ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୫

ନବରଙ୍ଗପୁର,( ରଞ୍ଜିତ ନାୟକ) ତା:୧୦/୦୫/୨୦୨୫ ରିଖ: ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଦୌରାଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ସୁବ୍ରତ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୫ ଅନୁଷ୍ଟିତ ହୋଇଯାଇଛି ! ଜିଲ୍ଲା ଦୌରାଜର୍ଜ ସୁବ୍ରତ ମହାନ୍ତି ୦୪ ( ଗୋଟି ) ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ଦାବି ( MACT ) ବାବଦକୁ ଫଇସଲା କରି ଟ.୩୧,୩୨,୭୬୦/- କ୍ଷତିପୁରଣ ଆଦାୟ କରିଛନ୍ତି ! ପରିବାର ବିଚାର ବିଭାଗୀୟ ଜର୍ଜ ଲିଲିପ୍ତା ପସାୟତ ୧୦( ଗୋଟି ) ପାରିବାରିକ ବିବାଦ କେସ ସମାଧାନ କରିଛନ୍ତି ସେଥିମଧ୍ୟରୁ ( ୦୨ ) ଦୁଇ ( ଗୋଟି ) କେସରେ ଦୀର୍ଘ ଦିନ ବିବାଦର ଅନ୍ତ ଘଟାଇ ଦମ୍ପନ୍ତୀଙ୍କ ମଧ୍ୟରେ ଆପୋଷ ମିଳାମିଶା କରାଇଛନ୍ତି !ବରିଷ୍ଟ ଦେବାନୀ ଜର୍ଜ ମୋନିତା ତ୍ରିପାଠୀ ୦୩ଟି ବ୍ୟ।ଙ୍କ ଋଣଦେୟ ସମ୍ବଦ୍ଧିୟ ବିବାଦର ଫଇସଲା କରି ଟ.୨,୨୭,୨୫୪ ଟଙ୍କା ରୁଣ ଆଦାୟ କରିଛନ୍ତି ଓ ୧ ଟି ଦେବାନୀ କେସ ଫଇସଲା କରିଛନ୍ତି ! ବରିଷ୍ଟ ଦେବାନୀ ଜର୍ଜ ୱୋମେନ୍ସ କୋର୍ଟ ୦୪ ଟି ଫୌଜଦାରୀ ମକଦ୍ଦମା, ସେହିଭଳି ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ନବରଙ୍ଗପୁର ସୌମ୍ୟ ଶଙ୍କର ମହନ୍ତ ୯୩ ଟି ଫୌଜଦାରୀ ମକଦ୍ଦମାର ଫଇସଲା କରିଛନ୍ତି ଓ ୦୩ ଟି ଏନ ॰ ଆଇ॰ ଆକ୍ଟ କେସ ସମାଧାନ କରିଛନ୍ତି ! ଦ୍ୱିତୀୟ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଅଙ୍କିତା ପାଣିଗ୍ରାହୀ ୧ଟି ଫୌଜଦାରୀ ମକଦ୍ଦମା ସମାଧାନ କରିଛନ୍ତି ! ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ରେ ସର୍ବମୋଟ ୨୦୧ ଗୋଟି କୋର୍ଟ କେସ ଓ ୧୫,୪୦୭ ଗୋଟି ରାଜସ୍ୱ କେସର ଫଇସଲା କରାଯାଇ ଟ.୪,୭୦,୩୦୩/- ରାଜସ୍ୱ ଆଦାୟ କରାଯାଇଛି ! ସେହିପରି ବ୍ୟାଙ୍କର ୯ ଟି ପ୍ରାକ ମକଦ୍ଦମା ମଧ୍ୟ ଫଇସଲା କରାଯାଇ ଟ.୧,୯୮,୧୦୦ /- ରୁଣ ଆଦାୟ କରାଯାଇଛି ! ଟିପିଏସଓଡ଼ିଏଲ ୫୫୯ ଟି ପ୍ରାକ ମକଦ୍ଦମା ମଧ୍ୟ ଫଇସଲା କରାଯାଇ ଟ.୮୪,୬୨,୪୬୩ /- ବିଦ୍ୟୁତ ଦେୟ ବାବଦକୁ ଆଦାୟ କରାଯାଇଛି ! ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ରେ ଅନ୍ୟାନ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଜର୍ଜ ବିଷ୍ଣୁ ପ୍ରସାଦ ମିଶ୍ର, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରି ଶ୍ରୀମତୀ ସୀମା ତ୍ରିପାଠୀ ଓ ରେଜିଷ୍ଟ୍ରାର ଜିଲ୍ଲାକୋର୍ଟ ସୁକାନ୍ତ କିଶୋର ଜେନା ଯୋଗ ଦେଇଥିଲେ ! ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସାଇ ଅଭିସ୍ପା ଗୋଛାୟତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ପରିଚାଳନା କରିଥିବା ବେଳେ କୋର୍ଟର ଆଇନଜୀବୀ ଓ କର୍ମଚାରୀ ସହଯୋଗ କରିଥିଲେ !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?






