ନୂଆପଡାରେ ଜିଲ୍ଲାସ୍ତରୀୟ ପିଏମ ଶ୍ରୀ ଉତ୍ସବ ଦ୍ୱିତୀୟ ଦିନରେ ଛାୟା ସଂସଦ ଆୟୋଜିତ

Feb 5, 2026 - 20:37
 0  2
ନୂଆପଡାରେ ଜିଲ୍ଲାସ୍ତରୀୟ ପିଏମ ଶ୍ରୀ ଉତ୍ସବ ଦ୍ୱିତୀୟ ଦିନରେ ଛାୟା ସଂସଦ ଆୟୋଜିତ

ନୂଆପଡ଼ା : ନେସନାଲ ହାଇସ୍କୁଲ ପରିସରରେ ଆୟୋଜିତ ହେଉଥିବା ଜିଲ୍ଲାସ୍ତରୀୟ ପିଏମ ଶ୍ରୀ ଉତ୍ସବ ଦ୍ୱିତୀୟ ଦିନରେ ଏକ ଛାୟା ସଂସଦ (Mock Parliament) ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତ୍ ପାଲ୍ ସିଂ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ଜିଲ୍ଲାର ୧୨ଟି ପିଏମ ଶ୍ରୀ ବିଦ୍ୟାଳୟରୁ ୬୫ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଛାୟା ସଂସଦରେ ଛାତ୍ରଛାତ୍ରୀମାନେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବିଭିନ୍ନ ମନ୍ତ୍ରୀ, ବିରୋଧୀ ଦଳ ନେତା, ବାଚସ୍ପତି ଓ ଉପ ବାଚସ୍ପତି ଭୂମିକା ସୁନ୍ଦର ଭାବରେ ନିର୍ବାହ କରି ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରତିରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ରୀୟ ବିଷୟ ଉପରେ ଗଭୀର ଆଲୋଚନା ଓ ଚର୍ଚ୍ଚା କରିଥିଲେ।ଏହି ଅବସରରେ ସଦସ୍ୟମାନଙ୍କ ଦ୍ୱାରା କେନ୍ଦ୍ରୀୟ ବଜେଟ, ରେଳ ବଜେଟ ଓ ପ୍ରତିରକ୍ଷା ବିଲ୍ ଆଗତ କରାଯାଇଥିଲା। ବିଭିନ୍ନ ପ୍ରସଙ୍ଗରେ ସଦନରେ ଜୋରଦାର ଚର୍ଚ୍ଚା ଓ ତର୍କ ବିତର୍କ ଦେଖାଯାଇଥିଲା। କେତେକ ସମୟରେ ସଦନରେ ହଙ୍ଗାମା ସୃଷ୍ଟି ହେବା ପରେ ବାଚସ୍ପତି ଓ ଉପ ବାଚସ୍ପତିଙ୍କ ଦ୍ୱାରା ସଦନ ମୁଲତବି ଘୋଷଣା କରାଯାଇଥିଲା, ଯାହା ଏକ ପ୍ରକୃତ ପାର୍ଲାମେଣ୍ଟର ଅନୁଭୂତି ସୃଷ୍ଟି କରିଥିଲା। ଏହି କାର୍ଯ୍ୟକ୍ରମରେ, ଡ଼ିଏଭି କଲେଜ ଟିଟିଲାଗଡ଼ର ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ ଶିବ ପ୍ରସାଦ ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ପ୍ରଶାନ୍ତ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ରେଶମଲାଲ ନାୟକ, ସୁଧାଂଶୁ ଶେଖର ମିଶ୍ର, ବି ଇ ଓ ଗୀତାଞ୍ଜଳୀ ଯୋଶୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡାଙ୍କ ସହ ଅନ୍ୟାନ୍ୟ ଅଧିକାରୀଗଣ , ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।ଅତିଥିମାନେ ଛାତ୍ରଛାତ୍ରୀଙ୍କ ଦକ୍ଷ ଭୂମିକା ନିର୍ବାହ ଓ ସଚେତନ ଆଲୋଚନାକୁ ସ୍ୱାଗତ କରି ଏପରି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକତାନ୍ତ୍ରିକ ମୂଲ୍ୟବୋଧ ଓ ନେତୃତ୍ୱ ଦକ୍ଷତା ବିକାଶ ହେବ ବୋଲି ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମକୁ ରଚନା ଓ ନିର୍ଦ୍ଦେଶନା ଦେଇଥିଲେ ପ୍ରଧାନ ଶିକ୍ଷକ ପ୍ରବୋଧ କୁମାର ହୋତା, ପି ଏମ୍ ଶ୍ରୀ ଖରୀଆର ରୋଡ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ l ଏଥିରେ ଶିକ୍ଷକ ସୁକାନ୍ତ ଶତପଥି, ଶଙ୍କର୍ଷଣ ପୁରୋହିତ, ତୁଳାରାମ ପଟେଲ, ଅଶୋକ ବେହେରା, ଶରତ କୁମାର ପଣ୍ଡା, ମୋହନ କୁମାର ମହନ୍ତ, ଶିଶୁପାଳ ତାଣ୍ଡି, ଜିତୁ ଖମାରୀ, ବବିତା ରଣା ପ୍ରମୁଖ ସହଯୋଗ କରିଥିଲେ l ନୂଆପଡାରେ ପ୍ରଥମ ଥର ପାଇଁ ଆୟୋଜିତ ହେଇଥିବା ଏହି ଛାୟା ସଂସଦ ଛାତ୍ରଛାତ୍ରୀ ତଥା ଦର୍ଶକ ମାନଙ୍କୁ ବହୁତ ଉତ୍ସାହିତ କରିଥିଲା l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ