ନୂଆପଡ଼ା ଜିଲ୍ଲାରେ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

Jul 11, 2025 - 19:56
 0  12
ନୂଆପଡ଼ା ଜିଲ୍ଲାରେ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ସକାଳେ ନୂଆପଡ଼ାର ସମସ୍ତ ନର୍ସିଂ କଲେଜ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ଏକ ରେଲି କୁ ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଥିଲେ l ଏହି ରେଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏଡିପିଏଚସିଓ କିଶୋର ଚନ୍ଦ୍ର ପଟେଲଙ୍କ ନେତୃତ୍ଵରେ ବାହାରି ଏକତା ଛକ ରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଛକ ଦେଇ ମୁଖ୍ୟ ଚିକିତ୍ସାଳୟ ଠାରେ ପହଂଚିଥିଲା । ପରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ମନୋଜ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଏଠାକର ସମ୍ମିଳନୀ କକ୍ଷରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଥିଲା l ଏଠାରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଲଳିତ ମୋହନ ବିଶି,ଏ ଡି ପି ଏଚ୍ ଓ ଡଃ ଗୁରୁପ୍ରସାଦ ଜେନା, ଡି ପି ଏଚ୍ ଓ ଡଃ ଦ୍ଵାରିକାନାଥ ଶତପଥୀ, ଡି ଏମ୍ ଓ ଡଃ ଲଲିତ ମୋହନ ବିଶି, ବରିଷ୍ଠ ସାମ୍ବାଦିକ ଘନଶ୍ୟାମ ଭୋଇ, ବରିଷ୍ଠ ନାଗରିକ ସଂଘ ସଭାପତି କ୍ଷୀରୋଦ ନିବାସ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ l ଅତିଥିମାନେ ଦିବସର ମହତ୍ତ୍ବ ସହିତ ଜନସଂଖ୍ୟା ବିସ୍ଫୋରଣର କାରଣ ଓ ନିରାକରଣ ଉପରେ ବିଷଦ ଭାବରେ ଆଲୋଚନା କରିଥିଲେ l ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ତଥା ଜିଲ୍ଲାର ସଚେତନ ନାଗରିକ ମାନଙ୍କୁ ସମସ୍ତଙ୍କୁ ଜନସଂଖ୍ୟା ରୋକିବା ପାଇଁ ସମାଜରେ ସଚେତନତା ସୃଷ୍ଟି କରିବା ପାଇଁ ଆହ୍ବାନ ଦେଇଥିଲେ lସଭାରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ସଙ୍ଘର ଅନ୍ୟାନ୍ୟ ସଦସ୍ୟ ବିଧୁଭୂଷଣ ପାଣିଗ୍ରାହୀ, ରାମେଶ୍ୱର ମୁଣ୍ଡ, ଜି ପି ମିଶ୍ର, ଲୋକନାଥ ସେଠି,ରାସବିହାରୀ ହୋତା, ତାଳେଶ୍ୱର ଦେବାଙ୍ଗନ,ରାମେଶ୍ୱର ମୁଣ୍ଡ,ଚକ୍ରଧର ସୁବୁଦ୍ଧି, ମୁରଲୀଧର ସୁନା, ସମସ୍ତ ନର୍ସିଂ କଲେଜ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା, ଗଣ ମାଧ୍ୟମ ପ୍ରତିନିଧି ଅଂଶଗ୍ରହଣ କରିଥିଲେ l କାର୍ଯ୍ୟକ୍ରମ କୁ ଏ ଡି ପି ଏଚ୍ ଓ କିଶୋର ଚନ୍ଦ୍ର ପଟେଲ ପରିଚାଳନା କରିଥିଲେ l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ