।। ଜିଲ୍ଲାରେ ସଂପୂର୍ଣ୍ଣତା ଅଭିଯାନର ଶପଥ ପାଠ l।

Jul 7, 2024 - 18:13
 0  5
।। ଜିଲ୍ଲାରେ ସଂପୂର୍ଣ୍ଣତା ଅଭିଯାନର ଶପଥ ପାଠ l।

ରାୟଗଡ :ତା ୬/୭ ରାୟଗଡ ଜିଲ୍ଲା ରେ ସଂପୂର୍ଣ୍ଣତା ଅଭିଯାନ କୁ ସଫଳ କରିବା ନିମନ୍ତେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆକାଂକ୍ଷୀ ଜିଲ୍ଲା ସମ୍ପୂର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହlଜନଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ସପ୍ତଗିରି ଶଙ୍କର ଉଲ୍ଲକା, ମାନ୍ୟବର ସଂlସଦ କୋରାପୁଟ; ଶ୍ରୀଯୁକ୍ତ ଆପଲାସ୍ୱାମୀ କାଡ୍ରାକl,ମାନ୍ୟବର ବିଧାୟକ ,ରାୟଗଡ; ସୁଶ୍ରୀ ସରସ୍ୱତୀ ମାଝୀ ଅଧ୍ୟକ୍ଷା ଜିଲ୍ଲାପରିଷଦ,ରାୟଗଡ; ଉପଜିଲ୍ଲାପାଳ ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା, ଶ୍ରୀ ବିଜୟ କୁମାର ନାୟକ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ,( ପ୍ରଶାସନ) ,ଜିଲ୍ଲା ପରିଷଦ ରାୟଗଡ; ସମ୍ମାନୀୟ ରାୟଗଡ଼ ଏବଂ କଲ୍ୟାଣସିଙ୍ଗପୁର ପଞ୍ଚାଯତ ସମିତି ଅଧ୍ୟାକ୍ଷ୍ୟା,ଜିଲ୍ଲା ସ୍ତରୀୟ ଅଧିକାରୀ ଯଥା ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜଣ ସ୍ୱାସ୍ଥ୍ୟ ଅଧିକାରୀ, , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ,ଜିଲ୍ଲା ଶିକ୍ଷା ଅଧିକାରୀ ,ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ପୀରlମଲ ଫାଉଣ୍ଡେସନର କାର୍ଯ୍ୟ ପରିଚାଳକ ଆଦି ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ମାନ୍ୟବର ମୁଖ୍ୟଅତିଥି ଶ୍ରୀ ଉଲାକା ନିଜର ବକ୍ତବ୍ୟରେ କହିଲେ ଯେ ଜିଲ୍ଲାର ସମ୍ପୂର୍ଣ ବିକାଶ ପାଇଁ ସାମୁହିକ ଉଦ୍ୟମ ଆବଶ୍ୟକ ବୋଲି କହିଥିଲେ ଏବଂ ସମବେତ ସମୂହକୁ ଶପଥ ପାଠ କରାଇଥିଲେ l ଜିଲ୍ଲା ଏବଂ ବ୍ଲକ ରେ ସଂପୂର୍ଣ୍ଣତା ଅଭିଯାନ ର ସମସ୍ତ ଲକ୍ଷ୍ୟ ଗୁଡିକ ପୁରା କରିବା ପାଇଁ କାର୍ଯ୍ୟ କରିବା ସହିତ ଏଥି ପାଇଁ ଅନୁଷ୍ଠିତ ହେଉଥିବା ସମସ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା, ଜିଲ୍ଲା ଏବଂ ବ୍ଲକ କୁ ସ୍ଵାସ୍ଥ୍ୟକର, ସକ୍ଷମ ଓ ସମୃଦ୍ଧି କରିବା ସହିତ ଗୋଟିଏ ପ୍ରେରଣା ଦାୟକ ଜିଲ୍ଲା ଏବଂ ବ୍ଲକ ଭାବରେ ଗଢି ତୋଳିବା ପାଇଁ କାର୍ଯ୍ୟ କରିବା ପାଇଁ ସମସ୍ତେ ଶପଥପାଠ କରିଥିଲେ। ବିଶେଷକରି ଗର୍ଭବତୀ ମହିଳା ମାନଙ୍କର ପ୍ରସବ ପୂର୍ବର ସମସ୍ତ ଯାଞ୍ଚ ସଠିକ୍ ସମୟରେ ହେବା । ସେମାନଂକୁ ନିୟମିତ ପୁଷ୍ଟିକର ପୋଷଣ ପ୍ରାପ୍ତ ହେବା ।ସମସ୍ତ ଶିଶୁଙ୍କୁ ସମ୍ପୂର୍ଣ୍ଣ ଟୀକା କରଣ। ୩୦ ବର୍ଷ ରୁ ଉର୍ଦ୍ଧ ସମସ୍ତ ଲୋକମାନଙ୍କ ର ମଧୁମେହ ଏବଂ ରକ୍ତଚାପ ଯାଂଚ । ସମସ୍ତ କୃଷକ ଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ । ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଆବର୍ତ୍ତୀ କାଳୀନ ପାଣ୍ଠି ପ୍ରଦାନ।ବି ଦ୍ୟାଳୟ ମାନଙ୍କରେ ସମସ୍ତ ଅତ୍ୟାବଶ୍ୟକ ସୁବିଧା ଉପଲବ୍ଧ ର ସୁନିଶ୍ଚିତ କରିବା କୁ ସମସ୍ତେ ଶପଥପାଠ କରିଥିଲେ। ଭାରତର ୧୧୨ ଟି ଜିଲ୍ଲା ଓ ୫୦୦ ଟି ବ୍ଲକକୁ ନୀତି ଆୟୋଗ ଦ୍ଵାର ଆକାଂକ୍ଷୀ ଜିଲ୍ଲା, ବ୍ଲକ ଭାବରେ ଚୟନ କରାଯାଇଛି ସେଥିମଧ୍ୟରୁ ଓଡ଼ିଶାର ଦଶ ଗୋଟି ଜିଲ୍ଲା ମଧ୍ୟରେ ରାୟଗଡ ଜିଲ୍ଲା ଏବଂ ଜିଲ୍ଲାର ମୁନିଗୁଡା ଓ ପଦ୍ମପୁର ବ୍ଲକ ଅନ୍ତର୍ଭୁକ୍ତ ରହିଛି। ଆକାଂକ୍ଷା ବ୍ଳକ କାର୍ଯ୍ୟକ୍ରମ ହେଉଛି ପଛୁଆ ବ୍ଲକ କୁ ସମୃଦ୍ଧି କରିବା ଓ ସମୂହ ଉନ୍ନତି କରିବା ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ଆବଶ୍ୟକ ସରକାରୀ ସେବା ଓ ସୁବିଧା ଗ୍ରାମାଞ୍ଚଳରେ ଯୋଗାଇଦେବା ଉଦ୍ଧେଶ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜଳବିଭାଜିକା ଏବଂ ସ୍ଵଚ୍ଛତା ଆଦି ବର୍ଗରେ ଉନ୍ନତି କରିବାକୁ ପ୍ରୟାସ କରାଯାଉଛି। ଜୁଲାଇ ୪ ତାରିଖ ରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ନିର୍ଦ୍ଧାରିତ ଏହି ତିନି ମାସ ମଧ୍ୟରେ ତତ୍ପରତା ସହିତ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ସଫଳତାର ସହିତ କାର୍ଯ୍ୟକରି ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ଜିଲ୍ଲାର ୬ ଟି ଇଣ୍ଡି କେଟର ଏବଂ ବ୍ଲକ ର ୬ ଟି ଇଣ୍ଡି କେଟର କୁ ଶତପ୍ରତିଶତ ପୂରଣ କରିବା ପାଇଁ ଜିଲ୍ଲାପ୍ରଶାସନ ର ଲକ୍ଷ୍ୟ ରଖାଯାଇଛି। ଏହି ଅବସରେ ଆଜି ମୁନିଗୁଡା ବ୍ଳକ ଓ ପଦ୍ମପୁର ରେ ସଂପୂର୍ଣ୍ଣତା ଅଭିଯାନ ର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ,କଣ୍ଠ ସଙ୍ଗୀତ,କବିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ସେହିପରି ଶ୍ରେଷ୍ଠ ସ୍ୱୟଂ ସହାୟିକା ଗୋଷ୍ଠୀ, ଶ୍ରେଷ୍ଠ ଆଶା କର୍ମୀଙ୍କୁ ପୁରସ୍କୃତ କରାଯାଇଥିଲା । ସକାଳ ୭. ୦୦ଘଟିକା ରେ ସ୍ଥାନୀୟ ଗଜପତି ଛକରୁ ଛାତ୍ର ଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଜିଲ୍ଲାସ୍ଥରୀୟ ଅଧିକାରୀ ଶୋଭାଯାତ୍ରାରେ ବାହାରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ପର୍ଯ୍ୟନ୍ତ ଯାଇଥିଲେ l ଏହି ଶୋଭାଯାତ୍ରାକୁ ଅତିରକ୍ତ ଜିଲ୍ଲାପାଳ ଭାସ୍କର ରଇତ,ଉପଜିଲ୍ଲାପାଳ ଶ୍ରୀମତୀ କଲ୍ୟାଣୀ ସଙ୍ଘମିତ୍ରା ଉପସ୍ଥିତ ଥିବା ବେଳେ ସେହି ଭଳି ମୁନିଗୁଡ଼ା ବ୍ଲକ ଠାରେ କେତେକ ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ମୁନିଗୁଡ଼ା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିତମ କୁମାର ତନ୍ତୀଙ୍କ ନେତୃତ୍ୱରେ। ସମ୍ପୂର୍ଣତା ଅଭିଜାନ କାର୍ଯ୍ୟକ୍ରମ ପାଳନ କରାଯାଇଛି। ଏହି କାର୍ଯ୍ୟ କ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଦୁଖୀନୀ ନୁଣ୍ଡୃକା,ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରିନ୍ ସିଗ୍ନାଲ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମାଧ୍ଯମରେ ସିଡିପିଓ ଡାଳିମ୍ବ ନାଏକ, ଉତ୍ତମ ଦାସ ସିଆର୍ ସିଂ,ପ୍ରବିର ଲିମା, ଏହି କାର୍ଯ୍ୟ କ୍ରମରେ ଯୋଗଦାନ୍ ଦେଇ କାର୍ଯ୍ୟକ୍ରମ ପରିଚାଳିତ କରିଥିଲେ।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ