ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ ଜନ୍ମ ଜୟନ୍ତୀ ପାଳିତ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୨୬.୦୪.୨୦୨୫ ରିଖ: ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ଜିଲ୍ଲା ସ୍ତରୀୟ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ ଜନ୍ମ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି ! ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ( ସାଧାରଣ ) ତପନ କୁମାର ଖୁଣ୍ଟିଆ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ସହ ଫଟୋଚିତ୍ର ରେ ମାଲ୍ୟାର୍ପଣ କରିଥିଲେ ! ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ସାହିତ୍ୟିକ ବିଜୟ ଚୌଧୁରୀ, ଲେଖକ ନାରାୟଣ ପଣ୍ଡା ,ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ଏବଂ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ! ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ସମସ୍ତଙ୍କୁ ସ୍ବାଗତ କରି ସଭା ସଞ୍ଚାଳନ କରିଥିଲେ ! ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ରେ ଭୂମିକା, ସେ ସମୟରେ ଓଡ଼ିଶାର ଶିକ୍ଷା,ଭାଷା,ଶିଳ୍ପ,ଜଳ ସେଚନ,କୃଷି ପ୍ରତି ତାଙ୍କର ବିଶେଷ ଅବଦାନ,ସାହିତ୍ୟ ଓ ସଂସ୍କୃତି ପ୍ରତି ଅନୁରାଗ ,ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପ୍ରତି ଆଗ୍ରହ କୁ ଅବତାରଣା କରିଥିଲେ ! ସମ୍ମାନୀତ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ଉତ୍କଳ ସମ୍ମିଳନୀର ଗଠନ ଓ ମହାରାଜଙ୍କ ବଳିଷ୍ଠ ଯୋଗଦାନ, ବାଳିକା ଶିକ୍ଷା,ରାଜକୀୟ ବିଳାସ ବ୍ୟସନ ପରିତ୍ୟାଗ କରି ନିଜ ଅର୍ଥକୁ ଜାତି ସେବାରେ ଲଗାଇବା,ରାଜନୈତିକ ପୃଷ୍ଠଭୂମି,ଉତ୍କଳ ପ୍ରଦେଶ ର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ,ସର୍ବୋପରି ଓଡ଼ିଆ ଭାଷା ସାହିତ୍ୟ ପ୍ରତି ତାଙ୍କର ଅବଦାନ ଓ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ରେ ମୁଖ୍ୟ ବିନ୍ଧାଣୀ ରୂପେ କରିଥିବା ଯୋଗଦାନ କୁ ସ୍ମୃତିଚାରଣ କରିଥିଲେ ! ସ୍ମୃତି ଚାରଣ ସଭାରେ ମନୋରମା ମାଝୀ ,ପ୍ରଭାସିନୀ ମହାନ୍ତି,ସ୍ଵର୍ଣ୍ଣଲତା ପଟ୍ଟନାୟକ,ଜଗଦୀଶ ଚନ୍ଦ୍ର ତ୍ରିପାଠୀ, ଯାହ୍ନ୍ନଭି ପଣ୍ଡା ନିଜ ନିଜ ବକ୍ତବ୍ୟ ରଖିଥିଲେ । ଆଲୋଚନା ସଭାରେ ସହର ର ବୁଦ୍ଧିଜୀବୀ, କବି ,ଲେଖକ ଙ୍କ ସହ ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ଅବନୀ ରଞ୍ଜନ ତ୍ରିପାଠୀ,ପି ରବିକାନ୍ତ ରଘୁରାମ,ରାମ ପ୍ରସାଦ ପାତ୍ର,ଦେବଦାସ ମହାକୁଡ,ଜଗନ୍ନାଥ ବେହେରା, ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ! ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଧନ୍ୟବାଦ୍ ଅର୍ପଣ କରିଥିଲେ ! ସୁଚନା ଓ ଲୋକ ସମ୍ପର୍କ ବିଭାଗ ର କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?






