ନିଶା ବିରୋଧରେ ନୂଆପଡ଼ାରେ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ, “ନିଶା ନୁହେଁ ଜୀବନ ଚାହୁଁ” ବାର୍ତ୍ତା ଦେଲେ କଳାକାର

Jun 24, 2026 - 22:38
 0  3
ନିଶା ବିରୋଧରେ ନୂଆପଡ଼ାରେ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ, “ନିଶା ନୁହେଁ ଜୀବନ ଚାହୁଁ” ବାର୍ତ୍ତା ଦେଲେ କଳାକାର

ନୂଆପଡ଼ା : ଅନ୍ତର୍ଜାତୀୟ ନିଶା ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ-୨୦୨୬ ଉପଲକ୍ଷେ “ନିଶା ନୁହେଁ, ଜୀବନ ଚାହୁଁ” ସଂକଳ୍ପ ସହ ନୂଆପଡ଼ା ଜିଲ୍ଲା ପ୍ରଶାସନ ଓ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥାନୀୟ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି କାର୍ଯ୍ୟକ୍ରମରେ ବିଭିନ୍ନ ପାରମ୍ପରିକ କଳାଦଳ ନିଜ ନିଜ କଳା ପ୍ରଦର୍ଶନ ମାଧ୍ୟମରେ ନିଶାର କୁପ୍ରଭାବ ଏବଂ ନିଶା ନିବାରଣ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିଥିଲେ। ଏଥିରେ ସ୍ୱର ଶୃଙ୍ଗାର ସାଂସ୍କୃତିକ ଅନୁଷ୍ଠାନ, ତାନବଟ; ଜୟ ଭୈରବ ସାଂସ୍କୃତିକ ଅନୁଷ୍ଠାନ, ଟିକରାପଡ଼ା (ପାଲା); ମା’ ପଳସିପଲେନ ସଂଚାର ଦଳ, ଚାନ୍ଦୋପଲା; ଜୟ ମା’ ବଂଜାରି ପାଲା ଦଳ, ଗୋହିରପଦର; ମା’ ବାଂଝିବହଲେନ ଘୁମୁରା ଦଳ, ବିଶିବାହାଲ ଏବଂ ଜୟ ଜଗନ୍ନାଥ ପାଲା ଦଳ, ଜଗନ୍ନାଥପାଲି ପ୍ରମୁଖ ଅଂଶଗ୍ରହଣ କରି ସଚେତନତାମୂଳକ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ମଧୁସୂଦନ ଦାଶ ନୂଆପଡ଼ାକୁ ଏକ ନିଶାମୁକ୍ତ ଆଦର୍ଶ ଜିଲ୍ଲା ଭାବେ ଗଢ଼ି ତୋଳିବାକୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ ଯେ, ନିଶା ପ୍ରଥମେ ଜୀବିକାକୁ ପ୍ରଭାବିତ କରେ, ପରେ ଏହା ଜୀବନକୁ ବିପର୍ଯ୍ୟସ୍ତ କରିଦିଏ। ତେଣୁ ନିଶାମୁକ୍ତ ସମାଜ ଗଠନ ପାଇଁ ସମସ୍ତଙ୍କ ସକ୍ରିୟ ସହଯୋଗ ଆବଶ୍ୟକ। କାର୍ଯ୍ୟକ୍ରମରେ ସିଡିଏମଓ ଡା. ଦ୍ୱାରିକାନାଥ ସତପଥୀ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି, ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼େଇ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ କୁମାର ହେମ୍ବ୍ରମ, ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ମହରା, ଜ଼ିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ୱାସ, ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ଓ ଅନ୍ୟମାନେ ଉପସ୍ଥିତ ଥିଲେ। ସ୍ୱଚ୍ଛ ଭାରତ ସଂଯୋଜକ ଅନିଲ କୁମାର ଲେଙ୍କା କାର୍ଯ୍ୟକ୍ରମ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ। ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ