନ୍ତ୍ର ଉତ୍ସବରେ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ଏବଂ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥ୍‌ ରୂପେ ଯୋଗଦାନ କରି ଜାତୀୟ ପତକା ଉତ୍ତୋଳନ କରିବା ସହ ପ୍ୟାରେଡ଼ ନିରୀକ୍ଷଣ ଏବଂ ମିଳିତ ପ୍ୟାରେଡ଼ ର ଅଭିବାଦନ ଗ୍ରହଣ କରିଥିଲେ | ପରେ ନୂଆପଡାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ଟୁପଙ୍କ ଦ୍ବାରା ପ୍ୟାରେଡ ଏବଂ ଦେଶାତ୍ମକବୋଧ ଗୀତରେ ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ନୃତ୍ୟ ଏବଂ ପ୍ୟାରେଡରେ ଉଚ୍ଚ ଶ୍ରେଣୀ ପ୍ରଦର୍ଶିତ ଗ୍ରୁପକୁ ପୁରସ୍କୃତ କରାଯାଇ ଥିଲା । ଏହି ଅବସରରେ ୨୫ ଜଣ ଭୂମିହୀନଙ୍କୁ ସରକାରୀ ସହାୟତା ଭାବେ ୪ ଡିସମିଲ ଜାଗା ପଟ୍ଟା ପ୍ରଦାନ କରାଯାଇଥିଲା | ପରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଲୟ ଠାରେ ସମ୍ବାଦ ଓ ଆମ ଓଡିଶା ଦ୍ୱାରା ଆୟୋଜିତ ରକ୍ତ ଦାନ ଶିବିର ର ଉଦ୍ଘାଟନ କରି ଅନ୍ତେବାସୀ ମାନଙ୍କୁ ଫଳ ଓ ମିଷ୍ଠlନ ବଣ୍ଟନ କରିଥିଲେ l ପରେ ମନ୍ତ୍ରୀ ଶ୍ରୀ ସୁରଜ ଟାନୱାଟ ସ୍ଥିତ ବିଜୁ ପଟ୍ଟନାୟକ ମାନସିକ ଅନଗ୍ରସର ବିଦ୍ୟାଳୟ ଓ ନୂଆପଡା ଜେଲରେ ଫଳ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦାନ କରି ସେଠାକାର ଅନ୍ତେବାସୀଙ୍କୁ ସାକ୍ଷାତ କରିଥିଲେ | ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡ଼ଲି ମାଝୀ, ଏସ.ପି. ଜି ଆର ରାଘବେନ୍ଦ୍ର ରେଡ୍ଡୀ, ଡିଏଫଓ ଅଜିଜ ଖାନ, ଏଡିଏମ ସୁବାଷ ଚନ୍ଦ୍ର ରାଇତ, ସିଡିଓ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ତହସିଲଦାର ପୁଷ୍ପାଞ୍ଜଳି ଦଣ୍ଡପାଟ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବାବେଳେ ସମସ୍ତ ଜ଼ିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ | ବିଭିନ୍ନ ବିଭାଗ ଦ୍ବାରା ସଚେତନା ରଥ ର ପ୍ରଦର୍ଶିତ ହୋଇଥିଲା | ଯେଉଁଥରେ ସମଗ୍ର ଶିକ୍ଷା ନୀତି ୨୦୨୦ ରଥ ପ୍ରଦର୍ଶନୀ ପ୍ରଥମ ସ୍ଥାନ ଅଧିକାର କରିଥିଲା | ଏଥିରେ ଧନ୍ଦାମୂଳକ ଶିକ୍ଷାର ଇଲେକ୍ଟ୍ରୋନିକ ଓ ହାର୍ଡୱେର ର ଉତ୍ପାଦ ବିଷୟରେ ପ୍ରଦର୍ଶନ କରାଯାଇଥିଲା | ଏଥିରେ ଜିଲ୍ଲା ଶିକ୍ଷା ସମନ୍ଵୟକାରୀ ହେମକାନ୍ତ ଭୋଇ ଏବଂ ଭୋକେସନାଲ କୋଡିନେଟର କମଲ କୁମ୍ଭାରଙ୍କ ନେତୃତ୍ବରେ ଶିକ୍ଷକ ଦେବରାଜ ବେହେରା ଓ ଉପେନ୍ଦ୍ର ମାଝୀ ବିଶେଷ ସହଯୋଗ କରିଥିଲେ । ଏହି ଉତ୍ସବରେ ବହୁ ସଂଖ୍ୟାରେ ବୁଦ୍ଧିଜୀବୀ ଓ ଜନ ସାଧାରଣ ଉପସ୍ଥିତ ଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ