ଖରୀଆର ବ୍ଲକ୍ ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ସ୍ଵତନ୍ତ୍ର ଋଣ ମେଳା ଅନୁଷ୍ଠିତ

Jan 21, 2025 - 20:00
 0  12
ଖରୀଆର ବ୍ଲକ୍ ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ସ୍ଵତନ୍ତ୍ର ଋଣ ମେଳା ଅନୁଷ୍ଠିତ

ନୂଆପଡ଼ା : ଖରୀଆର ଷ୍ଟେଟ୍ ବ୍ୟାଙ୍କ୍ ପରିସରରେ ମିଶନ ଶକ୍ତି ବିଭାଗ ତରଫରୁ ବ୍ଲକ୍ ର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ଏକ ସ୍ଵତନ୍ତ୍ର ଋଣ ମେଳା ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ l ସମ୍ମାନୀତ ଅତିଥି ଭାବରେ ଖରୀଆର ବ୍ଲକ୍ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଂଗୀତା ପାତ୍ର, ବିଡି ଓ ନରସିଂହ ଗଡବା, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍ ଆଞ୍ଚଳିକ ପ୍ରବନ୍ଧକ ସୂର୍ଯ୍ୟକାନ୍ତ ସାହୁ, ଜିଲ୍ଲା ଅଗ୍ରଣୀ ପ୍ରବନ୍ଧକ ସୀତାରାମ ମେହେର, ଷ୍ଟେଟ୍ ବ୍ୟାଙ୍କ୍ ଖରୀଆର ମୁଖ୍ୟ ପ୍ରବନ୍ଧକ ଦିନେଶ୍ ମିଶ୍ର, ଜିଲ୍ଲା ମିଶନ ଶକ୍ତି ସଂଯୋଜକ ସୁନୀଲ କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ l ଏହି ଋଣ ମେଳା ରେ ଷ୍ଟେଟ୍ ବ୍ୟାଙ୍କ୍ ଖରୀଆର 65 ଟି ମହିଳା ସ୍ୱୟଂ ସହାୟକ ଦଳଙ୍କୁ 2 କୋଟି 61 ଲକ୍ଷ, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍ ତୁକ୍ଲା 29 ଟି ଦଳ ଙ୍କୁ 95 ଲକ୍ଷ ,ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍ ଡୁଆଝର 20 ଟି ଦଳ ଙ୍କୁ 60 ଲକ୍ଷ, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍ ବରଗାଁ 20 ଟି ଦଳ ଙ୍କୁ 70 ଲକ୍ଷ, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍ ଖରୀଆର 24 ଟି ଦଳ ଙ୍କୁ 1 କୋଟି 12 ଲକ୍ଷ, ୟୁନିଅନ ବ୍ୟାଙ୍କ୍ ଖରୀଆର 5 ଟି ଦଳ ଙ୍କୁ 19 ଲକ୍ଷ, ବ୍ୟାଙ୍କ୍ ଅଫ ଇଣ୍ଡିଆ 3ଟି ଦଳ ଙ୍କୁ 15 ଲକ୍ଷ, ବଲାଙ୍ଗୀର ସମବାୟ ବ୍ୟାଙ୍କ 3 ଟି ଦଳ ଙ୍କୁ 15 ଲକ୍ଷ ଋଣ ସହାୟତା ଯୋଗାଇ ଦେଇଛନ୍ତି lଏଭଳି ଭାବରେ 8 ଟି ବ୍ୟାଙ୍କ 169 ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ 6 କୋଟି 47 ଲକ୍ଷ ଟଙ୍କା ର ଋଣ ଆଜି ମେଳାରେ ଯୋଗାଇ ଦେଇଛନ୍ତି l ଏହି ସବୁ ସହାୟତା ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅତିଥି ମାନେ ବ୍ୟାଙ୍କ୍ ଚେକ୍ ଆକାରରେ ଗୋଷ୍ଠୀ ମାନଙ୍କୁ ବିତରଣ କରିଥିଲେ l ଏହି ଋଣ ସହାୟତାକୁ ଉପଯୋଗ କରି ମହିଳା ମାନେ ଆହୁରି ସଶକ୍ତ ହେବେ, ପରିବାର ମାନେ ଅଧିକ ଆର୍ଥିକ ସ୍ଵଚ୍ଛଳ ହେବେ l ଏହାଦ୍ବାରା ଜିଲ୍ଲାରୁ ପ୍ରବାସୀ ଶ୍ରମିକ ସମସ୍ୟା ର ମଧ୍ୟ ସମାଧାନ ହୋଇ ପାରିବ ବୋଲି ଜିଲ୍ଲାପାଳ ଆଶା ପ୍ରକାଶ କରିଛନ୍ତି l ଶିବିର ପରିଚାଳନା ରେ ସି ଡି ପି ଓ,ଖରୀଆର ମୀନା କୁମାରୀ ଅଗ୍ରୱାଲ ଏଵଂ ବିଭାଗୀୟ କର୍ମଚାରୀ , ବିଭିନ୍ନ ବ୍ୟାଙ୍କ ର ଅଧିକାରୀ ସହଯୋଗ କରିଥିଲେ l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ