ନୂଆପଡ଼ା ଜିଲ୍ଲାରେ ବିକଶିତ କୃଷି ସଂକଳ୍ପ ଅଭିଯାନର "କୃଷିରଥ" ଶୁଭାରମ୍ଭ କଲେ ଜିଲ୍ଲାପାଳ

May 29, 2025 - 21:12
 0  5
ନୂଆପଡ଼ା ଜିଲ୍ଲାରେ ବିକଶିତ କୃଷି ସଂକଳ୍ପ ଅଭିଯାନର "କୃଷିରଥ"  ଶୁଭାରମ୍ଭ କଲେ ଜିଲ୍ଲାପାଳ

ନୂଆପଡ଼ା ଜିଲ୍ଲାରେ ଜିଲ୍ଲାପାଳ ଶ୍ରୀ ମଧୁସୂଦନ ଦାଶଙ୍କ ଦ୍ଵାରା "ବିକଶିତ କୃଷି ସଂକଳ୍ପ ଅଭିଯାନ" କାର୍ଯ୍ୟକ୍ରମ କୃଷି ରଥର ଶୁଭାରମ୍ଭ ପୂର୍ବକ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇଥିବା ଏହି ସମାରୋହରେ ଜିଲ୍ଲାପାଳଙ୍କ ସମେତ ନୂଆପଡ଼ା ଜିଲ୍ଲା ପରିଷଦ ସଦସ୍ୟ ଭାନୁ ପ୍ରତାପ ସିଂ ମାଝୀ , ଭରତଲାଲ ରାଉତ, ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ତାରେଶ୍ୱରୀ ସାହୁ, ଉପାଧ୍ୟକ୍ଷ ଦିଲ୍ଲୀପ ନିର୍ମଲକର, ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ସୁବାଷ ଚନ୍ଦ୍ର ରଇତ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଏବଂ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ l ରାଜ୍ଯ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ ନାୟକ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ l ଜିଲ୍ଲାପାଳ ଏବଂ ନିମନ୍ତ୍ରିତ ଅତିଥିଗଣ ପତାକା ହଲାଇ କୃଷି ରଥର ଶୁଭାରମ୍ଭ କରିଥିଲେ lଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଚାଷୀମାନଙ୍କ ମଧ୍ୟରେ ନୂତନ ଫସଲ ଉତ୍ପାଦନ ପ୍ରତି ଆଗ୍ରହ ସୃଷ୍ଟି କରିବା , ପ୍ରଯୁକ୍ତିବିଦ୍ୟା ସହିତ ପରିଚୟ କରିବା , କୃଷି କ୍ଷେତ୍ର ସହିତ ଜଡିତ ଅନୁଷ୍ଠାନ ଏବଂ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ବିଷୟରେ ସଚେତନତା ସୃଷ୍ଟି କରିବା, କୃଷକ ଓ ବୈଜ୍ଞାନିକମାନଙ୍କ ମଧ୍ୟରେ ସିଧା ସଳଖ ଆଲୋଚନା କରିବା ଇତ୍ୟାଦି। ନୂଆପଡା ଜିଲ୍ଲାରେ ଏଇ ଖରିଫ ଋତୁରେ ଏହି ଅଭିଯାନ ୧୫ ଦିନ ପାଇଁ ଅର୍ଥାତ୍ ୨୯ ମଇ ରୁ ୧୨ ଜୁନ୍ ପର୍ଯ୍ୟନ୍ତ ଚାଲିବ l କୃଷି ରଥ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରାଯିବ।ଜିଲ୍ଲା ପ୍ରଶାସନ ଦ୍ବାରା ନିର୍ଦ୍ଧାରିତ 60 ଟି ଗ୍ରାମରେ ଏହା ଆୟୋଜିତ ହେବ । ଉପରୋକ୍ତ ଯୋଜନାର ତଦାରଖ ଏବଂ କାର୍ଯ୍ୟକାରୀ କରିବା ପାଇଁ 3 ଗୋଟି ଦଳ ଗଠିତ ହୋଇଛି , ଯେଉଁଥିରେ କୃଷି ବିଭାଗ ସହିତ କୃଷି ବିଜ୍ଞାନ କେନ୍ଦ୍ର, ଆଇ ସି ଏ ଆର୍, ଓଡିଶା କୃଷି ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଗ୍ରାମ ଗୁଡ଼ିକୁ ପରିଦର୍ଶନ କରିବେ ଏବଂ ଚାଷୀ ମାନଙ୍କ ସହ ପରାମର୍ଶ କରିବେ। ଏହାଦ୍ଵାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମୃଦ୍ଧ ଚାଷୀ ଦେଶର ଗୌରବ ଯୋଜନାର ସଫଳ ରୂପାୟନ ହୋଇ ପାରିବ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ