ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ

Apr 24, 2025 - 21:02
 0  23
ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ

ନୂଆପଡା : ନୂଆପଡାରେ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ସ୍ଥାନୀୟ ପୋଲିସ ପଡିଆରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲା ବେଳେ ସମ୍ମାନିତ ଅତିଥି ଭାବରେ ସାଂସଦଙ୍କ ପ୍ରତିନିଧି ପ୍ରେମ ଅଗ୍ରୱାଲ, ଜିଲ୍ଲା ପରିଷଦ ସଦସ୍ୟ ଭାନୁ ପ୍ରତାପ ସିଂ ମାଝୀ, ମାଲ୍ୟବନ୍ତ ସୁନା, ଭରତ ରାଉତ, ନୂଆପଡା ବ୍ଲକ୍ ଅଧ୍ୟକ୍ଷା ତାରେଶ୍ଵରୀ ସାହୁ, ଖରୀଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଡଃ ସୋନିଆ ଜୈନ୍ ପ୍ରମୁଖ ଯୋଗ ଦେଇଥିଲେ। ଏଠାରେ ଜାତୀୟ ପଞ୍ଚାୟତିରାଜ ଦିବସ ଉପଲକ୍ଷେ ବିହାରରେ ଆୟୋଜିତ ହେଇଥିବା ଜାତୀୟ ସ୍ତରର ସମାରୋହରୁ ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କର ଏବଂ ପୁରୀରେ ଆୟୋଜିତ ରାଜ୍ୟ ସ୍ତରୀୟ ଉତ୍ସବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସଭାର ସିଧା ପ୍ରସାରଣ ବଡ ପରଦାରେ ପ୍ରଦର୍ଶିତ ହୋଇଥିଲା । ସଭାରେ ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଯୋଗେଶ୍ଵର ଭୋଇ, ନୂଆପଡା ବିଡ଼ିଓ ରୋହିତ ଭୋଇ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଜିଲ୍ଲାର ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ, ବିଭିନ୍ନ ବିଭାଗିୟ ଅଧିକାରୀ, ଲାଇନ୍ ବିଭାଗ ଅଧିକାରୀ, ବିଭିନ୍ନ ଲୋକ ପ୍ରତିନିଧି, ସରପଞ୍ଚ, ସମିତି ସଭ୍ୟ , ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ। ଦିବସ ଉପଲକ୍ଷେ ଜିଲ୍ଲା ର15 ଟି ବିଭାଗ ସେମାନଙ୍କ ଉନ୍ନୟନମୂଳକ କାର୍ଯ୍ୟ ର ପ୍ରଦର୍ଶନୀ ଷ୍ଟଲ୍ ଖୋଲିଥିଲେ । ଏହି ଅବସରରେ ଅତିଥିମାନେ ବିଭିନ୍ନ ଗ୍ରାମପଞ୍ଚାୟତ ମାନଙ୍କୁ ଉତ୍ତମ ପ୍ରଦର୍ଶନ ପାଇଁ ରାଜ୍ୟ ଅର୍ଥ କମିଶନ ଦ୍ଵାରା ପ୍ରଦତ୍ତ ଅର୍ଥ ରାଶି ଏବଂ ଟ୍ରଫି ଦେଇ ସମ୍ମାନିତ କରିଥିଲେ। 2 ଟି ଗ୍ରାମପଞ୍ଚାୟତ ଧରମବନ୍ଧା, ଓ ଡୁମେରପାଣୀ ଏ ଗ୍ରେଡ୍ ପାଇଥିବାରୁ7, 72, 946 ଟଙ୍କା ଲେଖାଏଁ, ବୈରଭାଡ଼ି ପଞ୍ଚାୟତକୁ ବି ଗ୍ରେଡ ପାଇଁ 5,79,710 ଟଙ୍କା ଏବଂ ସାଲିହା ପଞ୍ଚାୟତ ସି ଗ୍ରେଡରେ ଥିବାରୁ 3, 86, 473 ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା। ଜଳ ଓ ପରିମଳ ବ୍ୟବସ୍ଥାର ଉତ୍ତମ ପରିଚାଳନା ପାଇଁ ଖୁଦ୍ ପେଜ ପଞ୍ଚାୟତକୁ ଏବଂ ଉତ୍ତମ ପୃଷ୍ଟି ପଞ୍ଚାୟତ ଭାବରେ ଗୋଡଫୁଲା ପଞ୍ଚାୟତ କୁ ସମ୍ବର୍ଦ୍ଧିତ କରାଗଲା । ନୂଆପଡାରେ ବିଭିନ୍ନ ପଞ୍ଚାୟତ ଓ ଏନ୍ ଏ ସି ର 30 ଜଣ ହିତାଧିକାରୀମାନଙ୍କ ସହିତ ସମଗ୍ର ଜିଲ୍ଲାରେ 142 ଜଣଙ୍କୁ ନୂତନ ରାସନ୍ କାର୍ଡ ବଣ୍ଟନ କରାଯାଇଥିଲା । ମନରେଗା ଯୋଜନାରେ ୩୦୦ ଦିନ କାମ କରିଥିବା ଦୁଇ ଜଣ ଶ୍ରମିକଙ୍କୁ ଜିଲ୍ଲାପାଳ ସମ୍ମାନିତ କରିଥିଲେ।ସଭାରେ ବିଭିନ୍ନ ପଂଚାୟତରୁ ଆସିଥିବା ହଜାର ହଜାର ମହିଳା ତଥା ସ୍ବୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ଯୋଗ ଦେଇଥିଲେ । ଆଜି ଜିଲ୍ଲା ର ଅନ୍ୟାନ୍ୟ ବ୍ଲକ୍ ଖରୀଆର, ବୋଡ଼େନ, କୋମନା ଓ ସିନାପାଲି ରେ ମଧ୍ୟ ଜାତୀୟ ପଞ୍ଚାୟତିରାଜ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ