ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମ୍ ପରିସରରେ ନିଖିଳ ଓଡ଼ିଶା ସ୍ବାୟତ ଶାସନ ଦିବସ

Sep 1, 2024 - 03:23
 0  11
ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମ୍ ପରିସରରେ ନିଖିଳ ଓଡ଼ିଶା ସ୍ବାୟତ ଶାସନ ଦିବସ

ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମ୍ ପରିସରରେ ନିଖିଳ ଓଡ଼ିଶା ସ୍ବାୟତ ଶାସନ ଦିବସ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାକୁ ଉଦଘାଟନ କରିଥିଲେ ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର, ସାମ୍ମନିତ ଅତିଥି ଜିଲ୍ଲାପାଳ ଶ୍ରୀଯୁକ୍ତ ସୋମେଶ କୁମାର ଉପାଧ୍ୟକ୍ଷ, ସମ୍ମାନିୟ ଅତିଥି ଶ୍ରୀ ଯୁକ୍ତ ମାଡ଼କର ସନ୍ଦୀପ ସମ୍ପତ ଆରକ୍ଷୀ ଅଧିକ୍ଷକ ଢେଙ୍କାନାଳ ,ପୌରଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ଉପାଧ୍ୟକ୍ଷ ଶ୍ରୀ ପ୍ରକାଶ ଚନ୍ଦ୍ର କୁଅଁର,ପୌର ଅଧିକାରୀ ସୁକାନ୍ତ କୁମାର ବେଉରା ଙ୍କ ଉପସ୍ଥିତି ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ବିବରଣୀ ପାଠ କରିଥିଲେ ପୌର ଅଧିକାରୀ ସୁକାନ୍ତ ଚନ୍ଦ୍ର ବେଉରା ଓ ଏହି କାର୍ଯ୍ୟକ୍ରମ ରେ ମାନ୍ୟଗଣ ବ୍ୟକ୍ତି ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ହିତାଧିକାରୀ ମାନଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା ।ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ ସହ ସଂଗୀତ ପରିବେଷଣ କରାଯାଇଥିଲା। ସମସ୍ତ ପୌର କର୍ମଚାରୀ ଓ କାଉନସିଲର ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ମଞ୍ଚ ପରିଚାଳନା କରିଥିଲେ ସତ୍ୟ ନାରାୟଣ କର, ପୌର ଯନ୍ତ୍ରୀ ରଶ୍ମିତା ମିଶ୍ର ଧନ୍ୟ ବାଦ ଦେଇଥିଲେ ।

 ବନ୍ଧୁଗାଁ ରୁ ମଣ୍ଡଳ ମିଣୀଆକା ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ