।। ଗୁଳୁଗୁଳି କୁ କାତର ନକରି ଗୁଳୁଦିପଶି ଗ୍ରାମରେ ଧୁମଧାମରେ ଚାଲିଛି ରଜ ମଉଜ ପର୍ବ ।।

Jun 17, 2024 - 16:15
 0  33
।। ଗୁଳୁଗୁଳି କୁ କାତର ନକରି ଗୁଳୁଦିପଶି ଗ୍ରାମରେ ଧୁମଧାମରେ ଚାଲିଛି ରଜ ମଉଜ ପର୍ବ ।।

ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ଅନ୍ତର୍ଗତ ଗୁଳୁଦିପଶି ଗ୍ରାମରେ ଧୁମଧାମରେ ଚାଲିଛି ରଜ ମଉଜ ଏଠାରେ ୭ ଦିନ ଧରି ଏହି ପର୍ବ କୁ କୁମାରୀ ଝିଅମାନେ ବିଶେଷ ବିଧି ମଧ୍ୟରେ ପାଳନ କରନ୍ତି ୭ ଦିନ ସେମାନେ ଘର କାମ ନକରି ବଜାର କୁ ଯାଇ ନୂଆ ନୂଆ ପୋଷାକ ପିନ୍ଧି ସଜ ବାଜ ହୋଇ ଦୋଳି ଖେଳି ପାନ ଖାଇ ସାଙ୍ଗ ସାଥିଙ୍କ ସହ ମଉଜ କରନ୍ତି ତେବେ ରଜ ପର୍ବର ଗାଁ ଠାରୁ ସହର ପର୍ଯ୍ୟନ୍ତ ପ୍ରଥମ ରଜ ପୂର୍ବଦିନ ସଜବାଜ ହୁଏ ଏହି ଦିନ ଆସିଲେ ପାଣି ବୁହା ବୋଲି କୁହନ୍ତି ପୂର୍ବରୁ ଝିଅ ବୋହୂ ମାନେ ପାଣି ଆଣି ରଖିଥାନ୍ତି ରଜ ୩ ଦିନ ଘରକୁ ପାଣି ଆଣିବାକୁ ପଡ଼ିବନି ଏହାପରେ ପହିଲି ରଜ ଦିନ ଦୋଳିରେ ପୂଜା ହୋଇ ଦୋଳି ଖେଳ ଆରମ୍ଭ ହୁଏ ଦୋଳିକୁ ଜୀବନ୍ୟାସ ଦେଇ ଦେବତା ପରି ପୂଜା କରା ଯାଏ ଗୁଳୁଦିପଶିରେ ଦୋଳି ଖେଳ ବେଳେ ଝିଅମାନେ ଅନେକ ସୁନ୍ଦର ଦୋଳି ଗୀତ ଗାଇଥାନ୍ତି ଘରେ ଘରେ ସବୁ ପ୍ରକାର ପିଠା ପ୍ରସ୍ତୁତ ହୁଏ ଦ୍ବିତୀୟ ଦିନ ରଜ ସଂକ୍ରାନ୍ତି ରେ ଘରେ ଘରେ ଦେଶୀ ଖାସି ମାଂସ କୁକୁଡା ମାଂସ ମଧ୍ୟ ରନ୍ଧା ହୁଏ ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ଅନ୍ତର୍ଗତ ଗୁଳୁଦିପଶି ଗ୍ରାମରେ ଆବହମାନ କାଳରୁ ପାରମ୍ପରିକ ରଜ ପର୍ବ ଅତି ନିଷ୍ଠୁର ସହ ପାରମ୍ପରିକ ଭାବେ ପାଳନ ହୋଇ ଆସୁଛି ଗ୍ରାମରେ ସେଲାଗି ଅନେକ ଦୋଳି ପଡ଼ିଥିଲେ ମଧ୍ୟ ଗୁଳୁଦିପଶିରେ ଭଲ ଦୋଳି ହୋଇନଥିବାରୁ ଦୁଃଖ କଷ୍ଟ କରିଥିବା ବେଳେ ଆମ କେନ୍ଦୁଝର ଜିଲ୍ଲା ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୁ ଦୋଳି ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି ।

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ