ନୂଆପଡ଼ା ଜିଲ୍ଲା ୯୯ ପ୍ରତିଶତ ଧାନ କ୍ରୟ କରି ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର

Jan 30, 2025 - 20:02
 0  222
ନୂଆପଡ଼ା ଜିଲ୍ଲା ୯୯ ପ୍ରତିଶତ ଧାନ କ୍ରୟ କରି ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର

ନୂଆପଡ଼ା : ନୂଆପଡା ଜିଲ୍ଲାରେ ଚଳିତ ୨୦୨୪-୨୫ ଖରିଫ ଋତୁରେ ୩୯ ଗୋଟି ସୋସାଇଟୀ ମାଧ୍ୟମରେ ୪୬୩୪୬ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକୃତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ ୪୪୩୬୮ ଚାଷୀଙ୍କ ଠାରୁ ୨୨୮୯୪୦୧.୨୨କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଛି ଏବଂ ୪୪୧୧୭ ଚାଷୀଙ୍କୁ ୭୦୪.୯୧ କୋଟି ଟଙ୍କା ପ୍ରଦାନ କରାଯାଇଅଛି । ଚଳିତ ବର୍ଷ ଧାନ କିଣା ପ୍ରକ୍ରିୟାରେ ଜିଲ୍ଲାର ୩୧ ଗୋଟି ମିଲର୍ ଅଂଶ ଗ୍ରହଣ କରିଥିଲେ ।ପ୍ରକାଶ ଥାଉ କି,ଗତ ୨୦୨୩ -୨୪ ଖରିଫ ଋତୁରେ ଧାନ ବିକ୍ରି ପାଇଁ ୪୪୩୩୪ ଜଣ ଚାଷୀ ପଞ୍ଜୀକୃତ ହୋଇଥିଲେ ଏବଂ ୩୬୨୩୨ ଜଣ ଚାଷୀଙ୍କ ଠାରୁ ୧୭୮୭୬୮୯.୭୦ କୁଇଣ୍ଟାଲ ଧାନ ସଂଗ୍ରହ କରଯାଇଥିଲା। ବର୍ତ୍ତମାନ ସୁଦ୍ଧା ନିର୍ଦ୍ଧାରିତ ଧାର୍ଯ୍ୟ ଲକ୍ଷ ଏବଂ ଲକ୍ଷ ସାଧନ ହାରରେ ନୂଆପଡ଼ା ଜିଲ୍ଲା, ଓଡ଼ିଶା ରେ ଏକ ନମ୍ବର ସ୍ଥାନ ଅଧିକାର କରିଛି।ସୂଚନାଯୋଗ୍ୟ ଯେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ଧାନ ସଂଗ୍ରହ ପ୍ରକ୍ରିୟାକୁ ତଦାରଖ କରିଥିଲେ।ଯୋଗାଣ ଅଧିକାରୀ ,ସମବାୟ ସମିତିର କର୍ମକର୍ତ୍ତା ଓ ଆର ଏମ ସି ଓ ମିଲର୍ ମାନଙ୍କ ପକ୍ଷରୁ କୃଷକ ମାନଙ୍କୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଜିଲ୍ଲାର କୃଷକ ମାନେ ଧାନ ବିକ୍ରି ସମୟରେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଜିଲ୍ଲାପାଳ ଘନ ଘନ ମଣ୍ଡି ଗସ୍ତ କରୁଥିଲେ l ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ, ଡି ଆର ସି ଏସ,ଏ ଆର ସି ଏସ , ଆର୍ ଏମ୍ ସି ସମ୍ପାଦକ ଓ ଅନ୍ୟ କର୍ମଚାରୀ ମାନଙ୍କ କାର୍ଯ୍ୟାବଳୀ ବାରମ୍ବାର ସମୀକ୍ଷା କରୁଥିଲେ। ସମସ୍ତ ମଣ୍ଡିରେ ବିଦ୍ୟୁତ୍ ସଂଯୋଗ ଓ ଶୌଚାଳୟ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ଶାନ୍ତି ଶୃଙ୍ଖଳାରେ ଧାନ କ୍ରୟ ପ୍ରାୟତ ସରି ଆସିଥିବାରୁ ଜିଲ୍ଲାପାଳ ସଂପୃକ୍ତ ସମସ୍ତ ଅଧିକାରୀ , କୃଷକ ଏଵଂ ମିଲର୍ ମାନଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ