ଥୁଆମୁଳ ରାମପୁର ବ୍ଳକରେ ଯୋଜନା ମାଳମାଳ, ବିକାଶରେ ପୁରା ଦୁର୍ବଳ ଏବଂ ନିଜ ନିଜ ସ୍ୱାର୍ଥରେ ଲୋକଙ୍କ ଭିଡ଼ ପ୍ରବଳ

କଳାହାଣ୍ଡି /ଥୁଆମୂଳ ରାମପୁର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ କୋଟି କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରି ବ୍ଳକ ମାନଙ୍କରେ କାର୍ଯ୍ଯକାରୀ କରାଯାଉଛି, ହେଲେ ସେଅନୁପାତରେ ବିକାଶ କାହିଁକି ସମ୍ଭବ ହେଉନାହି। ଏହାର ଏକ ସମୀକ୍ଷା କରିବା ନିହାତି ଭାବରେ ଆବଶ୍ୟକତା ରହିଛି। ଏଥିରେ ସ୍ଥାନୀୟ ରାଜନେତା ଓ ସଚେତନ ନାଗରିକ ମାନଙ୍କ ଭୂମିକା ରହିଥିବା ବେଳେ ଏହାକୁ କାହିଁକି ଅବହେଳା କରାଯାଉଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ତେବେ ଯୋଜନା ଅନେକ ଥିବାବେଳେ ସମସ୍ୟା ମଧ୍ୟ ବହୁତ ରହୁଛି ଏହାର ମୁଖ୍ୟ କାରଣ ସ୍ବାର୍ଥ ଯୋଜନା ଗୁଡିକକୁ ଉଚିତ ଭାବରେ ବ୍ଯବହାର କରାଯାଉନ ଥିବା ଏକ ମୁଖ୍ୟ କାରଣ। ଏହା ଯୋଗୁଁ ଯୋଜନା ଯୋଜନ ଯୋଜନ ଦୂରକୁ ଚାଲିଯାଉଛି, ଏହାର ଫାଇଦା ଉଠାଉଛନ୍ତି କିଛି ସ୍ବାର୍ଥ ପର ବ୍ଯକ୍ତି। ଯାହାଫଳରେ ବିକାଶ ବଦଳରେ ବିନାଶ ଆଡକୁ ଗତିକରୁଛି ବ୍ଳକ। ଏପରି ଏକ ବ୍ଳକକୁ ଏଠାରେ ଉଦାହରଣ ସ୍ବରୂପ ଏଠାରେ ନିଆଯାଇଛି ତାହା ହେଉଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବରେ ପରିଚିତ ଥୁଆମୁଳ ରାମପୁର ବ୍ଳକ ଏହି ବ୍ଳକ ୨୪ ଗୋଟି ଗ୍ରାମପଞ୍ଚାୟତକୁ ନେଇ ଗଠିତ। ଏହି ବ୍ଳକରେ ୨୮୧ ଟି ଗ୍ରାମ ରହିଥିବା ବେଳେ ସ୍ବାଧୀନତାର ଦୀର୍ଘ ବର୍ଷ ବିତିଯାଇଥିଲେ ସୁଦ୍ଧା ବ୍ଳକରେ ୩୧ ଟି ଗାଁକୁ ସବୁଦିନିଆ ରାସ୍ତା ଖଣ୍ତେ ଏପର୍ଯ୍ୟନ୍ତ ହୋଇପାରିନାହିଁ। ଯାହାଫଳରେ ରାସ୍ତାନଥିବା ଦୁର୍ଗମ ଅଞ୍ଚଳକୁ ଯୋଗାଯୋଗ କରିବା ଅଭାବ ରହିଛି। ରାସ୍ତାଘାଟ ନଥିବା ଲୋକଙ୍କ ପାଇଁ ମୌଳିକ ସୁବିଧା ସୁଯୋଗ ଅପହଞ୍ଚ ରହିଛି। ଏହାଦ୍ବାରା ଲୋକମାନେ ଅନେକ ଅସୁବିଧାରେ ରହୁଥିବା ଦେଖିବାକୁ ମିଳୁଛି। ରାସ୍ତା ଅଭାବଯୋଗୁଁ ସ୍ବାସ୍ଥ୍ୟ, ଶିକ୍ଷା, କୃଷି ପାନୀୟ ଜଳ ଭଳି ବିଭିନ୍ନ ସୁବିଧା ସୁଯୋଗରୁ ବଞ୍ଚିତ ରହିଛନ୍ତି। ତେବେ ସରକାରଙ୍କର କୋଟି କୋଟି ଟଙ୍କା ବ୍ଯୟବରାଦ କରାଯାଇଥିବା ସତ୍ତ୍ୱେ କାହିଁକି ଥୁଆମୁଳ ରାମପୁର ବ୍ଳକ ଏବେ ମଧ୍ୟ ବିକାଶ କରିପାରିଲା ନାହିଁ ସେନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସ୍ଥାନୀୟ କିଛି ବ୍ଯକ୍ତିଙ୍କର ଲାଭଖୋର ମନୋବୃତ୍ତି ଯୋଗୁଁ କୋଟି କୋଟି ଟଙ୍କାର ଯୋଜନା ବାଟବଣା ହୋଇଯାଉଥିବା ଘଟଣା ଅଧିକ ସମ୍ବେଦନଶୀଳ ବିଷୟ ହୋଇପଡିଛି। ରାସ୍ତା, ବିଭିନ୍ନ କାର୍ଯ୍ଯାଳୟ କୋଠା ଗ୍ରାମାଞ୍ଚଳର ଉନ୍ନୟନ ମୂଳକ କାର୍ଯ୍ଯ ଭଳି ବିଭିନ୍ନ କାର୍ଯ୍ଯରେ ନିମ୍ନମାନ ହେଉଥିବା ଯୋଗୁଁ ତାହା ପୁଣି ଅଳ୍ପ ଦିନ ମଧ୍ୟରେ ଭୁଷୁଡି ପଡୁଥିବା ଦେଖିବାକୁ ମିଳୁଛି। ଏପରିକି କିଛି ସ୍ଥାନରେ ଅଲ୍ପ କାମରେ ଅଧିକ ବିଲ ଉଠି ଥିବା ଭଳି ଘଟଣା ମଧ୍ୟ ଦିନକୁ ଦିନ ବ୍ଳକରେ ବୃଦ୍ଧି ପାଉଥିବା ଘଟଣା ଅତି ଦୁଃଖ ଦାୟକ ହୋଇପଡିଛି। ସେହିଭଳି କାମ ନକରି ବିଲ ଉଠୁଥିବା ଭଳି ଘଟଣା ମଧ୍ୟ ଏହି ବ୍ଳକରେ କିଛି ଅସମ୍ଭବ ନୁହେଁ।, ଏଭଳି ଭାବରେ ଯଦି ସରକାରଙ୍କ ଅର୍ଥକୁ ଅପବ୍ଯବହାର କରାଯାଏ ତେବେ ଏହି ବ୍ଳକର ବିକାଶ କେବେବି ସମ୍ଭବ ନୁହେଁ, ବରଂ ବିକାଶ ବଦଳରେ ଏ ଅଞ୍ଚଳର ବିନାଶ ଆଡକୁ ଗତି କରିବ ବୋଲି ବୁଦ୍ଧିଜୀବୀ ମହଲରେ ଚିନ୍ତା ପ୍ରକଟ କରୁଥିବା ଜଣାପଡ଼ିଛି। ସରକାର କୋଟି କୋଟି ଟଙ୍କାରେ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଥିଲେ ସୁଦ୍ଧା ଯଦି ସ୍ଥାନୀୟ ଜନସାଧାରଣ ସଚେତନ ନହେବେ ତେବେ ବ୍ଳକ ବିକାଶ କରିପାରିବ ନାହିଁ। ଥୁଆମୁଳ ରାମପୁର ବ୍ଳକରେ କୋଟି କୋଟି ଟଙ୍କା ଖର୍ଚ୍ଚା ହୋଇସାରିଛି ତଥାପି ବ୍ଳକ କାହିଁକି ବିକାଶ କରିବା ବଦଳରେ ପଛକୁ ପଡିଯାଉଥିବା ଭଳି ମନେ ହେଉଛି। ଏହାକୁ ଦୃଷ୍ଟିରେ ରଖି ଯଦି ସ୍ଥାନୀୟ ଜନପ୍ରତିନିଧି ଓ ସଚେତନ ନାଗରିକ ଯେବେ ସଚେତନ ହେବେ ତେବେ ଯାଇ ଅଞ୍ଚଳର ବିକାଶ ସମ୍ଭବ ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଥିବା ଜଣାପଡିଛି। ଏଦିଗରେ ସ୍ଥାନୀୟ ସଚେତନ ବ୍ଯକ୍ତି ସରକାରୀ ଯୋଜନାକୁ ଉଚିତ ଭାବରେ ବିନିଯୋଗ କରିପାରିପାରିବେ ତେବେ ଯାଇ ଅଞ୍ଚଳର ରାସ୍ତାଘାଟ ଠାରୁ ଆରମ୍ଭ କରି ସବୁ ସମସ୍ୟା ଦୂର ହେବା ସହିତ ଦୁର୍ଗମ ଅଞ୍ଚଳକୁ ମୌଳିକ ସୁବିଧା ଲୋକଙ୍କ ପାଖକୁ ପହଞ୍ଚିବାରେ କିଛି ଅସୁବିଧା ହେବ ନାହିଁ। ଏହାଦ୍ବାରା ଅଞ୍ଚଳର ବିକାଶ ନିଶ୍ଚିତ ଭାବରେ ହୋଇପାରିବ ଓ ସରକାରଙ୍କ ଏହି ମହତ୍ତ୍ୱପୂର୍ଣ୍ଣ ବିଭିନ୍ନ ଯୋଜନା ଲୋକଙ୍କ ପାଖକୁ ପହଞ୍ଚି ପାରିବ। ତେବେ ଆଗକୁ ଥୁଆମୁଳ ରାମପୁର ବ୍ଳକର ବିକାଶ ହେବାକୁ ଆଉ କେତେ ବର୍ଷ ଲାଗିବ ତାହା ଏବେ ଦେଖିବିକୁ ବାକିରହିଲା।
What's Your Reaction?






