।। ଗୁଳୁଦିପଶି, ରଜବତୀ ବିବାହ ଉତ୍ସବ ।।

Jun 21, 2024 - 12:24
 0  38
।। ଗୁଳୁଦିପଶି, ରଜବତୀ ବିବାହ ଉତ୍ସବ ।।

ପାଟଣା: ରଜବିଦା ଅବସରରେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଗୁଳୁଦିପଶି ଗ୍ରାମରେ ରଜବତୀ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗୁଳୁଦିପଶି ଗ୍ରାମରେ ସାତ ଦିନିଆ ରଜ ମହୋତ୍ସବର ଗୁରୁବାର ବିଦାୟ ଦିବସରେ ସମସ୍ତ ମା’ ଭଉଣୀ ଏକତ୍ରିତ ହୋଇ ଐତିହାସିକ ପ୍ରଥା ଅନୁଯାୟୀ ରଜବତୀ ବିବାହ ଉତ୍ସବ ପାଳନ କରିଥିଲେ। ଗୋଟିଏ ଝିଅକୁ ବର ବେଶରେ ସଜେଇ ଗାଁ ଗାଁ ବୁଲାଇବା ସହ ଡିଜେ ବାଣ ଫୁଟାଇ କନ୍ୟା ଘରକୁ ମା’ ଭଉଣୀମାନେ ଯାଇ କନ୍ୟାକୁ ଆଣି ସ୍ଵତନ୍ତ୍ର ବିବାହ ଭଳି ଉଭୟ ଝିଅ ପୁଅକୁ ରଜବତୀ ବିବାହ ବନ୍ଧନରେ ବାନ୍ଧିଥିଲେ। ମା’ ଭଉଣୀମାନେ ହାତ ଧରା ଧରି ହୋଇ ରଜ ଦୋଳି ସହ ଗୀତ ତାଳେତାଳେ ସବରୀ ନାଟ ଖେଳିଥିଲେ ।

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ