ନୂଆପଡାରେ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ତଥା କୃଷକ ଦିବସ ପାଳିତ

Apr 30, 2025 - 20:30
 0  12
ନୂଆପଡାରେ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ତଥା କୃଷକ ଦିବସ  ପାଳିତ

ନୂଆପଡା : ପବିତ୍ର ଅକ୍ଷୟ ତୃତୀୟା ଦିବସ ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ସ୍ଥାନୀୟ ପଞ୍ଚାୟତ ସାଧନ କେନ୍ଦ୍ର ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି । ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ କୃଷକ ଦିବସ ସମାରୋହରେ ମାନ୍ୟବର ବିଧାୟକ ନୂଆପଡା ରାଜେନ୍ଦ୍ର ଢୋଲକିଆ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପିକା ଦୀପ, ସାଂସଦଙ୍କ ପ୍ରତିନିଧି କମଲେଶ ଦୀକ୍ଷିତ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ ବେଉରାଙ୍କ ପାରମ୍ପରିକ ପୂଜାର୍ଚ୍ଚନା ପରେ ଜିଲ୍ଲାପାଳ ଅକ୍ଷୀମୁଠି ଅନୁକୂଳ କରିଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକ୍ ରୁ ଆସିଥିବା ଶତାଧିକ କୃଷକ ମାନଙ୍କୁ ସମ୍ବୋଧିତ କରି ଅତିଥିମାନେ ଦିବସର ମହତ୍ତ୍ଵ ସହ ସମାଜରେ କୃଷକ ମାନଙ୍କ ଅବଦାନ ସମ୍ଵନ୍ଧରେ ଆଲୋକପାତ କରିଥିଲେ। ଜିଲ୍ଲାପାଳ କହିଲେଯେ ଆଜିର ଅକ୍ଷୀ ମୁଠି ଅନୁକୂଳରୁ ଚାଷୀ ଚାଷ ପାଇଁ ସଜବାଜ ହୁଏ । ଆଜି ଯେଉଁ କାମ ଆରମ୍ଭ ହୁଏ ତାହା ଶତ ପ୍ରତିଶତ ସଫଳ ହୋଇଥାଏ ।ଚଳିତ ଖରିଫ ଋତୁରେ କୃଷି ଆୟକୁ ଦ୍ବିଗୁଣିତ କରିବା ଲକ୍ଷ୍ୟରେ କୃଷି ପ୍ରଧାନ ନୂଆପଡା ଜିଲ୍ଲାରେ ଧାନ ସହ ଅଧିକରୁ ଅଧିକ ଅର୍ଥନୈତିକ ଚାଷ ଉପରେ ଧ୍ୟାନ ଦେବାକୁ ଚାଷୀଙ୍କୁ ସେ ଆହ୍ୱାନ ଦେଇଥିଲେ । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ କୃଷକ ଦିବସ ପାଳନର ଶୁଭ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀ ମୋହନ ଚରଣ ମାଝୀ ଖରିଫ ୨୦୨୫ ରେ ସିଏମ କିସାନ ସହାୟତା ରାଶି ହସ୍ତାନ୍ତର କରିଥିବା କାର୍ଯ୍ୟକ୍ରମକୁ ଆଭାସୀ ଜରିଆରେ ଏଠାରେ କୃଷକ ମାନେ ଉପଭୋଗ କରିଥିଲେ। ଏହି ଯୋଜନାରେ ଜିଲ୍ଲାର ୧,୦୯,୭୩୪ ଜଣ ଚାଷୀଙ୍କୁ ଏହି ସହାୟତା ଯୋଗାଇ ଦିଆଯିବ। କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଦସ୍ୟ ଭାନୁ ପ୍ରତାପ ସିଂ ମାଝୀ, ଭାରତ ଲାଲ୍ ସାହୁ, ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ , ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀ, ସରପଞ୍ଚ, ଜନ ପ୍ରତିନିଧି, ଜିଲ୍ଲାର ବହୁ ଅଗ୍ରଣୀ ଚାଷୀ, କୃଷକ ଅନୁଷ୍ଠାନର ସଦସ୍ୟ ସଦସ୍ୟା ତଥା ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗଦାନ କରିଥିଲେ। କୃଷୀ ବିଭାଗର ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ