ନୂଆପଡ଼ା ଜିଲ୍ଲାପାଳଙ୍କ ଦ୍ଵାରା ମତ୍ସ୍ୟ ବିଭାଗ କାର୍ଯ୍ୟାବଳୀର ସମୀକ୍ଷା ବୈଠକ

Feb 21, 2025 - 21:21
 0  9
ନୂଆପଡ଼ା ଜିଲ୍ଲାପାଳଙ୍କ ଦ୍ଵାରା  ମତ୍ସ୍ୟ ବିଭାଗ କାର୍ଯ୍ୟାବଳୀର ସମୀକ୍ଷା ବୈଠକ

ନୂଆପଡା : ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସ୍ଥିତ ସଭାଗୃହରେ ଏକ ସମିକ୍ଷା ସଭାର ଆୟୋଜନ ଜିଲ୍ଲା ମତ୍ସ୍ୟ ବିଭାଗ ତରଫରୁ ହୋଇଥିଲା । ଉକ୍ତ ବୈଠକରେ ମତ୍ସ୍ୟ ବିଭାଗ ତରଫରୁ ଚାଲୁଥିବା ବିଭିନ୍ନ ଯୋଜନା ବିଷୟରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ବିଜନ କୁମାର ସାହୁ ସୂଚନା ଦେଇଥିଲେ। ବିଭାଗ ଦ୍ବାରା ଚଳିତ ବର୍ଷ 35.50 ଏକର ପୋଖରୀରେ ମାଛ ଯାଆଁଳା ଉତ୍ପାଦନ ହୋଇଛି । 7.88 ହେକ୍ଟର ନୂଆ ବନ୍ଧ "ମତ୍ସ୍ୟ ପୋଖରୀ" ଯୋଜନାରେ ଖୋଲା ଯାଇଅଛି ଏବଂ 12 ଟି ବାୟୋଫ୍ଲକ୍ସ ଟ୍ୟାଙ୍କରେ ମାଛ ଉତ୍ପାଦନ ହେଉଛି । ମତ୍ସ୍ୟଜିବୀ ପରିବାରରୁ 27 ଜଣ ଛାତ୍ର ଛାତ୍ରୀଙ୍କୁ ମେଧା ବୃତ୍ତି ପ୍ରଦାନ ସହ 22 ଜଣ ଚାଷୀଙ୍କୁ ଜିଲ୍ଲା ମତ୍ସ୍ୟ ବିଭାଗ ତରଫରୁ ମାଛ ଜାଲ ପ୍ରଦାନ କରାଯାଇଛି । ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରି ଏଥିରେ ଅଧିକ ସଂଖ୍ୟକ ପ୍ରବାସୀ ଶ୍ରମିକ ଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ସଭାରେ ସହକାରୀ ମତ୍ସ୍ୟ ଅଧିକାରୀ ମୁଖ୍ୟାଳୟ ନୂଆପଡ଼ା ସନ୍ତୋଷି ଶୁଭଦର୍ଶିନୀ ସାହୁ , ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ବଳଭଦ୍ର ଠାକୁର ,ନୂଆପଡ଼ା , ବିଷ୍ଣୁ ପ୍ରସାଦ ଦ୍ଵାରି , କୋମନା, ସହଦେବ ଭୋଇ , ଖଡିଆଳ, ଭବାନୀ ଶଙ୍କର ପଣ୍ଡା, ସିନାପାଲୀ ଉପସ୍ଥିତ ରହି ନିଜ ନିଜ ବ୍ଲକ୍ ର ମତ୍ସ୍ୟଚାଷ ସଫଳତାର କାହାଣୀ ପାୱାର ପଏଣ୍ଟ ମାଧ୍ଯମରେ ପ୍ରଦର୍ଶିତ କରିଥିଲେ ।

 ନୂଆପଦରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ