ନବରଙ୍ଗପୁର ଠାରେ ବିହନ ଉତ୍ପାଦକମାନଙ୍କୁ ନେଇ ବୈଠକ:ଅଣସ୍ୱୀକୃତିପ୍ରାପ୍ତ ବିହନ କମ୍ପାନୀମାନଙ୍କ ବିହନ ବିକ୍ରି ରୋକିବାକୁ ଗୁରୁତ୍ୱ

May 23, 2025 - 15:31
 0  6
ନବରଙ୍ଗପୁର ଠାରେ ବିହନ ଉତ୍ପାଦକମାନଙ୍କୁ ନେଇ ବୈଠକ:ଅଣସ୍ୱୀକୃତିପ୍ରାପ୍ତ ବିହନ କମ୍ପାନୀମାନଙ୍କ ବିହନ ବିକ୍ରି ରୋକିବାକୁ ଗୁରୁତ୍ୱ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୨୨.୦୫.୨୦୨୫ ରିଖ: ନବରଙ୍ଗପୁର ଜିଲ୍ଲା କୃଷି ବିଭାଗ ତରଫରୁ ଗତ କାଲି ତା:୨୧.୦୫.୨୦୨୫ ରିଖ ଦିନ ସ୍ୱୀକୃତି ପ୍ରାପ୍ତ ବିହନ ଉତ୍ପାଦନକାରୀ କମ୍ପାନୀମାନଙ୍କର ପ୍ରତିନିଧିମାନଙ୍କୁ ନେଇ ଏକ ଜରୁରୀ ବୈଠକ ନବରଙ୍ଗପୁର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଅଛି ! ଉକ୍ତ ବୈଠକରେ ବିହନ କମ୍ପାନୀ ମାନଙ୍କର ୩୫ ଜଣ ପ୍ରତିନିଧି ସହିତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ପ୍ରତିନିଧି ପ୍ରଣୟ କୁମାର ମନ୍ତ୍ରୀ, କୃଷି ଜିଲ୍ଲା ଅଧିକାରୀ ନବରଙ୍ଗପୁର ଓ ପାପଡାହାଣ୍ଡି, ଉମରକୋଟ ତଥା ଯୋଜନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ! ବୈଠକରେ ଚଳିତ ଖରିଫ ଋତୁ-୨୦୨୫ ନିମନ୍ତେ ଚାଷୀମାନଙ୍କୁ ସଠିକ ମାନର ବିହନ ଅଧିକୃତ ବିହନ କମ୍ପାନୀ ମାନଙ୍କ ଦ୍ୱାରା ଲେମ୍ପସ ଏବଂ ସ୍ୱୀକୃତି ପ୍ରାପ୍ତ ବିହନ ବ୍ୟବସାୟୀଙ୍କୁ ଠିକ ସମୟରେ ଯୋଗାଇ ଦେବା ନିମନ୍ତେ ଗୁରୁତ୍ୱ ଦିଆଯାଇଥିଲା ! ଜିଲ୍ଲାରେ ଧାନ ଓ ମକା ଚାଷ ମୁଖ୍ୟ ହୋଇଥିବାରୁ ଏବଂ ଚାଷୀମାନଙ୍କ ଦ୍ୱାରା ଶଙ୍କର ଜାତୀୟ ବିହନ ପ୍ରତି ଅଧିକ ଆଗ୍ରହ ଥିବାରୁ ଚାଷୀମାନଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଟି ଦେଇ ବିହନ ଯୋଗାଣ କାର୍ଯ୍ୟପନ୍ଥା ସ୍ଥିର କରାଯାଇଥିଲା ! ଅଣସ୍ୱୀକୃତି ପ୍ରାପ୍ତ କମ୍ପାନୀ ମାନଙ୍କର ବିହନ କୌଣସି ପରିସ୍ଥିତି ରେ ବିକ୍ରୟ କରାଯିବ ନାହିଁ ! ଯଦି କୌଣସି ସ୍ଥାନରେ ଅନିୟମିତତା ପରିଲକ୍ଷିତ ହୁଏ ତେବେ ନିୟମ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ! ଜିଲ୍ଲାରେ ଚଳିତ ଖରିଫ ଋତୁରେ ୬୯୦୦୦ ହେକ୍ଟର ଜମିରେ ଶଙ୍କର ଜାତୀୟ ମକା ଚାଷ ହେବ ଏବଂ ୪୫୦୦୦ ହେକ୍ଟର ଜମି ରେ ଶଙ୍କର ଜାତୀୟ ଧାନ ଚାଷ ହେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ! ସ୍ୱୀକୃତି ପ୍ରାପ୍ତ କମ୍ପାନୀ ମାନଙ୍କର ତରଫରୁ ସଠିକ ବିହନ ଠିକ ସମୟରେ ସୁଲଭ ମୂଲ୍ୟରେ ଚାଷୀ ମାନଙ୍କ ପାଖରେ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ! ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଏବଂ ବ୍ଲକ୍ ସ୍ତରୀୟ ଏନଫୋର୍ସମେଣ୍ଟ ସ୍କୁଆଡ ଗଠନ କରାଯାଇଅଛି, ଯେଉଁ ମାନେ ଜିଲ୍ଲାରେ ବିକ୍ରୟ କରୁଥିବା ଯେ କୌଣସି ସାର/ବିହନ/କୀଟନାଶକ ର ଯେ କୌଣସି ଅଧିକୃତ ବିକ୍ରେତାଙ୍କ ଦୋକାନରେ ବିନା ନୋଟିସରେ ଚଢାଉ କରି ଆବଶ୍ୟକ ଆଇନଗତ କାର୍ଯ୍ୟନୁଷ୍ଠାନ ତତକ୍ଷଣାତ୍ ନେଇ ପାରିବେ !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ