ନୂଆପଡ଼ା ମାରାଗୁଡା ଲୋକ ମହୋତ୍ସବ ଅନ୍ତିମ ସନ୍ଧ୍ୟା:ଅସୀମା ସଙ୍ଗୀତରେ ବିଭୋର ଦର୍ଶକ

Apr 6, 2025 - 19:57
 0  8
ନୂଆପଡ଼ା ମାରାଗୁଡା ଲୋକ ମହୋତ୍ସବ ଅନ୍ତିମ ସନ୍ଧ୍ୟା:ଅସୀମା ସଙ୍ଗୀତରେ ବିଭୋର ଦର୍ଶକ

ନୂଆପଡା : ନୂଆପଡ଼ା ଜିଲ୍ଲା ମିନି ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ମାରାଗୁଡା ଲୋକ ମହୋତ୍ସବର ପଞ୍ଚମ ତଥା ଅନ୍ତିମ ସଂନ୍ଧ୍ୟାରେ ଆନୁଷ୍ଠାନିକ ସାଂସ୍କୃତିକ ସଭା ଅନୁଷ୍ଠିତ ହୋଇ ଯାଇଅଛି। ସଭାରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧାରୁଆ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ରୂପେ ଲବ୍ଧ ପ୍ରତିଷ୍ଠିତ ବକ୍ତା ଓ ସ୍ତମ୍ଭକାର ଅଭିରାମ ବିଶ୍ଵାଳ ନିଜ ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ରୂପେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜି ଆର୍ ରାଘବେନ୍ଦ୍ର , କମାଣ୍ଡାଣ୍ଟ 216 ବାଟାଲିୟନ ଏରିକ୍ ଗିର୍ଲବଟ ଯୋଷ, ଉପାଧ୍ୟକ୍ଷା ଜିଲ୍ଲା ପରିଷଦ ଦୀପିକା ଦୀପ, ବୋଡ଼େନ ବ୍ଲକ ଅଧ୍ୟକ୍ଷା ପ୍ରେମ ଶିଳା ନାଗ, ସିନାପାଲି ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝୀ , ଅଧ୍ୟକ୍ଷା ଏନ୍ ଏ ସି ଖରୀଆର ରୋଡ୍ ଡଃ ସୋନିଆ ଜୈନ୍, ଅଧ୍ୟକ୍ଷ ଏନ୍ ଏ ସି ଖରୀଆର ଉଜ୍ଜ୍ବଳ ଗୁପ୍ତା, ଜିଲ୍ଲା ପରିଷଦ ସଦସ୍ୟା ସ୍ମୃତି ସିଂ ମାଝୀ, ଉମା ଠାକୁର୍, ଆଶା ଜୈନ୍, ପୁଷ୍ପାଞ୍ଜଳୀ ଗୁଆଳ, ବିଶିଷ୍ଟ କବି ଓ ସମାଜସେବୀ ପ୍ରମିଳା ଶର୍ମା , ବିଶିଷ୍ଟ କ୍ରୀଡାବିତ୍ ସରୋଜ କୁମାର ସାହୁ, ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ମାନେ ମାରାଗୁଡ଼ା ଲୋକ ମହୋତ୍ସବର ମୁଖ୍ୟ ଆୟୋଜକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ପ୍ରୟାସରେ ଦୀର୍ଘ ବାର ବର୍ଷ ପରେ ପୁଣି ଥରେ ଏହା ଅନୁଷ୍ଠିତ ହୋଇଥିବାରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ନୂଆପଡା ତଥା ରାଜ୍ୟର ବିଶିଷ୍ଟ କବି ଲେଖକ ମାନଙ୍କ ନୂଆପଡା ର ଇତିହାସ ଐତିହ୍ୟ କଳା ସଂସ୍କୃତି ଉପରେ ଆଲେଖ୍ୟ ସମ୍ବଳିତ ପତ୍ରିକା ନୂଆପଡା ଦର୍ପଣ ଉନ୍ମୋଚିତ ହୋଇଥିଲା। ସମସ୍ତ ଅତିଥି ପାଞ୍ଚ ଦିନ ଧରି ମାରାଗୁଡ଼ା ମହୋତ୍ସବ ର ସଫଳ ଆୟୋଜନ କରିଥିବାରୁ ଆୟୋଜକ ମାନଙ୍କ ଭୂୟସୀ ପ୍ରଶଂସା କରିଥିଲେ। ଏଇ ଅଞ୍ଚଳର ପ୍ରାଚୀନ ମାରାଗୁଡ଼ା ସଭ୍ୟତା କୁ ବିଶ୍ୱ ବିଦିତ କରିବା ସହିତ ନୂଆପଡା ଅଞ୍ଚଳର ସଂସ୍କୃତି, ପରମ୍ପରାକୁ ପ୍ରଚାର କରିବାରେ ଏହା ସହାୟକ ହେବ ବୋଲି ମନ୍ତବ୍ୟ ରଖିଥିଲେ। ମଞ୍ଚରେ ନୃତ୍ୟ , ନାଟକ,କଳା, କ୍ରୀଡ଼ା ,ଶିକ୍ଷା , ସମାଜ ସେବା ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ନାମ ରଖିଥିବା ଜିଲ୍ଲାର ଲବ୍ଧ ପ୍ରତିଷ୍ଠ ବ୍ୟକ୍ତି ବିଶେଷ ମାନଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ସାଂସ୍କୃତିକ ସନ୍ଧ୍ୟାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ଏବଂ ବିଭିନ୍ନ ଲବ୍ଧପ୍ରତିଷ୍ଠ ସାଂସ୍କୃତିକ ଅନୁଷ୍ଠାନର କଳାକାର ମାନେ ରଙ୍ଗାରଙ୍ଗ ନୃତ୍ୟ ପରିବେଷଣ କରିଥିଲେ। ଏହାପରେ ବହୁ ପ୍ରତିକ୍ଷିତ ଷ୍ଟାର କଳାକାର ଅସୀମା ପଣ୍ଡାଙ୍କ ସଙ୍ଗୀତରେ ମନ୍ତ୍ରମୁଗ୍ଧ ଦର୍ଶକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅର୍କେଷ୍ଟ୍ରା ଉପଭୋଗ କରିବା ସହିତ ନୃତ୍ୟ କରିଥିଲେ । ପାଗ ଠିକ୍ ରହିଥିବାରୁ ସମାରୋହରେ ପ୍ରବଳ ଜନସମାଗମ ହୋଇଥିଲା। ନିଜେ ଜିଲ୍ଲାପାଳ ଏବଂ ପ୍ରଶାସନର ବରିଷ୍ଠ ଅଧିକାରୀ ବୁଲି ବୁଲି ପ୍ରତ୍ୟକ୍ଷ ଭାବରେ ସବୁ ଆୟୋଜନ ତଦାରଖ କରିଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ