।। ଜନ ଜାଗରଣ ମଞ୍ଚ ରାୟଗଡ଼ା ତରଫରୁ ଆମ ଅଧିକାର ପଦ ଯାତ୍ରା, ଚନ୍ଦ୍ର ପୁର ବ୍ଲକର ବୁଡୁବାଲି ଗ୍ରାମରେ ଉଦ୍ଘାଟନ ହୋଇଯାଇଛି ।।

Jan 21, 2024 - 06:24
 0  72
।। ଜନ ଜାଗରଣ ମଞ୍ଚ ରାୟଗଡ଼ା ତରଫରୁ ଆମ ଅଧିକାର ପଦ ଯାତ୍ରା, ଚନ୍ଦ୍ର ପୁର ବ୍ଲକର ବୁଡୁବାଲି ଗ୍ରାମରେ ଉଦ୍ଘାଟନ ହୋଇଯାଇଛି ।।

ତା 20,01,24 ରୀଖ ଶନିବାର ଦିନ ଜନଜାଗରଣ ମଞ୍ଚ ରାୟଗଡ଼ା ଜିଲ୍ଲା ଆନୁକୁଲ୍ୟରେ ଚନ୍ଦ୍ର ପୁର ବ୍ଳକ ଅନ୍ତର୍ଗତ ବୁଡୁବାଲି ଗ୍ରାମରେ ଆମ ଅଧିକାର କାମ୍ପେନ୍ ର ଉଦ୍ଘାଟନ ହୋଇଥିଲା। ଜନଜାଗରଣ ମଞ୍ଚ ର ଜନସାଥୀ ଶ୍ରୀଯୁକ୍ତ ସୁନାମଣି ପ୍ରଟିଙ୍ଗା ଏହି ପଦଯାତ୍ରା ର ଆୟୋଜନ କରିଥିଲେ ଏହି ଯାତ୍ରାରେ ଚନ୍ଦ୍ର ପୁର ବ୍ଳକ ର ବ୍ଲକ କମିଟି ର ସଦସ୍ୟମାନେ ଉପସ୍ଥିତ ଥିବା ବେଳେ ଯାତ୍ରା ର ବୟେଜ୍ୟେଷ୍ଠ ବ୍ୟକ୍ତି PRI ପ୍ରତନିଧି ଙ୍କ ଦ୍ୱାରା ଗ୍ରାମର ଶୁଭାରମ୍ଭ କରାଗଲା। ଏହି ସମାବେଶରେ,ପୁର୍ବତନ ସରପଞ୍ଚ , ଗାଁ କମିଟି ସଦସ୍ୟ ସଦସ୍ୟା, ଅଙ୍ଗନବାଡ଼ି,ହେଲ୍ପର ମହିଳା ସଂଘ ସମସ୍ତେ ଯୋଗ ଦେଇଥିଲେ। ଉପସ୍ଥିତ ସମସ୍ତ ଙ୍କୁ ସଂଗଠନ ତରଫରୁ ସ୍ୱାଗତ ସୁନା ମଣୀ ପ୍ରଟିଙ୍ଗା ଜଣାଇ ଥିଲେ। ଏହି ଆଲୋଚନା ରେ ଯାତ୍ରା ର ମୁଖ୍ୟ ପ୍ରସଙ୍ଗ ଗୁଡିକ ଉପରେ ଆଲୋଚନା ହୋଇଥିଲା ଗାଁ କୁ ସଙ୍ଗଠିତ କରିବା, ଗାଁ ସମସ୍ୟା ଗୁଡିକୁ ଗାଁ କମିଟି ଓ ଗାଁ ବିଚାର ରେ ଗାଁ କୁ ସୁଦୃଢ କରିବା ପ୍ରତି ପରିବାର ର ଆବାଳ ବୃଦ୍ଧ ବନିତା ସମାଜ ଆଗରେ ଶାନ୍ତି ରେ ବଞ୍ଚିବେ, ଜୀବନ ଜୀବିକା, ଶିକ୍ଷା, ସ୍ୱାସ୍ଥ୍ୟ,ଆମ ପରମ୍ପରା କୁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବାର ଲକ୍ଷ୍ୟ ରଖିବା ଇତ୍ୟାଦି ଆମ ଅଧିକାର ପାଇଁ ଓ ଖେଳ କୁଦ,ନାଚ, ଗୀତ,ଓ ବାଦ୍ୟ ରେ ସମସ୍ତ ଗାଁ ଖୁସି ଆନନ୍ଦ ରେ ପୂଜା ପର୍ବ ପର୍ବାଣୀ ଗୁଡିକ ପାଳନ କରି ଗାଁ ଲୋକେ ଗାଁ କୁ ସୁନ୍ଦର କରିବେ, ଗାଁ ର ପୁଅ ଝିଅ,ଯୂବ ପିଢ଼ି ସୁସ୍ଥ ସବଳ ରହିବେ ତା ପାଇଁ ଗାଁ ରେ ଖେଳ ପଡିଆ ଜରୁରୀ। ଆମ ମାନଙ୍କ ମୌଳିକ ଅଧିକାରକୁ ସାବ୍ୟସ୍ତ କରି ଆମ ହକ ଅଧିକାର କୁ ଆମେ ପାଇବା ଗାଁ ର ଦାରିଦ୍ର୍ୟ ତା କୁ ଦୁର କରିବାକୁ ଜନଜାଗରଣ ମଞ୍ଚ ରାୟଗଡ଼ା, ଓଡ଼ିଶା ଶ୍ରମଜୀବୀ ମଞ୍ଚ, ମହିଳା ଶ୍ରମଜୀବୀ ମଞ୍ଚ ଭୁବନେଶ୍ଵର ଓ ଆତ୍ମ ଶକ୍ତି ଟ୍ରଷ୍ଟ ର ମୂଳ ଲକ୍ଷ ରହିଛି। ବୋଲି ଶ୍ରୀ ଦିବାକର ଶବର ବକ୍ତବ୍ୟ ଦେବାସହିତ ଜନଜାଗରଣ ମଞ୍ଚ ରାୟଗଡ଼ା ସଂଗଠନ ଗାଁ କୁ ଆବଶ୍ୟକ କି ନାହିଁ ପଚାରି ବୁଝିଥିଲେ। ଆଜକୁ 10 ମାସ ଧରି ସଙ୍ଗଠନ ରେ ଅଛୁ ଆମେ ଜଡ଼ିତ ରହିବୁ ବୋଲି ଶପଥ କରିଥିଲେ । ଶେଷରେ ବ୍ଲକ କମିଟି ସଭାନେତ୍ରୀ ଶ୍ରୀମତି ଜୋଛ୍ନାରାଣି ଗଗେରାଙ୍ଗା, ସମସ୍ତ ଙ୍କୁ ଜିନ୍ଦାବାଦ ଓ ଧନ୍ୟବାଦ୍ ଜଣାଇବା ସହ ସଭା ସାଙ୍ଗ କରିଥିଲେ।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ