।। ଦର୍ଶକଙ୍କ ହୃଦୟକୁ ଛୁଇଁଲା ନାଟକ "ଭିନ୍ନ ଏକ ରାଜପୁତ୍ର ।।

Oct 28, 2024 - 22:04
 0  72
।। ଦର୍ଶକଙ୍କ ହୃଦୟକୁ ଛୁଇଁଲା ନାଟକ "ଭିନ୍ନ ଏକ ରାଜପୁତ୍ର ।।

ବାରିପଦା - ତା :- ୨୮/୧୦/୨୦୨୪ ରିଖ ସ୍ଥାନୀୟ ସହିଦ ଭବନ ପରିସରରେ ଏମ ପି ସି ଆଲୁମିନି ଏସୋସିଏସନ ଦ୍ୱାରା ପ୍ରଯୋଜିତ ଓ ବାରିପଦା କଳାକାର ପରିବାର ପରିବାରର ସହଯୋଗରେ ୩ ଦିନିଆ ନାଟକ ମହୋତ୍ସବ ଉଦଘାଟିତ ହୋଇଯାଇଛି I ଏସୋସିଏସନର ସଭାପତି ଡଃ ବିଜୟ କୁମାର ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏମ ପି ସି ସ୍ୱୟଂଚାଳିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରମୋଦ ଚନ୍ଦ୍ର ସାହୁ, ସମ୍ମାନିତ ଅତିଥି ଭାବେ ପଦ୍ମଲୋଚନ ମହାନ୍ତି, ପ୍ରିତିଶ ଚନ୍ଦ୍ର ବସା, ଇ. ବିପ୍ଳବ ଭୁଗୁଡେଇ ପ୍ରମୁଖ ଉପସ୍ଥିତ ରହି ନାଟକ ମହୋତ୍ସବର ସଫଳତା କାମନା କରିଥିଲେ I ସୋମନାଥ ସିଂହ ମଞ୍ଚ ପରିଚାଳନା କରିଥିଲେ I ପ୍ରଥମ ସନ୍ଧ୍ୟାରେ ଓମ ନାଟ୍ୟସଂସ୍ଥା ପ୍ରସ୍ତୁତ ନାଟକ " ଭିନ୍ନ ଏକ ରାଜପୁତ୍ର " ପରିବେଷିତ ହୋଇଯାଇଛି I ନାଟକଟି ଏତେ ଜୀବନ୍ତ ହୋଇଥିଲାଯେ ଏହା ଦର୍ଶକଙ୍କ ହୃଦୟକୁ ଛୁଇଁ ଯାଇଥିଲା I ମାତ୍ର ତିନୋଟି ଚରିତ୍ର ଧୀର ବସା, ମନୀଷା ରଥ ଓ ଅନିମେଷ ଘୋଷଙ୍କର ଅଭିନୟ ଦର୍ଶକଙ୍କୁ ସ୍ତବ୍ଧ କରିଦେଇଥିଲା I ନାଟ୍ୟକାର ଡଃ ନାରାୟଣ ସାହୁଙ୍କ ରଚିତ ନାଟକକୁ ଧୀର ବସା ନିର୍ଦ୍ଦେଶନା ଦେଇଥିବା ବେଳେ ମଞ୍ଚ ପରିଚାଳନାରେ ଗୁହିରାମ ଜେନା, ପ୍ରଚ୍ଛଦପଟ ସଂଗୀତରେ ଶକ୍ତି ପ୍ରସାଦ ମିଶ୍ର, ଆଲୋକ ସମ୍ପାତରେ ଶ୍ରୀକାନ୍ତ ଚୌଧୁରୀ, ମଞ୍ଚ ସଜ୍ଜାରେ ଅଭି, ପ୍ରଭାସ ଓ ନଗେନ, ଆଲୋକ ସଂଯୋଜନା ରେ ଲାଇଟ ଏଣ୍ଡ ସାଉଣ୍ଡ, ବାରିପଦା, ରୂପସଜ୍ଜାରେ ଇପ୍ସିତା ଓ ରଶ୍ମି, ଗୀତ ରଚନାରେ ସଂଗ୍ରାମ କେଶରୀ ମହାନ୍ତି, ସଂଗୀତ ନିର୍ଦ୍ଦେଶନାରେ ଶାନ୍ତନୁ ସିଂହ ତଥା କଣ୍ଠଦାନରେ ପାରାୟଣୀ ଓ ଶାନ୍ତନୁ ସିଂହ ସହାୟତା ପ୍ରଦାନ କରିଥିଲେ I ଏହି ଅବସରରେ ବାସ୍ତବ ପରିବାରର ସମସ୍ତ କଳାକାରଙ୍କ ସମେତ ନାଟ୍ୟକାର ଓ ନିର୍ଦ୍ଦେଶକଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ