।। ଜ଼ିଲ୍ଲା ମୁଖ୍ୟ ଡାକ୍ତରଖାନାରେ ବିଶ୍ବ ସର୍ପ ଦିବସ ପାଳିତ ।।

Jul 17, 2024 - 11:57
 0  26
।। ଜ଼ିଲ୍ଲା ମୁଖ୍ୟ ଡାକ୍ତରଖାନାରେ ବିଶ୍ବ ସର୍ପ ଦିବସ ପାଳିତ ।।

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସ୍ଵାସ୍ଥ ବିଭାଗ ପକ୍ଷରୁ ସିଡିଏମ୍ଓ ମିନି କନ୍‌ଫରେନ୍ସ ହଲରେ ବିଶ୍ବ ସର୍ପ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଡାକ୍ତରଖାନାର ଡିପିଏଚ୍ଓ ଡା. ଗୁରୁପ୍ରସାଦ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସଂକ୍ରାମକ ରୋଗ ବିଶେଷଜ୍ଞ ଜଗତବନ୍ଧୁ ମହାପାତ୍ର, ଏନ୍‌ଆରଏଚଏମ୍ ଡିପିଏମ୍ ଦିଲୀପ ଦୁବେ, ଏଡିପିଏଚ୍ ସିଓ କିଶୋର ଚନ୍ଦ୍ର ପଟେଲ, ମେଡିକାଲ ଅଫିସର ମହେନ୍ଦ୍ର ମାଝୀ, ମୁଖ୍ୟ ଡାକ୍ତରଖାନା ମ୍ୟାନେଜର ସିପ୍ରାମୟୀ ବିଶ୍ଵାଳ ଓ ତନ୍ମୟ ସାମନ୍ତରାୟ ଉପସ୍ଥିତ ଥିଲେ । ଡାକ୍ତରଖାନର ନସିଂ ଅଫିସରମାନେ ବି ଉପସ୍ଥିତ ଥିଲେ । କିଶୋର ଚନ୍ଦ୍ର ପଟେଲ ଧନ୍ୟବାଦ ଦେଇଥିଲେ।

 ନୂଆପଡାରୁ ବିଶ୍ଵନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ