ନୂଆପଡାରେ ନେତାଜୀ ଓ ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ,ଉଦଘାଟନ ହେଲା ନେତାଜୀ ଚୌକ, ସରସ୍ୱତୀ ମାର୍ଗ ଓ ମଧୁସୂଦନ ମାର୍ଗ

Jan 24, 2025 - 08:17
 0  13
ନୂଆପଡାରେ ନେତାଜୀ ଓ ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ,ଉଦଘାଟନ ହେଲା ନେତାଜୀ ଚୌକ, ସରସ୍ୱତୀ ମାର୍ଗ ଓ ମଧୁସୂଦନ ମାର୍ଗ

ନୂଆପଡା, ତା 23.01.25 ଆଜି ସ୍ଥାନୀୟ ସରକାରୀ ନୂଆପଡ଼ାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ଉତ୍ସବ ମହାସମାରୋହରେ ବାଳିକା ହାଇସ୍କୁଲ ପରିସରରେ ପାଳିତ ହୋଇଯାଇଛି | ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟବର୍ତ୍ତୀ ଛକକୁ ନେତାଜୀ ଚୌକ ଏବଂ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଓ ବାଳିକା ହାଇସ୍କୁଲ ମାର୍ଗକୁ ଯଥାକ୍ରମେ ସରସ୍ୱତୀ ମାର୍ଗ ଓ ମଧୁସୂଦନ ମାର୍ଗ ଭାବରେ ଅଭିହିତ କରାଗଲା | ପୂର୍ବାହ୍ନ ସାଢେ ୧୦ଟାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଛକର ନାମ ଫଳକ ଅନାବରଣ କରିଥିଲେ | ଏଠାରେ ରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଏବଂ ବାଳିକା ହାଇସ୍କୁଲ ଛାତ୍ର ଛାତ୍ରୀ ଏକ ମାନବ ଶୃଙ୍ଖଳ ପ୍ରସ୍ତୁତ କରି ଜିଲ୍ଲାପାଳଙ୍କୁ ସ୍ୱାଗତ କରିଥିଲେ | କାର୍ଯ୍ୟକ୍ରମରେ ନେତାଜୀ ଜୟନ୍ତୀ ଉତ୍ସବ ପାଳନ କମିଟି ସାଙ୍ଗଠନିକ ସଂପାଦକ ଘନଶ୍ୟାମ ଭୋଇଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆବାହକ ମଧୁସୂଦନ ସାହୁ, କାର୍ଯ୍ୟକାରୀ ସଭାପତି ବିନୋଦ ବିହାରୀ ଦାସ,ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିଚାଳନା କମିଟି ସଭାପତି ଚିନ୍ତାମଣି ପାଣିଗ୍ରାହୀ, ସଂପାଦକ ଶିବାଜୀ ପଣ୍ଡା, ପୂର୍ବତନ ଜିଲ୍ଲା ଓକିଲ ସଙ୍ଘ ସଭାପତି ପ୍ରସନ୍ନ କୁମାର ପାଢ଼ୀ, ଦୁଲ୍ଳଭ ଚରଣ ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା,ପ୍ରମୁଖ ଯୋଗ ଦେଇଥିଲେ | ଦୁଇ ଗୋଟି ବିଦ୍ୟାଳୟ ତରଫରୁ ବାଜା ବଜାଇ ଅତିଥି ମାନଙ୍କୁ ଭଵ୍ୟ ସ୍ୱାଗତ କରାଯାଇଥିଲା | ଏହା ପରେ ଜିଲ୍ଲା ପାଳଙ୍କୁ ଫୁଲ ଚନ୍ଦନ ଦେଇ ସରକାରୀ ବାଳିକା ହାଇସ୍କୁଲ ସ୍ଥିତ ସଭା ମଞ୍ଚକୁ ପାଛୋଟି ନେଇଥିଲେ | ସେଠାରେ ମଧୁସୂଦନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦାଶ ମୁଖ୍ୟ ଅତିଥି, ବରିଷ୍ଠ ନାଗରିକ ସଙ୍ଘ ସଭାପତି କ୍ଷୀରୋଦ ନିବାସ ପଣ୍ଡା ମୁଖ୍ୟ ଵକ୍ତା, ନୂଆପଡା ଏନଏସି ଅଧ୍ୟକ୍ଷ ଆଦମ ଖାନ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଚନ୍ଦନ ସତପଥି,ପ୍ରସନ୍ନ ପାଢ଼ୀ, ଅଭିନନ୍ଦନ ପଣ୍ଡା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ | ଏହି ଅବସରରେ ବରିଷ୍ଠ ଶିକ୍ଷକ ସଂକର୍ଷଣ ପୁରୋହିତ, ପ୍ରଜ୍ଞା ପରମିତା ବିଶ୍ୱାଳ ମଞ୍ଚ ପରିଚାଳନା କରିଥିଲେ | ଏହି ଅବସରରେ ଏନଏସିର କାଉନସିଲର, ଶିକ୍ଷକ, ସାମ୍ବାଦିକ, ସମାଜ ସେବୀ ମାନଙ୍କୁ ସମ୍ବର୍ଦ୍ଧିତ କରାଗଲା | ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା | କାର୍ଯ୍ୟକ୍ରମ ଶେଷରେ ଶରତ କୁମାର ପଣ୍ଡା ଧନ୍ୟବାଦ ଜ୍ଞାପନ କରିଥିଲେ | କାର୍ଯ୍ୟକ୍ରମ ପରିଚାଳନାରେ ସରସ୍ବତୀ ଶବର,କିଶୋର କୁମାର ପରିଡା, ଜିତେନ୍ଦ୍ର ଖମାରୀ, ନୀତେନ୍ଦ୍ର ସାହୁ, ଯାଜ୍ଞସେନି ମହାପାତ୍ର, ଯୋଗେନ୍ଦ୍ର ବେହେରାଙ୍କ ସମେତ ବାଳିକା ହାଇସ୍କୁଲ ଏବଂ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ସମସ୍ତ ଶିକ୍ଷଜ ଶିକ୍ଷୟତ୍ରୀ ସହଯୋଗ କରିଥିଲେ |

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ