ନୂଆପଡ଼ାରେ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ

Jul 1, 2025 - 21:06
 0  17
ନୂଆପଡ଼ାରେ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ

ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ସଦଭାବନା ସଭାଗୃହଠାରେ ୧୯ ତମ ଜାତୀୟ ପରିସଂଖ୍ୟାନ ଦିବସ ଭାରପ୍ରାପ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି ।ଏହି ଅବସରରେ ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦାନ କରିଥିଲେ।ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଉପ ନିର୍ଦ୍ଦେଶକ ପରିମଳ ସାମଲ ସ୍ଵାଗତ ସମ୍ଭାଷଣ ସହିତ ପରିସଂଖ୍ୟାନ ଦିବସ ଏବଂ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହଲା ନୋବିସଙ୍କ ଉପରେ ନିଜ ବକ୍ତବ୍ଯ ରଖିଥିଲେ ।ଭାରପ୍ରାପ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ପ୍ରୋଫେସର ମହଲାନୋବିସଙ୍କ ଭାରତୀୟ ପରିସଂଖ୍ୟାନ କ୍ଷେତ୍ରକୁ ଅବଦାନ ଓ ଜିଲ୍ଲାରେ ପରିସଂଖ୍ୟାନ ବ୍ୟବସ୍ଥାର ମହତ୍ତ୍ଵ ଓ ଏହାର ସୁଦୃଢ଼ୀକରଣ ନିମନ୍ତେ ନିଜର ସୁଚିନ୍ତିତ ମତ ବ୍ୟକ୍ତ କରିଥିଲେ lଉକ୍ତ ସଭାର ମୁଖ୍ୟ ବକ୍ତା ରୂପେ ଫକୀର ମୋହନ ପାଢ଼ୀ, ଅଧ୍ୟାପକ ପଞ୍ଚାୟତ ଡିଗ୍ରୀ କଲେଜ କୋମନା ନିଜର ମନ୍ତବ୍ୟ ସହିତ ଜିଲ୍ଲାରେ ପରିସଂଖ୍ୟାନର ଆବଶ୍ୟକତା ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।ନ୍ୟାସନାଲ କଲେଜ ନୂଆପଡ଼ାରୁ ଆସିଥିବା ଛାତ୍ର ଛାତ୍ରୀ ମାନେ ପରିସଂଖ୍ୟାନ ବ୍ୟବସ୍ଥା ଉପରେ ନିଜ ନିଜର ପ୍ରଶ୍ନ ଉତ୍ଥାପନ କରିଥିଲେ । ଶେଷରେ ସହକାରୀ ନିର୍ଦ୍ଦେଶକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ