ନୂଆପଡା ଜିଲ୍ଲାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ

Mar 30, 2025 - 20:23
 0  16
ନୂଆପଡା ଜିଲ୍ଲାରେ ଅନ୍ତ୍ୟୋଦୟ  ଗୃହ ଯୋଜନାର ଶୁଭାରମ୍ଭ

ନୂଆପଡା : ନୂଆପଡା ଜିଲ୍ଲାରେ ରାଜ୍ୟ ସରକାରଙ୍କ ବହୁ ପ୍ରତିକ୍ଷିତ ଅନ୍ତ୍ୟୋଦୟ ଗୃହ ଯୋଜନା ଆଜି ଶୁଭାରମ୍ଭ ହୋଇଯାଇଛି ।ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଦ୍ଵାରା କଳାହାଣ୍ଡି ଜିଲ୍ଲା ଭବାନୀପାଟନା ନିକଟକସ୍ଥ କ୍ରିଷ୍ଣା ନଗର ଠାରେ ଅନୁଷ୍ଠିତ ସମାରୋହରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଆନୁଷ୍ଠାନିକ ଉଦଘାଟନ ହୋଇଥଲା। ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ପୋଲିସ ପଡିଆରେ ଏକ ସଭାର ଆୟୋଜନ କରାଯାଇ ସଭାରେ ଉପସ୍ଥିତ ଜନସାଧାରଣଙ୍କୁ ଭବାନିପାଟଣା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଆଭାସି ମାଧ୍ଯମରେ ଦେଖାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲା ବେଳେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଭିମସେନ ଶବର, ଜିଲାମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ନୂଆପଡା ବ୍ଳକ ଅଧ୍ୟକ୍ଷା ତାରେଶ୍ବରୀ ସାହୁ, ବ୍ଳକ ଉପାଧ୍ୟକ୍ଷ ଦିଲ୍ଲୀପ କୁମାର ନିର୍ମଲକର, ଜିଲାପରିଷଦ ସଦସ୍ୟ ଉମାଠାକୁର, ଭାନୁପ୍ରତାପ ସିଂ ମାଝି, ଭରତଲାଲ ରାଉତ, ଅବନୀ ରଞ୍ଜନ ଯୋଷି ପ୍ରମୁଖ ଯୋଗଦେଇଥିଲେ।ଏହି ଅବସରରେ ସଭାରେ ଦଶଜଣ ହିତାଧିକାରୀଙ୍କୁ ଜିଲ୍ଲାପାଳ ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ପ୍ରଦାନ କରିଥିଲେ । ସୂଚନାଥାଉକି ଜିଲାର ବିଭିନ୍ନ ବ୍ଲକ୍ ରେ ଆଜି ୩୪୯ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା ବେଳେ ସଦର ବ୍ଳକରେ ୫୧ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ଆୟୋଜିତ ଏହି ସମାରୋହରେ ସମସ୍ତ ଜିଲ୍ଲା ସ୍ତରିୟ ଅଧିକାରୀଗଣ ଓ ବିଭିନ୍ନ ବିଭାଗ ଅଧିକାରୀ , ଗଣ ମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକ୍ ରୁ ହଜାର ହଜାର ସଂଖ୍ୟାରେ ମହିଳା, ମିଶନ ଶକ୍ତି କର୍ମକର୍ତ୍ତା ଯୋଗ ଦେଇଥିଲେ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ