।। ଗାଧେଇବାକୁ ଯାଇ ପୋଖରୀରେ ବୁଡ଼ି ମହିଳା ମୃତ୍ୟୁ ।।

Jun 6, 2023 - 16:35
 0  66
।। ଗାଧେଇବାକୁ ଯାଇ ପୋଖରୀରେ ବୁଡ଼ି ମହିଳା ମୃତ୍ୟୁ ।।

ଗାଧେଇବାକୁ ଯାଇ ଗଡ଼ ଖସିଯିବାରୁ ପୋଖରୀରେ ବୁଡ଼ି ମହିଳାଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ବୈପାରିଗୁାଡ଼ା ବ୍ଲକ୍ , ମାଠପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳି ପଦର୍ ଗ୍ରାମର ସମଳା ମାଠପାଡ଼ିଆ ଆନ୍ଦ୍ର ପ୍ରଦେଶ କାମକୁ ଯାଇଥିଲେ । ଏବଂ ସମବାର ଦିନ ବାରଟା ସମୟରେ ନିଜ ଗାଁ ତେନ୍ତୁଳି ପଦର୍ ଘରକୁ ଫେରିଥିଲେ ।

ତେବେ ସମଳା ଘରକୁ ଫେରିବା ପରେ ଅପରାହ୍ନ ତିନିଟା ସମୟରେ ଗାଁ ପାଖ ପଖରିରେ ଗାଧେଇବାକୁ ଯାଇଥିଲେ। ଗାଧେଇବା ବେଳେ ସେଠାରେ ସମଳାଙ୍କ ଗଡ଼ ଖସି ଯିବାରୁ ସମଳା ପାଣିରେ ବୁଡ଼ି ଯାଇଥିଲେ । ଫଳରେ ମହିଳା ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତ୍ୟୁ ଦେହକୁ ଉଦ୍ଧାର କରିଥିଲେ । ଏହି ଘଟଣାକୁ ନେଇ ବୈପାରିଗୁଡ଼ା ଥାନାରେ ଏକ ଲିଖିତ ଅଭିଯୋଗ ଦେବା ପରେ ବୈପାରିଗୁଡ଼ା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲେ । ଏବଂ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ।ଏ ପଟେ ସମାଳାଙ୍କ ମୃତ୍ୟୁ କେମିତି ଘଟିଛି ତାହା ତଦନ୍ତ କରିବା ସହ ବ୍ୟବଛେଦ ରିପୋର୍ଟ ଆସିଲା ପରେ ଜଣା ପଡ଼ିବ ବୋଲି ପୋଲିସ ପକ୍ଷରୁ ସୂଚନା ଦେଇଛନ୍ତି ।

 ବୈପାରିଗୁାଡ଼ା ରୁ ଗୋମତି ପାଙ୍ଗି ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ