।। ଥୁଆ ମୂଲ ରାମପୁର ବ୍ଲକ ରେବିଜେପିର ନିର୍ବାଚନୀ ସଭା ଅନୁଷ୍ଠିତ ।।

May 6, 2024 - 12:04
 0  60
।। ଥୁଆ ମୂଲ ରାମପୁର ବ୍ଲକ ରେବିଜେପିର ନିର୍ବାଚନୀ ସଭା ଅନୁଷ୍ଠିତ ।।

ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ଲାଞ୍ଜିଗଡ଼ ନିର୍ବାଚନରେ ରାଜନୀତି ଉଷ୍ମତା ବଢ଼ିବାରେ ଲାଗିଛି। ତେବେ ଏହି ନିର୍ବାଚନ ମଣ୍ଡଳୀରେ ବିଜେପି, ବିଜେଡ଼ି, କଂଗ୍ରେସ ବିଜୟ ହାସଲ ପାଇଁ ନିଜ ନିଜ ରଣାଙ୍ଗନ ପ୍ରସ୍ତୁତ କରୁଥିବାବେଳେ ଆଜି କେନ୍ଦ୍ର ଆଦିବାସୀ ବ୍ୟାପାର ତଥା ଜଳ ଶକ୍ତି ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ରବିବାର ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ଭାରତୀୟ ଜନତା ପାର୍ଟିର ପଥପ୍ରାନ୍ତ ନିର୍ବାଚନ ସଭାରେ ଯୋଗ ଦେଇ ଗୁରୁ ମନ୍ତ୍ର ଦେଇଥିଲେ । ମନ୍ତ୍ରୀ ଟୁଡୁ ଓ ଓଡ଼ିଆ ଅଭିନେତ୍ରୀ ପିଙ୍କି ପ୍ରଧାନ ଭୁବନେଶ୍ୱରରୁ ଆକାଶ ମାର୍ଗରେ ଆସି ଥୁଆ ମୂଲ ରାମପୁର ବ୍ଲକ ସ୍ଥିତ କଲେଜ ପଡ଼ିଆ ପରିସରରେ ପହଞ୍ଚିବା ପରେ ଦଳୀୟ କର୍ମକର୍ତା ତାଙ୍କୁ ସ୍ବାଗତ କରିଥିଲେ। ଆୟୋଜିତ ନିର୍ବାଚନି ସଭାରେ ଯୋଗଦେଇ ଥୁଆ ମୂଲ ରାମପୁର ବ୍ଲକ ର ଭୋଟରଙ୍କୁ ନରେନ୍ଦ୍ର ମୋଦିଙ୍କ ଜନ କଲ୍ୟାଣକାରୀ ଯୋଜନା ଉପରେ କହିବା ସହ ସାଂସଦ ପ୍ରାର୍ଥୀ ମାଲବିକା କେଶରୀ ସିଂଦେଓ, ବିଧାୟକ ପ୍ରାର୍ଥୀ ରମେଶ ମାଝୀଙ୍କ ପାଇଁ ଜୋରଦାର ପ୍ରଚାର କରିଥିଲେ। କଲେଜ ପରିସରରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍ ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ କହିଥିଲେ ୧୦ ବର୍ଷର ମୋଦି ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ପ୍ରସ୍ତୁତ କରିଛନ୍ତି। କେନ୍ଦ୍ରରୁ ମାଳମାଳ ଯୋଜନା ପଠାଉଛି ହେଲେ ରାଜ୍ୟ ସରକାର ତାହାକୁ ଲୋକଙ୍କ ପାଖରେ ପହଞ୍ଚାଇପାରୁ ନାହାନ୍ତି।ପ୍ରକୃତ ହିତାଧିକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି। ସେଥିପାଇଁ ଡବଲ ଇଞ୍ଜିନ ସରକାର ଆବଶ୍ୟକ। ଭାଜପା କ୍ଷମତାକୁ ଆସିଲେ ଧାନ କୁଇଣ୍ଟାଲ ପ୍ରତି ୩୧ଶହ ଟଙ୍କା ସହ ବୋନସ ପ୍ରତ୍ୟେକ ପରିବାରର ଜଣେ ମହିଳାଙ୍କୁ ମାସିକ ଏକ ହଜାର ଟଙ୍କା. ଗରିବ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ, ୩ଶହ ୟୁନିଟ ବିଜୁଳି ପ୍ରତି ପରିବାରକୁ ମାଗଣାରେ ଚାଉଳ, ବେକାର ଯୁବକ ଓ ଯୁବତୀଙ୍କୁ ରୋଜଗାର ଦିଆଯିବ ବୋଲି କହିଥିଲେ। ଏହି ପରିପ୍ରେକ୍ଷୀରେ ପୂର୍ବତନ କଳାହାଣ୍ଡି ସାଂସଦ ଅର୍କକେଶରୀ ସିଂଦେଓ, ବିଜେପି ବରିଷ୍ଟ ନେତା ଶ୍ରୀଯୁକ୍ତ କୈସବ ବିହାରୀ ଏମ,ପି ପ୍ରୋତିନିଧି ଵିଷ୍ଟୁ ନାଏକ ବାଜରା ଭୋଇ ପବିତ୍ର ନାଏକ ସୁଶାନ୍ତ ନାଏକ ଧନୁର୍ଯ୍ୟ ନାଏକ ରାଧା ନାଏକ ଆଲୋକ ନାଏକ ଦୀପକ ବାରିକ ଓ ବିଜେପି କର୍ମକର୍ତା ଙ୍କ ସହଯୋଗ କରିଥିବା ବେଳେ 24 ଗୋଟି ପଞ୍ଚାୟତ ର ହଜାର ହଜାର ସଂଖ୍ୟାରେ ଭୋଟର ଉପସ୍ଥିତ ରେ।

ଥୁଆ ମୂଲ ରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ୍ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 1
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ