।। ନିର୍ବାଚନ ପାଇଁ ପୋଲିସ୍ ର ଫ୍ଲାଗ ମାର୍ଚ୍ଚ ।।

Mar 31, 2024 - 10:38
 0  11
।। ନିର୍ବାଚନ ପାଇଁ ପୋଲିସ୍ ର ଫ୍ଲାଗ ମାର୍ଚ୍ଚ ।।

ଆସନ୍ତା ନିର୍ବାଚନକୁ ଶୃଙ୍ଖଳିତ ସହ ପରିଚାଳନା କରିବା ପାଇଁ ପୋଲିସ ପ୍ରଶାସନ ତରଫରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକାରୀ ଅଭିନବ ସୋନାର୍କର ଙ୍କ ନିର୍ଦ୍ଧେଶ କ୍ରମେ ଲକ୍ଷ୍ମୀପୁର ପୋଲିସ ଓ ବିଏସଏଫ ର ମିଳିତ ଆନୁକୁଲ୍ୟରେ ଶନିବାର ସନ୍ଧ୍ୟାରେ ସ୍ଥାନୀୟ ବ୍ଲକ୍ ସଦର ର ସମସ୍ତ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରାଯାଇଛି।ଆଗାମୀ ନିର୍ବାଚନକୁ ନେଇ ଏହି ଫ୍ଲାଗ ମାର୍ଚ୍ଚ କରାଯାଇଥିବା ବେଳେ ସମ୍ବେଦନଶୀଳ ବୁଥ ଗୁଡିକରେ ଶାନ୍ତି ପୂର୍ଣ୍ଣ ମତଦାନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ସହ ଅସାମାଜିକ କାର୍ଯ୍ୟ କଳାପ ଓ ବେଆଇନ ମଧ୍ୟ ବିକ୍ରି ବନ୍ଦ୍ କରାଯିବା ଉପରେ ଗୁରୁତ୍ଵ ଦିଆଯିବ ବୋଲି ଲକ୍ଷ୍ମୀପୁର ଏସଡିପିଓ ବିରଞ୍ଚି ନାରାୟଣ ଜଗତ ପ୍ରକାଶ କରିଛନ୍ତି। ଏସଡିପିଓ ଶ୍ରୀ ଜଗତଙ୍କ ସହ ଆଇଆଇସି ସୁଜ୍ଞାନି ସାହୁ ଓ ବିଏସଏଫ୍ ସେକେଣ୍ଡ ଇନ୍ କମାଡାଣ୍ଟ ମୁକେଶ କୁମାର ଙ୍କ ସମେତ ଲକ୍ଷ୍ମୀପୁର ଥାନାର ପୋଲିସ କର୍ମଚାରୀ,ଦୁଇ ପ୍ଲାଟୁନ ବିଏସ ଏଫ୍ ଓ ଗୋଟିଏ ପ୍ଲାଟୁନ ଆଇଆର ବିଏନ ଯବାନ ଏହି ଫ୍ଲାଗ ମାର୍ଚ୍ଚରେ ଯୋଗ ଦେଇଥିଲେ।

ଲଷ୍ମୀପୂରରୁ ପ୍ରମୋଦ ଜେନାଙ୍କ ରିପୋର୍ଟ fast news ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ