ଗୋପାଳପୁର ବେଳାଭୂମି ମହୋତ୍ସବର ତୃତୀୟ ସଂଧ୍ଯା ରେ ଓଡ଼ିଆ ସିନେ କଳାକାରଙ୍କ ଯାଦୁକରୀ ପ୍ରଦର୍ଶନରେ ଝୁମିଲେ ଦର୍ଶକ

Jan 30, 2026 - 13:51
 0  8
ଗୋପାଳପୁର ବେଳାଭୂମି ମହୋତ୍ସବର ତୃତୀୟ  ସଂଧ୍ଯା ରେ ଓଡ଼ିଆ ସିନେ କଳାକାରଙ୍କ ଯାଦୁକରୀ ପ୍ରଦର୍ଶନରେ ଝୁମିଲେ ଦର୍ଶକ

ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ମହୋତ୍ସବର ଆଜିର ତୃତୀୟ ସଂଧ୍ଯାରେ ଓଡ଼ିଶା ବିଧାନ ସଭାର ମାନ୍ୟବର ବାଚସ୍ପତି ସୁରମା ପାଢୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଓଡିଶାର ଭାଷା ଓ ସଂସ୍କୃତି ଉପରେ ଯେତେବେଳେ ବି ଆକ୍ରମଣ ହୋଇଛି ସେତେବେଳେ ଗଞ୍ଜାମ ମାଟିରୁ ପ୍ରଥମେ ସଂଗ୍ରାମର ସ୍ୱର ଉତ୍ପର୍ନ ହୋଇଛି । ତେଣୁ ବିକଶିତ ଭାରତ-ବିକଶିତ ଓଡିଶାର ପରିକଳ୍ପନାରେ ଗଞ୍ଜାମ ଅଗ୍ରଣୀ ଭୂମିକା ନିର୍ବାହ କରିବ ବୋଲି କହିବା ସହ ମହୋତ୍ସବର ଶୁଭାରମ୍ଭ ବର୍ଷ ଗୁଡିକରେ ମୁଁ ଏହି ମହୋତ୍ସବକୁ ଦେଖିଛି । ଆଜିର ସମୁଦ୍ର ବନ୍ଦନା, ମଞ୍ଚର କଳେବର, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଜନ ସମୁଦ୍ର ମୋତେ ଅଭିଭୂତ କରିଛି । ଗଞ୍ଜାମର ଗର୍ବ ଓ ଓଡ଼ିଆର ଗୌରବ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ନାମରେ ସମର୍ପିତ ମଞ୍ଚ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମୃଦ୍ଧ ସଂସ୍କୃତିର ପ୍ରଭୁତ ପ୍ରସାର ସହ ଆଞ୍ଚଳିକ ଓ ଦେଶର ବିଭିନ୍ନ ଅଞ୍ଚଳର କଳା ଉପସ୍ଥାପିତ ହୋଇପାରିଛି ବୋଲି ସେ କହିଥିଲେ । ସାମଗ୍ରିକ ବେଳାଭୂମି ମାନବ ସମାଜର ଜୀବନଶୈଳୀ ପାଇଁ ଆବଶ୍ୟକ ରହିଛି । ଓଡିଶାର ବେଳାଭୂମି ଗୁଡିକ କିପରି ପରିଷ୍କାର ପରିଚ୍ଛନ ରହିବ ସେଥିପ୍ରତି ଆମ ସମସ୍ତଙ୍କର ଉତ୍ତରଦାୟିତ୍ୱ ରହିଛି ବୋଲି ସେ ମଧ୍ୟ କହିଥିଲେ । ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଗୋପାଳପୁର ମହୋଦଧି କୂଳରେ ମହାପ୍ରଭୁ ଓ ଦେବା ଦେବୀଙ୍କ ମହାବନ୍ଦନା ଏବଂ ତା ମଧ୍ୟରେ କଚ୍ଛପ ଦେବତାଙ୍କ ଆଗମନର ଦିବ୍ୟ ଓ ଭବ୍ୟ ଅନୁଭୂତି ସମ୍ପର୍କରେ ଶବ୍ଦ ମାଧ୍ୟମରେ ବର୍ଣ୍ଣନା କରାଯାଇପାରିବ ନାହିଁ । ଏହି ମହୋତ୍ସବ କେବଳ ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତିକୁ ବୟାନ କରୁନି ଏହା ଓଡ଼ିଶାର ସୌନ୍ଦର୍ଯ୍ୟ ଓ ସମୃଦ୍ଧତା କୁ ବୟାନ କରୁଛି । ଡବଲ ଇଞ୍ଜିନର ସରକାର ସମୟରେ ହିଁ ଏଭଳି ମହାର୍ଘ୍ୟ ମହୋତ୍ସବ ଆୟୋଜନ ହୋଇପାରେ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଉଲ୍ଲେଖ କରିଥିଲେ ।ମହୋତ୍ସବର ଉଦ୍ୟୋକ୍ତା ତଥା ବାଣିଜ୍ଯ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ସମସ୍ତଙ୍କର ସହଯୋଗରେ ଆଗାମୀ ଦିନରେ ଏହି ମହୋତ୍ସବକୁ ବିଶ୍ୱର ଏକ ଅନନ୍ୟ ମହୋତ୍ସବରେ ପରିଣତ କରାଯିବ ବୋଲି ଆଶା ବ୍ୟକ୍ତ କରିଛନ୍ତି । ଦିଗପହଣ୍ଡି ବିଧାୟକ ତଥା ସୁପ୍ରସିଦ୍ଧ କଳାକାର ଡ.ସିଦ୍ଧାନ୍ତ ମହାପାତ୍ର କହିଥିଲେ ଯେ, ଗୋପାଳପୁର ବେଳାଭୂମି ମହୋତ୍ସବକୁ ପର୍ଯ୍ୟଟନ କ୍ୟାଲେଣ୍ଡରରେ ସ୍ଥାନ ଦିଆଯାଉ । ଯାହାଫଳରେ ଏହାର ସୁଦୂର ପ୍ରସାର ହୋଇପାରିବ । ଅଧିକରୁ ଅଧିକ ପର୍ଯ୍ୟଟକ ଏ ମାଟିକୁ ଆସିପାରିବେ ବୋଲି ମତପୋଷଣ କରିଥିଲେ । ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ ଯୋଗଦେଇ ଦିନେ ଉତ୍ସବ ଭାବରେ ପରିଗଣିତ ହେଉଥିବା ଏ ଉତ୍ସବ ଆଜି ଏ ବର୍ଷ ଏକ ବିଶାଳ ମହୋତ୍ସବରେ ପରିଣତ ହୋଇଛି । ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା ମାନଙ୍କର ଆଶୀର୍ବାଦ ଏବଂ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଓ ଜ଼ିଲ୍ଲା ପ୍ରଶାସନର ଉଦ୍ୟମ ଫଳରେ ସମ୍ଭବ ହୋଇପାରିଛି ବୋଲି ମତପୋଷଣ କରିଥିଲେ । ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧକ୍ଷା ଶ.ବବିତା ପାତ୍ର, ଗୋପାଳପୁର ବିଜ୍ଞାପିତ ପରିଷଦର ଅଧ୍ୟକ୍ଷ, ଏ ଜାନକୀରାମ, ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ତଥା ଗବେଷକ ସଂଗ୍ରାମ କେଶରୀ ମହାପାତ୍ର, ଦକ୍ଷିଣାଞ୍ଚଳ ପୋଲିସ ମହାନିରୀକ୍ଷକ, ନୀତି କେଶର, ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ,ଶୁଭେନ୍ଦୁ ପାତ୍ର ଅତିଥିଭାବେ ଆଜିର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅତିରିକ୍ତ ଜ଼ିଲ୍ଲାପାଳ (ରାଜସ୍ବ ) ଶ୍ରୀ ଦେବଦତ୍ତ ପଣ୍ଡା ସ୍ବାଗତ ଭାଷଣ ଦେଇଥିଲl ବେଳେ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଓଡିଶା ଚଳଚିତ୍ର ଜଗତର ଅଗ୍ରଣୀ ଅଭିନେତା / ଅଭିନେତ୍ରୀ ସିଦ୍ଧାନ୍ତ ମହାପାତ୍ର, ଅରିନ୍ଦମ ରlୟ, ବୁଦ୍ଧାଦିତ୍ୟ ମହାନ୍ତି, ଉଷସୀ ମିଶ୍ର, ଶ୍ରୀତମ ଦାସ,ପୁପିନ୍ଦର ସିଂ, ସତ୍ୟଜିତ ପ୍ରଧାନ, ପ୍ରଜ୍ଞାନ ରଞ୍ଜନ ଖଟୁଆ, ଶଙ୍କର ପ୍ରଧାନ, ଶୀତଲ୍ ପାତ୍ର ପ୍ରମୁଖଙ୍କ ଚିତାକର୍ଷକ ଅଭିନୟ, ନୃତ୍ୟ, ସଂଗୀତ ଦର୍ଶକଙ୍କୁ ବିଳମ୍ବ ରାତ୍ରି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ଉତ୍କଳିକା ନୃତ୍ୟ ଅନୁଷ୍ଠାନ, ସୋଲ୍ ଡ୍ୟାନ୍ସ ଏକାଡେମୀ, ଲଳିତ କଲ୍‌ଚୁରାଲ୍ ଏକାଡେମୀ, ଜେ.ଡି.ଟି. ଡ୍ୟାନ୍ସ ଏକାଡେମୀ, ଆରାଧ୍ୟା ଡ୍ୟାନ୍ସ ଏକାଡେମୀ, ରକ୍‌ଷ୍ଟାର୍ ଡ୍ୟାନ୍ସ ଏକାଡେମୀ, କଳାଞ୍ଜଳି ଆର୍ଟିଷ୍ଟ୍ରି, ପ୍ରତିମା ରଥ ଏଣ୍ଡ୍ ଟ୍ରୁପ୍, କୋରାପୁଟ, ବନ୍ କପୌ ସଂସ୍କୃତି ଗୋଷ୍ଠୀ, ଆସମ, ଢୋଲ ମହୁରୀ କଳା ପରିଷଦ, ବଲାଙ୍ଗୀର, ବୀଣାପାଣି ରୂପଚାନ୍ଦ ଛଉ ନାଟୁଆ ଡ୍ୟାନ୍ସ ଗ୍ରୁପ୍, ପଶ୍ଚିମବଙ୍ଗ, ଏମ୍.ଇ.ଏମ୍. (MEM) ଏଣ୍ଟରଟେନମେଣ୍ଟ, ଚେଣ୍ଡାମେଲମର ଲୋକ ନୃତ୍ୟ ଲୋକଙ୍କୁ ବିଭୋର କରିଥିଲା ।ଏ ଅବସରରେ ଗଞ୍ଜାମ ମାଟିକୁ ଗୌରବନ୍ୱିତ କରିଥିବା ବିଭିନ୍ନ କ୍ଷେତ୍ରର ସଫଳ ବ୍ୟକ୍ତିବିଶେଷ ଶିଶିର ପାଢ଼ୀ ଆଇନଜିବୀ, ଏ ସନ୍ତୋଷ ଗୁଲା ନାଚ ଗୁରୁ କନିଷି,ପର୍ଶୁରାମ ନାହକ , ଅନନ ନାୟକ ନାର଼ସୁ ବେହେରା, ଏମ ବାଲକ୍ରିଷ୍ଣା ରେଡ୍ଡୀ ପ୍ରତିଭା ସମ୍ମାନ ପ୍ରଦାନ ଓ ବେଳାଭୂମି କ୍ରୀଡ଼ାରେ ବିଜୟ ଲାଭ କରିଥିବା କ୍ରୀଡ଼ାବିତମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଗଞ୍ଜାମ ପ୍ରତିନିଧି ସୁଭଦ୍ରା ଶୁକ୍ଳଙ୍କ ରିପୋର୍ଟ first news odisha

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ