।। ଥୁଆମୂଳ ରାମପୁର ବ୍ଲକ୍ ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ।।

Dec 12, 2023 - 20:24
 0  102
।। ଥୁଆମୂଳ ରାମପୁର ବ୍ଲକ୍ ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ  ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସ୍ଥିତ ପଞ୍ଚାୟତ ସମିତି ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡିଶା ସରକାରଙ୍କ ଆନୁକୂଲ୍ୟରେ ବ୍ଳକ ସ୍ତରୀୟ ଭୀମଭୋଇ ସାମର୍ଥ୍ୟ ଶିବିର -୨୦୨୩- ୨୪ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଡିଓ ଧ୍ରୃବଚରଣ ମୁଦୁଲି, ବ୍ଳକ ଅଧ୍ଯକ୍ଷ ଦୟାନିଧି ମାଝୀ, କଳାହାଣ୍ଡି ଜିଲ୍ଲା ସାଂସଦ ବ୍ଳକ ପ୍ରତିନିଧି ବିଷ୍ଣୁ ନାଏକ, ଜିଲ୍ଲା ପରିଷଦ ସଭ୍ଯା ଟୁନି ଖୋଲ୍ଲା, ସରପଞ୍ଚ ସଂଘ ସଭାପତି ବଳଭଦ୍ର ଜାନୀ, ସ୍ଥାନୀୟ ସମିତି ସଭ୍ଯା ପୁଷ୍ପାଞ୍ଜଳି ନାଏକ, ବ୍ଳକ ଉପାଧ୍ଯକ୍ଷା ପ୍ରମିଳା ମାଝୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ବିକଳାଙ୍ଗ ମଞ୍ଚ ସଭାପତି, ବ୍ଳକ ବିଏସଏସଓ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ୨୪ଗୋଟି ଗ୍ରାମ ପଞ୍ଚାୟତର ଭିନ୍ନକ୍ଷମ ହିତାଧିକାରୀ ମାନେ ଏଥିରେ ଯୋଗ ଦେଇଥିଲେ l ଶିବିରରେ ପଞ୍ଜିକରଣ କରିଥିବା ବିଭିନ୍ନ ଭିନ୍ନକ୍ଷମ ସର୍ବମୋଟ ୨୦୦ ଜଣ ପଞ୍ଜିକରଣ କରିଥିଲେ, ତନ୍ମଧ୍ୟରୁ ହୁଇଲ୍ ଚେଆର -୩, କ୍ଲଚ୍-୨, ଟ୍ରିସାଇକେଲ -୨ ଜଣଙ୍କୁ ପ୍ରଦାନ କରାଯାଇଥିଲା, ଶିବିର ରେ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ବିଭାଗର ଡାକ୍ତର ଙ୍କ ସମେତ ଥୁଆମୂଳ ରାମପୁର ବ୍ଲକ୍ କର୍ମଚାରୀ ସହଯୋଗ କରିଥିଲେ,ଏହି କାର୍ଯ୍ୟକ୍ରମ ତାପସ କୁମାର ସାହୁ ପରିଚାଳନା କରିଥିଲେ। ତେବେ କିଛି ଅଭିଯୋଗ ମଧ୍ୟ ହିତାଧିକାରୀଙ୍କ ମଧ୍ୟରେ କରାଯାଇଥିବା ଦେଖିବାକୁ ମିଳିଥିଲା, ହିତାଧିକାରୀଙ୍କ କହିବା ଅନୁସାରେ ସେମାନେ କାର୍ଯ୍ଯାଳୟ କୁ ବାରମ୍ବାର ଆସି ନିରାଶ ହୋଇ ଫେରୁଥିବା ବିଷୟରେ। ଆଗକୁ ଭିନ୍ନକ୍ଷମ ମାନଙ୍କୁ କିଭଳି ସୁବିଧା ସୁଯୋଗ ମିଳୁଛି ତାହା ଦେଖିବାକୁ ବାକିରହିଲା l ସରକାରଙ୍କ ଯୋଜନା ରେ ଅନ୍ତର୍ଭୁକ୍ତ ହେବା ପାଇଁ ବିଭିନ୍ନ ସ୍ଥାନରୁ ଆସିଥିବା ଭିନ୍ନକ୍ଷମ ମାନେ ଯେମିତି ବଞ୍ଚିତ ନ ହେବେ ଏବଂ ପଞ୍ଜୀକୃତ ହିତାଧିକାରୀ ଙ୍କ ସାର୍ଟିଫିକେଟ ସେମାନେ ଯେମିତି ପାଇପାରିବେ ସେନେଇ ସୁବ୍ଯବସ୍ଥା ମଧ୍ୟ କରାଯାଇଥିବା ବିଷୟରେ ସୂଚନା ମିଳିଛି l

 କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ