।। ଜ଼ିଲ୍ଲା ସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳା ପାଳିତ ।।

Dec 28, 2023 - 15:56
 0  11
।। ଜ଼ିଲ୍ଲା ସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳା ପାଳିତ ।।

ନୂଆପଡା : ଆଜି ସ୍ଥାନୀୟ ପୋଲିସ ପଡ଼ିଆଠାରେ ଜ଼ିଲ୍ଲା ସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳା ବଡ ଧୁମ ଧାମ ରେ ପାଳିତ ହେଉଛି, ଏହି ପାଳିତ ଉତ୍ସବରେ ନୂଆପଡା ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ହେମକାନ୍ତ ସାୟ ଏବଂ ନୂଆପଡା ଏସପି ଶ୍ରୀଯୁକ୍ତ ଗୁଣ୍ଡଲା ରେଡ୍ଡି ରାଘବେନ୍ଦ୍ର ଉପସ୍ଥିତ ରହି ଫିତା କାଟି ଏହି ଉତ୍ସବର ତଥା କୃଷି ଯନ୍ତ୍ରପାତି ମେଳାର ଶୁଭ ଉଦଘାଟନ କରି ଆୟୋଜିତ ସଭାରେ ଯୋଗଦାନ କରି ଚାଷୀ ମାନଙ୍କୁ ଶୁଭେଚ୍ଛା ଦେବା ସହ ଉନ୍ନତ ମାନର କୃଷି ଯନ୍ତ୍ରପାତି ବ୍ୟବହାର କରି ଚାଷୀ ମାନେ ନିଜ ଚାଷକୁ ଦୁଇଗୁଣିତ କରି ଲାଭବାନ ହୁଅନ୍ତୁ ବୋଲି ଆହ୍ଵାନ ଦେବା ସହ ଜ଼ିଲ୍ଲାରେ ଧୀରେ ଧୀରେ ମାଣ୍ଡିଆ ଚାଷର ଚାହିଦା ଦେଖିବାକୁ ମିଳୁଥିବାବେଳେ ଜ଼ିଲ୍ଲାର ଉପାନ୍ତ ଅଞ୍ଚଳ ଏବଂ ଅଭୟାରଣ୍ୟ ଲାଲଗଡ଼ (ସୁନାବେଡା)ରେ ଷ୍ଟ୍ରବେରି ଚାଷ, ମାଣ୍ଡିଆ ଚାଷ କରି ସେଠାକାର ଅନେକ ଚାଷୀ ଲାଭବାନ ହେଉଥିବାର ଉଦାହରଣ ଦେଇ ଜ଼ିଲ୍ଲାର ଚାଷୀ ମାନଙ୍କୁ ସଚେତନ କରାଯାଇଥିଲା l ଉକ୍ତ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ଯରେ ସମ୍ମାନିତ ଅତିଥି ଭାବରେ ଜ଼ିଲ୍ଲା ମିଶନ ପ୍ରକଳ୍ପ ରାମଚନ୍ଦ୍ର ତାଣ୍ଡି, ଜ଼ିଲ୍ଲା କୃଷି ଆସିଷ୍ଟାଣ୍ଡ ପଦ୍ମଲୋଚନ ମାଝୀ ପ୍ରମୁଖ ଉପସ୍ଥିତ ରହି ଚାଷୀ ମାନେ ଉନ୍ନତ ମାନର କୃଷି ଯନ୍ତ୍ରପାତି ବ୍ୟବହାର କରି ଚାଷ କାମକୁ ଆଗକୁ ନେଇ ଲାଭବାନ ହେବ ପାଇଁ ଆହ୍ଵାନ ଦେଇଥିଲେ l ଜ଼ିଲ୍ଲା କୃଷି ଅଧିକାରୀ ଶ୍ରୀଯୁକ୍ତ ହିମାଂଶୁ ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ନୂଆପଡା ସହକାରୀ କୃଷି ଅଧିକାରୀ ଦିପାଶ୍ରୀ ମଣ୍ଡଳ ଏବଂ ପରେଶ ପଣ୍ଡା (ବିଏଓ) ମଞ୍ଚ ପରିଚାଳନା କରିଥିଲେ l ଏଥିରେ କଲେଜ ଅଫ ଏଗ୍ରିକଲଚର ଭବାନୀପାଟଣା କଲେଜ ଅଫ ଏଗ୍ରିକଲଚର ଭୁବନେଶ୍ୱର କଲେଜ ଅଫ ହର୍ଟିକଲଚର ଡିପ୍ଲୋମାର କୃତି କୃଷି ଛାତ୍ର/ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ସମ୍ମାନିତ କରିଥିଲାବେଳେ କୃଷି କ୍ଷେତ୍ରରେ ଉନ୍ନତ ସ୍ୱୟଂ ସହାୟିକା, ସହାୟକ ଗୋଷ୍ଟିର ସଦସ୍ୟ / ସଦସ୍ୟା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲା ସ୍ତରୀୟ କୃଷି ଅଧିକାରୀ ତଥା କର୍ମଚାରୀ ଏବଂ ଅନେକ ସଂଖ୍ୟାରେ ଚାଷୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିବାବେଳେ କୃଷି ଉପକରଣ ଓ ବିଭିନ୍ନ କୃଷି ଯନ୍ତ୍ରପାତି ମେଳାର ଲୋକେ ଲାଭ ଉଠାଇବା ସହ ସନ୍ଧ୍ୟା 5 ଟାରୁ 7 ଟା ପର୍ଯ୍ୟନ୍ତ ରଙ୍ଗl ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଦର୍ଶକ ମଜା ଉଠାଉଛନ୍ତି l

ନୂଆପଡ଼ା ଜିଲ୍ଲା ରୁ ଝଙ୍କେଶ୍ଵର ବନ୍ଦିଛୋର ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ